Posted inଖେଳ

୮.୯ କୋଟି! ରୋଜଗାରରେ ରେକର୍ଡ କଲେ କୋହଲି; ଗୋଟିଏ…

ନୂଆଦିଲ୍ଲୀ,୩୦।୯: ବିଗତ କିଛି ବର୍ଷ ମଧ୍ୟରେ ବିରାଟ କୋହଲିଙ୍କ ପ୍ରଶଂସକ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ସେ ବିଶ୍ୱ କ୍ରିକେଟର ସବୁଠାରୁ ଅଧିକ ଅନୁସରଣ କରାଯାଉଥିବା କ୍ରିକେଟରମାନଙ୍କ ମଧ୍ୟରୁ ଜଣେ। ସୋସିଆଲ ମିଡିଆରେ ଏହି ପୂର୍ବତନ ଭାରତୀୟ ଅଧିନାୟକଙ୍କର ବହୁତ ପ୍ରଶଂସକ ଅଛନ୍ତି। ସେ ହେଉଛନ୍ତି ଏକମାତ୍ର ଭାରତୀୟ ଯାହାଙ୍କର ଇନଷ୍ଟାଗ୍ରାମରେ ୨୦୦ ମିଲିୟନରୁ ଅଧିକ ଅନୁସରଣକାରୀ ଅଛନ୍ତି।
କୋହଲିଙ୍କର ଟୁଇଟରରେ ୫୦.୪ ନିୟୁତ ଏବଂ ଫେସବୁକରେ ୪୯ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି। ଏହାଦ୍ୱାରା କୋହଲି ଆର୍ଥିକ ଦୃଷ୍ଟିରୁ ମଧ୍ୟ ଉପକୃତ ହେଉଛନ୍ତି। ସେ ରୋଜଗାରର ରେକର୍ଡ ଭାଙ୍ଗିଛନ୍ତି।

ବିରାଟ କୋହଲି ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟ ଲାଗି ୧୦,୮୮,୦୦୦ ଡଲାର ଚାର୍ଜ କରିଥାନ୍ତି, ଯାହା ପ୍ରାୟ ୮.୯ କୋଟି ଟଙ୍କା ଅଟେ। ଟପ୍‌ -୨୦ ତାଲିକାର କୋହଲି ଏକମାତ୍ର ଏସୀୟ ଖେଳାଳି। ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହେଉଛନ୍ତି ପରବର୍ତ୍ତୀ ଭାରତୀୟ ସେଲିବ୍ରିଟି, ଯିଏ ଏହି ତାଲିକାରେ ୨୭ ତମ ସ୍ଥାନରେ ଅଛନ୍ତି। ଏହି ତାଲିକାରେ କୋହଲି ଏକମାତ୍ର କ୍ରିକେଟର।

ଷ୍ଟାର ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲଡୋ ହେଉଛନ୍ତି ଏକମାତ୍ର ସେଲିବ୍ରିଟି ଯିଏକି ଇନଷ୍ଟାଗ୍ରାମରେ ୪୦୦ ମିଲିୟନରୁ ଅଧିକ ପ୍ରଶଂସକ ଅଛନ୍ତି। ସେ ଏହି ତାଲିକାର ଶୀର୍ଷରେ ଅଛନ୍ତି। ଏକ ପୋଷ୍ଟ ପାଇଁ ରୋନାଲଡୋ ପ୍ରାୟ ୨୩,୯୭,୦୦୦ ଡଲାର୍‌ ଅର୍ଥାତ ୧୯ କୋଟି ଟଙ୍କା ନେଇଥାନ୍ତି। ଏହି ତାଲିକାରେ ଲିଓନେଲ ମେସି ତୃତୀୟ ସ୍ଥାନ ଅଧିକାର କରିଛନ୍ତି, ଯିଏ ଏକ ପୋଷ୍ଟ ପାଇଁ ୧୭,୭୭,୦୦୦ ଡଲାର ଅର୍ଥାତ ପ୍ରାୟ ୧୪ କୋଟି ଟଙ୍କା ନେଇଥାନ୍ତି। ଡବ୍ଲ୍ୟୁଡବ୍ଲ୍ୟୁଇ ସୁପରଷ୍ଟାର୍‌ ଦି ରକ୍‌ ଏହି ତାଲିକାରେ ପଞ୍ଚମ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri