Categories: ଖେଳ

ଅନ୍ତିମ ଟେଷ୍ଟରେ କୋହଲି-ଷ୍ଟୋକ୍ସଙ୍କ ମଧ୍ୟରେ ଜୋରଦାର୍‌ କଥା କଟାକଟି: ଅମ୍ପାୟାରଙ୍କ ଯୋଗୁ ଟଳିଲା…

ଅହମ୍ମଦାବାଦ,୪।୩: ଭାରତୀୟ ଟିମ୍‌ ଗୁରୁବାର ଖେଳାଯାଉଥିବା ଅନ୍ତିମ ଟେଷ୍ଟର ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିଛି। ଅକ୍ଷର ପଟେଲ ଦୁଇ ଓପନର୍‌ଙ୍କୁ ଆଉଟ୍‌ କରିବା ପରେ ସିରାଜ୍‌ ଜୋ ରୁଟ୍‌ଙ୍କ ଉଇକେଟ ନେଇଥିଲେ। ଏସବୁ ଭିତରେ ଖେଳାଳିଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା। ବିଶେଷକରି ମହମ୍ମଦ ସିରାଜ ଏବଂ ବେନ୍‌ ଷ୍ଟୋକ୍ସଙ୍କ ମଧ୍ୟରେ ମାମଲା ବିଗିଡ଼ିଥିଲା। ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ପହଞ୍ଚିବା ପରେ ପରିସ୍ଥିତି ଅଶାନ୍ତ ହୋଇଥିଲା। ଘଟଣା ସମୟରେ କୋହଲି ହସୁଥିବା ନଜର ଆସିଥିଲେ। ହେଲେ ଷ୍ଟୋକ୍ସ ବେଶ୍‌ ଗମ୍ଭୀର ହୋଇ ନିଜର ପକ୍ଷ ରଖୁଥିଲେ। ଏହାଦେଖି ଅମ୍ପାୟାର ସେଠାରେ ପହଞ୍ଚି ଉଭୟ କ୍ରିକେଟରଙ୍କୁ ଅଲଗା କରିଥିଲେ। ହେଲେ ସିରାଜ ଏବଂ ଷ୍ଟୋକ୍ସ ପରସ୍ପରକୁ ଘୁରି ଘୁରି ଚାହୁଁଥିଲେ। ମାତ୍ର କେହି ସୀମା ଉଲ୍ଲଂଘନ କରି ନ ଥିଲେ। ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି।

Share