ଲାହୋର, ୧୧ା୪- ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ଠାରୁ ଭାରତୀୟ ଅଧିନାୟକ ବିରାଟ କୋହଲି ଟେକ୍ନିକ ଶିକ୍ଷା କରିବା ଦରକାର। ଏଭଳି ମତ ଦେଇଛନ୍ତି ପାକିସ୍ତାନର ପୂର୍ବତନ ପେସର ଆକିବ ଜାଭେଦ।
ଏପର୍ଯ୍ୟନ୍ତ ଭାରତ ପାଇଁ ୨୫୪ ଦିନିକିଆ ଓ ୯୧ ଟେଷ୍ଟ ଖେଳିଥିବା କୋହଲିଙ୍କୁ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ କୁହାଯାଏ। କୋହଲିଙ୍କ ନିକଟରେ ବାବରଙ୍କ ଠାରୁ ଭଲ ଶଟ୍ ରହିଛି। କିନ୍ତ ଅଫ୍ ଷ୍ଟମ୍ପ ବାହାରେ ସୁଇଙ୍ଗ କରୁଥିବା ବଲରେ ସେ ବହୁବାର ଫସିଛନ୍ତି। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଭଳି ବାବରଙ୍କ ମଧ୍ୟ କୌଣସି ଦୃବଳ ଅଞ୍ଚଳ ନାହିଁ। କୋହଲିଙ୍କ ଠାରୁ ଭଲ ଟେକିନିକ୍ ଅଛି ବାବରଙ୍କ ପାଖରେ। ଏଣୁ ବାବରଙ୍କ ଠାରୁ କୋହଲି ଟେକ୍ନିକ୍ ଶିଖିବା ଦରକାର। କୋହଲିଙ୍କ ଫିଟ୍ନେସ ରୁଟିନ ଆପଣେଇ ପାରିଲେ ବାବର ଆହୁରି ଭଲ ବ୍ୟାଟ୍ସମ୍ୟାନ ହୋଇପାରିବେ ବୋଲି ପାକିସ୍ତାନ ପାଇଁ ୧୬୩ ଦିନିକିଆ ଓ ୨୨ ଟେଷ୍ଟ ଖେଳିଥିବା ଜାଭେଦ କହିଛନ୍ତି।


