Categories: ଖେଳ

ପ୍ରିୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ କରି କୀର୍ତ୍ତିମାନ ହାସଲ କଲେ ଏହି ବୋଲର୍‌

ଆବୁଧାବି,୨୯।୧୦: ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଅନେକ କିଛି ସମାନତା ରହିଛି। ବିରାଟ କୋହଲି ଭାରତର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ଜସପ୍ରୀତ ବୁମ୍‌ରା ହେଉଛନ୍ତି ଦେଶର ନଂ ୧ ନମ୍ବର ବୋଲର। ଆଇପିଏଲ ବିଷୟରେ କହିବାକୁ ଗଲେ ଏହି ଦୁଇଜଣ ଆରମ୍ଭରୁ ଗୋଟିଏ ଫ୍ରାଞ୍ଚାଇଜି ପାଇଁ ଖେଳୁଛନ୍ତି। ଜସପ୍ରୀତ ବୁମ୍‌ରାଙ୍କ ପ୍ରିୟ ବ୍ୟାଟ୍ସମ୍ୟାନ୍‌ ହେଉଛନ୍ତି ବିରାଟ କୋହଲି। ସଂଯୋଗବଶତଃ ବିରାଟ କୋହଲି ଆଇପିଏଲରେ ବୁମରାଙ୍କ ପ୍ରଥମ ଏବଂ ୧୦୦ ତମ ଶିକାର ହୋଇଛନ୍ତି। ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌ରେ ବୁମ୍‌ରା ୪ ଓଭରରେ ମାତ୍ର ୧୪ ରନ ଦେଇ ୩ଟି ଉଇକେଟ ନେଇଛନ୍ତି। ସେ ପ୍ରଥମ ଉଇକେଟ ନେବା କ୍ଷଣି ଆଇପିଏଲ କ୍ୟାରିୟରରେ ୧୦୦ତମ ଉଇକେଟ ନେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲିଙ୍କୁ ଆଉଟ କରି ବୁମ୍‌ରା ତାଙ୍କ ଆଇପିଏଲ କ୍ୟାରିୟରର ୧୦୦ତମ ଉଇକେଟ ପୂରଣ କରିଥିଲେ। ଚଳିତ ଆଇପିଏଲରେ ମୁମ୍ବାଇ ପକ୍ଷରୁ ବୁମ୍‌ରା ୨୦ଟି ଉଇକେଟ ନେଇସାରିଲେଣି। ସର୍ବାଧିକ ଉଇକେଟ ନେବା ତାଲିକାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଆଇପିଏଲରେ ୧୦୦ଟି ଉଇକେଟ ନେବାରେ ବୁମ୍‌ରା ୧୫ତମ ଖେଳାଳି ହୋଇଛନ୍ତି।

Share