Categories: ଖେଳ

ବୃନ୍ଦାବନରୁ ଫେରି ଶତକ ମାରିଲେ କୋହଲି, ପ୍ରଶଂସକ କହିଲେ ‘ବାବା ଜି କି ଜୟ ହୋ’

ଗୁଆହାଟି,୧୦।୧: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଶତକ ମାରିବାରେ ସଫଳ ହୋଇଛନ୍ତି। ମ୍ୟାଚ୍‌ରେ ସେ ୧୧୩ ରନ୍‌ର ଇନିଂସ ଖେଳିଥିଲେ। ଏହା ତାଙ୍କ କ୍ୟାରିୟରର ୪୫ତମ ଶତକ ଥିଲା। ତେବେ ଏହି ଶତକ ପରେ କୋହଲିଙ୍କ ପ୍ରଶଂସକ ଖୁସିରେ ଆତ୍ମହରା ହୋଇଛନ୍ତି। ସୋସିଆଲ ମିଡିଆରେ ଏହି ଇନିଂସକୁ ନେଇ ସେମାନେ ଖାସ୍‌ ପ୍ରତିକ୍ରିୟା ଦେଉଛନ୍ତି। ଏପରିକି ସେମାନେ ଏହି ଇନିଂସ ସହ କୋହଲିଙ୍କ ବୃନ୍ଦାବନ ଯାତ୍ରା ସହ ଯୋଡ଼ୁଥିବା ଦେଖାଯାଇଛି।

କୋହଲି ଏହି ସିରିଜ ପୂର୍ବରୁ ସ୍ତ୍ରୀ ଅନୁଷ୍କାଙ୍କ ସହ ବୃନ୍ଦାବନ ଯାଇଥିଲେ। ସେଠାରେ ସେ ନୀମ କରୌଲି ବାବାଙ୍କ ଆଶ୍ରମର ଦର୍ଶନ କରିଥିଲେ। ଏବେ ସେ ଫେରି ଶତକ ମାରିଛନ୍ତି। ଏଣୁ ପ୍ରଶଂସକମାନେ ଉଭୟ ଘଟଣାକୁ ଯୋଡ଼ୁଛନ୍ତି। କୋହଲିଙ୍କ ପରେ ଏବେ ରୋହିତ ଶର୍ମା, କେଏଲ୍‌ ରାହୁଲ, ଶୁଭମନ ଗିଲ ମଧ୍ୟ ବାବା ନିମ କରୌଲିଙ୍କ ଆଶ୍ରମକୁ ଯିବାକୁ ଚାହିଁବେ ବୋଲି କିଛି କହୁଛନ୍ତି।

ଦେଖନ୍ତୁ ସେଭଳି କିଛି ମେମେ:-

Share