Categories: ଖେଳ

ବିଶ୍ୱକପ୍‌ ଫାଇନାଲ୍‌ ପୂର୍ବରୁ ଖେଳାଳିଙ୍କୁ ଗୁରୁମନ୍ତ୍ର ଦେଲେ ବିରାଟ କୋହଲି

ଅହମଦାବାଦ୍‌,୪।୨:ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରି ଅଷ୍ଟମ ଥର ପାଇଁ ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି । ଫେବୃୟାରୀ ୫ରେ ଶନିବାର ଟାଇଟଲ ପାଇଁ ଇଂଲଣ୍ଡକୁ ଭେଟିବ ଭାରତ। ଏହି ବଡ ମ୍ୟାଚ ପୂର୍ବରୁ ସିନିୟର ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଭିଡିଓ କଲ୍‌ରେ ଯୁବ କ୍ରିକେଟରଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କୁ କିଛି ଟିପ୍ସ ମଧ୍ୟ ଦେଇଥିଲେ। ବିରାଟଙ୍କ ଅଧିନାୟକତ୍ୱରେ ୨୦୦୮ ମସିହାରେ ଭାରତ ଅଣ୍ଡର -୧୯ ଚାମ୍ପିୟନ ହୋଇଥିଲା।
ଭାରତୀୟ ଅଣ୍ଡର-୧୯ ଦଳର ବର୍ତ୍ତମାନର ସଦସ୍ୟ କୌଶଲ ତାମ୍ବେ ଏବଂ ରାଜବର୍ଦ୍ଧନ ହାଙ୍ଗରଗେକର ବିରାଟ କୋହଲିଙ୍କ ସହ କଥାବାର୍ତ୍ତାର ଏକ ଭିଡିଓ ଇନଷ୍ଟାଗ୍ରାମର ଷ୍ଟାଟସରେ ପୋଷ୍ଟ କରିଛନ୍ତି। ହାଙ୍ଗରଗେକର ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସରେ ଲେଖିଛନ୍ତି, ବିରାଟ କୋହଲି ଭାଇଙ୍କ ସହ କଥା ହେବା ପ୍ରକୃତରେ ଭଲ ଥିଲା। ଜୀବନ ଏବଂ କ୍ରିକେଟ ବିଷୟରେ ତୁମଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଶିଖିଛି ଯାହା ଆମକୁ ଭବିଷ୍ୟତରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ। ଏହି ସମୟରେ, କୌଶଲ ତାମ୍ବେ ବିରାଟଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଖେଳାଳି ବୋଲି କହିଥିଲେ। ସେ ଲେଖିଛନ୍ତି, ଫାଇନାଲ ପୂର୍ବରୁ ମହାନ ଖେଳାଳିଙ୍କଠାରୁ କିଛି ମୂଲ୍ୟବାନ ପରାମର୍ଶ।
ଅଣ୍ଡର -୧୯ ବିଶ୍ୱକପର ଫାଇନାଲ ମ୍ୟାଚ ଫେବୃୟାରୀ ୫ରେ ଆଣ୍ଟିଗୁଆର ସାର୍‌ ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ଖେଳାଯିବ। ୟଶ ଧୁଲଙ୍କ ଅଧିନାୟକତ୍ୱରେ ଥିବା ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୯୬ ରନରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ପଞ୍ଚମ ଥର ପାଇଁ ଅଣ୍ଡର -୧୯ ବିଶ୍ୱକପ ଚାମ୍ପିୟନ ହେବାକୁ ଭାରତର ନଜର ରହିଛି।

Share