Posted inଖେଳ

ପଡିଆରେ ନାଚିଲେ କୋହଲି, ଜାଣନ୍ତୁ କାହିଁକି

କରୋନା ଯୋଗୁ ଏଥର ଆଇପିଏଲ ୟୁଏଇରେ ଆୟୋଜିତ ହେଉଛି। ମ୍ୟାଚ୍‌ ପୂର୍ବରୁ ସବୁ ଦଳ ଅଭ୍ୟାସ ଆରମ୍ଭ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ କଠିନ ଅଭ୍ୟାସ ଏକ ମଜାଳିଆ ବୋଲିଂ ଅଧିବେଶନ କରୁଥିବା ଦେଖିବାକୁ ମିଳିଥିଲା। ଏହି ଅଧିବେଶନରେ କେବଳ ବୋଲର ନୁହଁନ୍ତି ଦଳର ସମସ୍ତ ଖେଳାଳି ଅଂଶଗ୍ରହଣ କରିଥିଲେ। ବିଶେଷ କରି ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ସମୟରେ ବହୁତ ଉତ୍ସାହିତ ଥିବା ଦେଖାଯାଇଥିଲା। ଆରସିବି ବୋଲିଂ କୋଚ ଆଡାମ ଗ୍ରିଫିଥ ତାଙ୍କ ଖେଳାଳିଙ୍କ ପାଇଁ ଏକ ମଜାଦାର ଚ୍ୟାଲେଞ୍ଜ୍‌ ଆଣିଥିଲେ। ଏହି ଅଧିବେଶନରେ ସେ ସଠିକ ୟକର୍ର୍‌ ପାଇଁ ବୋଲରମାନଙ୍କୁ ତାଲିମ ଦେବାକୁ ଚାହୁଁଥିଲେ। ପ୍ରତ୍ୟେକ ବୋଲରଙ୍କୁ ୧୦ଟି ବଲ ଦିଆଯାଇଥିଲା ଟାର୍ଗେଟ ସେଟ ଅନୁଯାୟୀ ଗୋଟିଏ, ଦୁଇ ଏବଂ ପାଞ୍ଚ ପଏଣ୍ଟ ଦିଆଯାଇଥିଲା। ଆରସିବି ପକ୍ଷରୁ ଏକ ଭିଡିଓ ଶେୟାର କରି ଲେଖାଯାଇଛି ‘ଆମର ବୋଲିଂ କୋଚ ଆଡାମ ଗ୍ରିଫିଥ ଖେଳାଳିଙ୍କ ୟର୍କର ଉନ୍ନତି ପାଇଁ ଏକ ନୂତନ ଏବଂ ମଜାଦାର ଚ୍ୟାଲେଞ୍ଜ୍‌ ଆଣିଛନ୍ତି। ଏହି ଭିଡିଓରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଅଧିନାୟକ ବିରାଟ କୋହଲି। ଏହି ଅଧିବେଶନରେ କୋହଲିଙ୍କ ସହ ପୁରା ଟିମ ପିଚ ନିକଟରେ ବସିଥିବାର ନଜର ଆସିଥିଲେ। ଏଭଳି ପରିସ୍ଥିତିରେ କୋହଲି ଭଲ ପ୍ରଦର୍ଶନ ପାଇଁ ବୋଲରମାନଙ୍କୁ ଉତ୍ସାହିତ କରିଥିଲେ। ବେଳେବେଳେ କୋହଲି ପିଚ୍‌ ଉପରେ ଆସି ଡ୍ୟାନ୍ସ କରିବାକୁ ଲାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri