Categories: Home Leftଖେଳ

ଦିନିକିଆରେ ଆଉ ଏକ ନୂଆ ଇତିହାସ ରଚିଲେ କୋହଲି, ନିଜ ନାଁରେ କଲେ ବଡ଼ ରେକର୍ଡ, ତେନ୍ଦୁଲକରଙ୍କୁ ପକାଇଲେ ପଛରେ…

ନୂଆଦିଲ୍ଲୀ, ୪।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ଟି ମ୍ୟାଚ ବିଶିଷ୍ଟ ଦିନିକିଆ (ODI) ସିରିଜର ପ୍ରଥମ ମୁକାବିଲାରେ ଟିମ ଇଣ୍ଡିଆର ଦିଗ୍ଗଜ ଖେଳାଳି ବିରାଟ କୋହଲି ନିଜ ବ୍ୟାଟ ବଳରେ ଆଉ ଏକ ବଡ଼ ସଫଳତା ନିଜ ନାଁରେ କରିବାରେ ସଫଳ ହୋଇଛନ୍ତି। ଅକଲାଣ୍ଡର ଇଡେନ ପାର୍କରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯାଉଛି, ଯେଉଁଥିରେ କିୱି ଦଳ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୮୫ ରନ କରି ଅଲଆଉଟ ହୋଇଯାଇଥିଲା। ଏହାପରେ ଲକ୍ଷ୍ୟ ପିଛା କରୁଥିବା ଟିମ ଇଣ୍ଡିଆର ଆରମ୍ଭ ଭଲ ରହିନଥିଲା ଏବଂ ପ୍ରଥମ ଓଭରରେ ହିଁ ମାତ୍ର ୧ ରନ ସ୍କୋରରେ ରୋହିତ ଶର୍ମା ଆଉଟ ହୋଇଯାଇଥିଲେ।

ଏହାପରେ ୩ ନମ୍ବର ପୋଜିସନରେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ବିରାଟ କୋହଲି ନିଜ ଇନିଂସର ୧୨ତମ ରନ ପୂରଣ କରିବା ସହିତ ୩ ନମ୍ବର ପୋଜିସନରେ ୧୩,୦୦୦ ରନର ରେକର୍ଡ ପାର୍‌ କରିବାରେ ଦିନିକିଆ କ୍ରିକେଟର ପ୍ରଥମ ବ୍ୟାଟର ହୋଇପାରିଛନ୍ତି। ବିରାଟ କୋହଲି ଦିନିକିଆ କ୍ରିକେଟ ଇତିହାସରେ କୌଣସି ଗୋଟିଏ ବ୍ୟାଟିଂ ପୋଜିସନରେ ବ୍ୟାଟିଂ କରି ସଚିନ ତେନ୍ଦୁଲକରଙ୍କ ପରେ ପ୍ରଥମ ଏପରି ଖେଳାଳି ହୋଇଛନ୍ତି, ଯିଏ ୧୩,୦୦୦ କିମ୍ବା ତା’ଠାରୁ ଅଧିକ ରନ କରିବାରେ ସଫଳ ହୋଇଛନ୍ତି।

କୋହଲି ODI ଫର୍ମାଟରେ ୩ ନମ୍ବର ପୋଜିସନରେ ଏପର୍ଯ୍ୟନ୍ତ ୨୫୪ଟି ମ୍ୟାଚରୁ ୨୫୧ଟି ଇନିଂସରେ ବ୍ୟାଟିଂ କରିଛନ୍ତି, ଯେଉଁଥିରେ ସେ ୬୧ ହାରରେ ୧୩,୦୦୦ ରୁ ଅଧିକ ରନ ସଂଗ୍ରହ କରିଛନ୍ତି। ସେହିପରି ଦିନିକିଆରେ କୋହଲିଙ୍କ ବ୍ୟତୀତ ରିକି ପଏଣ୍ଟିଂ ହେଉଛନ୍ତି ଦ୍ୱିତୀୟ ଏପରି ଖେଳାଳି, ଯିଏ ୩ ନମ୍ବର ପୋଜିସନରେ ୧୦,୦୦ ୦ କିମ୍ବା ତା’ଠାରୁ ଅଧିକ ରନ କରିବାରେ ସଫଳ ହୋଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ୫ଟି ମ୍ୟାଚ୍ର ଦିନିକିଆ ସିରିଜରେ ବିରାଟ କୋହଲିଙ୍କ ପାଖରେ ଆହୁରି ଅନେକ କୀର୍ତ୍ତିମାନ ନିଜ ନାଁରେ କରିବାର ଚମତ୍କାର ସୁଯୋଗ ରହିବ।

ODI ରେ ୩ ନମ୍ବର ପୋଜିସନରେ ସବୁଠାରୁ ଅଧିକ ରନ କରିଥିବା ବ୍ୟାଟର:

ବିରାଟ କୋହଲି (ଭାରତ) – ୧୩,୦୦୫ ରନ*
ରିକି ପଏଣ୍ଟିଂ (ଅଷ୍ଟ୍ରେଲିଆ) – ୧୨,୬୬୨ ରନ
କୁମାର ସଙ୍ଗକାରା (ଶ୍ରୀଲଙ୍କା) – ୯,୭୪୭ ରନ
ଜାକ କାଲିସ (ଦକ୍ଷିଣ ଆଫ୍ରିକା) – ୭,୭୭୪ ରନ
କେନ ୱିଲିୟମସନ (ନ୍ୟୁଜିଲାଣ୍ଡ) – ୬,୫୦୪ ରନ

Dharitri – Odisha’s No.1 Odia Daily

Share