Categories: ଖେଳ

ଇଂଲଣ୍ଡ ବିପକ୍ଷରେ ବୋଲିଂ କରିବେ କି କୋହଲି !

ଲକ୍ଷ୍ନୌ,୨୭।୧୦: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ର ପ୍ରଥମ ୫ ମ୍ୟାଚ୍‌ରେ ବିଜେତା ହୋଇଛି ଟିମ୍‌ ଇଣ୍ଡିଆ। ରବିବାର ଦଳ ଇଂଲଣ୍ଡ ବିପକ୍ଷରେ ଏହାର ୬ଷ୍ଠ ମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମ୍‌ ଲକ୍ଷ୍ନୌରେ ଅଭ୍ୟାସ କରିଛି, ଯେଉଁଥିରେ ଏକ ଖାସ୍‌ ଦୃଶ୍ୟ ଦେଖିବାକୁ ମିଳିଛି।

ଆହତ ହେବା ଯୋଗୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳରୁ ବାଦ୍‌ ପଡ଼ିଛନ୍ତି। ଏଭଳି ସ୍ଥିତିରେ ଭାରତୀୟ ଟିମ୍‌ ୫ ବୋଲରଙ୍କ ସହ ମଇଦାନକୁ ଓହ୍ଲାଇବ। ଏହାକୁ ଧ୍ୟାନରେ ରଖି ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଲାଗି ଟିମ୍‌ ବିରାଟ କୋହଲିଙ୍କୁ ପାର୍ଟ ଟାଇମ୍‌ ବୋଲର୍‌ ବିକଳ୍ପ ଭାବେ ବ୍ୟବହାର କରିବାକୁ ପ୍ରସ୍ତୁତ କରୁଛି।

ଲକ୍ଷ୍ନୌରେ ଦଳର ଅଭ୍ୟାସ ବେଳର ଏକ ଭିଡିଓ ଭାଇରାଲ ପରେ ଏଭଳି କିଛି ଚର୍ଚ୍ଚା ହେଉଛି। ଭିଡିଓରେ କୋହଲିଙ୍କୁ ବୋଲିଂ ଅଭ୍ୟାସ କରୁଥିବା ଦେଖାଯାଉଛି। ବାଲାଂଦେଶ ବିପକ୍ଷରେ ହାର୍ଦ୍ଦିକଙ୍କ ବାକିଥିବା ଓଭର ବୋଲିଂ କରିବା ଲାଗି ତିନୋଟି ବଲ୍‌ ପକାଇଥିଲେ। ସେ ନିୟମିତ ବୋଲର ନ ହେଲେ ବି ଦଳ ତାଙ୍କୁ ଆବଶ୍ୟକତା ସମୟରେ ବୋଲିଂ ଲାଗି ଓହ୍ଲାଇପାରେ ବୋଲି କୁହାଯାଉଛି।

Share