Posted inଖେଳ

ସ୍ବପ୍ନ ସତ ହେବାପରେ ପଡ଼ିରେ ଭୋ ଭୋ ହୋଇ କାନ୍ଦିଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୬: ବିରାଟ କୋହଲିଙ୍କ ସ୍ବପ୍ନ ଶେଷରେ ସତ ହେଲା। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସ୍ଲୋଗାନ – ଏ ସାଲା କପ ନାମ ଦେ ଶେଷରେ ସଫଳ ହୋଇଥିଲା। RCB ପ୍ରଥମ ଥର ପାଇଁ IPL ଚାମ୍ପିଅନ ହେଲା। ୧୮ ବର୍ଷର କଠିନ ପରିଶ୍ରମ ଫଳ ପାଇଲା ଏବଂ କୋହଲି ଏବେ ଟ୍ରଫି ଉଠାଇଥିବା ଦଳରେ ସାମିଲ ହେଲେ।

ଶେଷ ଓଭରରେ ପଞ୍ଜାବ କିଙ୍ଗସକୁ ଜିତିବା ପାଇଁ ୨୯ ରନ ଆବଶ୍ୟକ ଥିଲା। ଜୋଶ ହାଜେଲଉଡ ଦ୍ୱିତୀୟ ଡଟ ବଲ ପକାଇବା ମାତ୍ରେ RCBର ବିଜୟ ନିଶ୍ଚିତ ହୋଇଗଲା। ତା’ପରେ କ୍ୟାମେରାମ୍ୟାନ ବିରାଟ କୋହଲିଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କଲେ, ଯିଏ କାନ୍ଦୁଥିବାର ଦେଖାଗଲେ। ତା’ପରେ ପଡ଼ିଆରେ RCB…RCBର ସ୍ଲୋଗାନ ଆରମ୍ଭ ହୋଇଗଲା। କୋହ

କ୍ୟାମେରାମ୍ୟାନ ପୁଣି ଶେଷ ପର୍ଯ୍ୟନ୍ତ କୋହଲିଙ୍କ ଉପରେ ଧ୍ୟାନ ରଖିଥିଲେ। RCBର ବିଜୟ ନିଶ୍ଚିତ ହେବାପରେ କୋହଲି ପଡ଼ିଆରେ ମୁହଁ ଲୁଚାଇ କାନ୍ଦିବାକୁ ଲାଗିଲେ। ତା’ପରେ ସାଥୀ ଖେଳାଳିମାନେ ଆସି ତାଙ୍କୁ ଉଠାଇଥିଲେ। କୋହଲିଙ୍କ ବିଜୟ ଉପରେ ତାଙ୍କ ବିଶେଷ ବନ୍ଧୁ ଏବି ଡିଭିଲିୟର୍ସଙ୍କ ଭାବନା ମଧ୍ୟ ଦେଖିବା ଯୋଗ୍ୟ ଥିଲା। ବିରାଟଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ଷ୍ଟାଣ୍ଡରେ ଉତ୍ସାହର ସହିତ ଆରସିବିର ବିଜୟ ପାଳନ କରୁଥିବାର ଦେଖାଯାଇଥିଲା।

ବିଜୟ ପରେ କୋହଲି କହିଥିଲେ, ଏହି ବିଜୟ ଦଳର ଏବଂ ପ୍ରଶଂସକମାନଙ୍କର। ଦୀର୍ଘ ୧୮ ବର୍ଷ ପରେ ଟାଇଟଲ ଜିତିଲି। ମୁଁ ମୋର ଶ୍ରେଷ୍ଠତା ଏବଂ ଅଭିଜ୍ଞତା ଏହି ଦଳକୁ ଦେଇଥିଲି। ମୁଁ ପ୍ରତ୍ୟେକ ସିଜନରେ ଜିତିବାକୁ ଚେଷ୍ଟା କରିଥିଲି ଏବଂ ମୋର ସର୍ବସ୍ବ ଦେଇଥିଲି। ଶେଷରେ ଟାଇଟଲ ଜିତିବାର ଅନୁଭବ ଅବିଶ୍ୱସନୀୟ। କେବେ ଭାବି ନଥିଲି ଯେ ଏପରି ଦିନ ଆସିବ। ଶେଷ ବଲ ପରେ ମୁଁ ଭାବପ୍ରବଣ ହୋଇଗଲି। ମୋର ସମସ୍ତ ଶକ୍ତି ଦେଇଥିଲି ଏବଂ ଏହି ବିଜୟ ଏକ ମହାନ ଅନୁଭବ।

ଆଇପିଏଲ ୨୦୨୫ ଫାଇନାଲ୍‌ରେ ପଞ୍ଜାବ କିଙ୍ଗ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୯୦ ରନ କରିଥିଲା। ଜବାବରେ ପଞ୍ଜାବ କିଙ୍ଗସ ଦଳ ୨୦ ଓଭରରେ ୭ ଉଇକେଟ ହରାଇ ୧୮୪ ରନ କରିପାରିଥିଲା। ଆରସିବି ୬ ରନରେ ମ୍ୟାଚ ଜିତି ପ୍ରଥମ ଥର ପାଇଁ ଆଇପିଏଲ ଟାଇଟଲ ଜିତିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri