Odisha Elections 2024
Posted inଖେଳ

ଆଫ୍ରିକା ମାଟିରେ ଏହି ରେକର୍ଡ ହାସଲ କଲେ କୋହଲି, କ୍ରିକେଟ ଇତିହାସରେ କିଏ ବି କରିପାରିବେନି ଏମିତି

ସେଞ୍ଚୁରିଅନ୍‌,୨୮।୧୨: ଭାରତୀୟ କ୍ରିକେଟର ବିରାଟ କୋହଲି ନିଜ ନାଁରେ ଐତିହାସିକ ରେକର୍ଡ ସୃଷ୍ଟି କରିବାରେ ଶୀର୍ଷ ସ୍ଥାନରେ ରହନ୍ତି। ସେଞ୍ଚୁରିଅନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ କୋହଲି ତାଙ୍କ ନାମରେ ଏକ ବିଶେଷ ରେକର୍ଡ କରିଛନ୍ତି। ଆଫ୍ରିକା ବିପକ୍ଷ ଟେଷ୍ଟ ମାଧ୍ୟମରେ କୋହଲି ଏହି କ୍ୟାଲେଣ୍ଡର ବର୍ଷରେ (୨୦୨୩) ୨୦୦୦ ଅନ୍ତର୍ଜାତୀୟ ରନ୍‌ ପୂରା କରିଛନ୍ତି।

୨୦୨୩ରେ ୨୦୦୦ରନ୍‌ ମାର୍କ ଛୁଇଁ କୋହଲି ସାତୋଟି କ୍ୟାଲେଣ୍ଡର ବର୍ଷରେ ୨୦୦୦ କିମ୍ବା ଅଧିକ ରନ ସ୍କୋର କରିବାରେ ବିଶ୍ୱର ପ୍ରଥମ ବ୍ୟାଟର୍‌ ହୋଇଛନ୍ତି। ଏହାପୂର୍ବରୁ ୨୦୧୯ରେ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୨୦୦୦ ରନ୍‌ ଅତିକ୍ରମ କରିଥିଲେ, ସେତେବେଳେ କୋହଲି ୪୪ ଟି ମ୍ୟାଚର ୪୬ଟି ଇନିଂସରେ ୨୪୪.୫ ରନ୍‌ ସ୍କୋର କରିଥିଲେ। ଏହି ସମୟରେ ସେ ୭ ଶତକ ଏବଂ ୧୪ ଅର୍ଦ୍ଧଶତକ ସାମିଲ ଥିଲା।

କୋହଲି ପ୍ରଥମେ ୨୦୧୨ର କ୍ୟାଲେଣ୍ଡର ବର୍ଷରେ ୨୦୦୦ ରନ୍‌ ମାର୍କ ଅତିକ୍ରମ କରିଥିଲେ, ସେତେବେଳେ ସେ ୨୧୮୬ ରନ୍‌ ସ୍କୋର କରିଥିଲେ, ଯେଉଁଥିରେ ତାଙ୍କର ଉଚ୍ଚ ସ୍କୋର ୧୮୩ ରନ୍‌ ଥିଲା। ସେହିବର୍ଷ କୋହଲି ୮ ଶତକ ଏବଂ ୧୦ ଅର୍ଦ୍ଧଶତକ ହାସଲ କରିଥିଲେ।

୨୦୧୨- ୨୧୮୬
୨୦୧୪- ୨୨୮୬
୨୦୧୬- ୨୫୯୫
୨୦୧୭- ୨୮୧୮
୨୦୧୮- ୨୭୩୭
୨୦୧୯- ୨୪୫୫
୨୦୨୩- ୨୦୩୧


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ ବିଶ୍ୱକପ୍‌ ଜିତି ପାରିବ ନାହିଁ ଟିମ୍‌ ଇଣ୍ଡିଆ…କୋହଲିଙ୍କ ନାଁ ନେଇ ଏ କ’ଣ କହିଦେଲେ…

ନୂଆଦିଲ୍ଲୀ,୧୭।୫: ଆଉ କିଛି ଦିନର ବ୍ୟବଧାନ ପରେ ଆରମ୍ଭ ହେବାକୁ ଯାଛି ଟି୨୦ ବିଶ୍ୱକପ୍‌। ଏହାକୁ ନେଇ ପ୍ରଶଂସକ ଦିନ ଗଣିବା ଆରମ୍ଭ କରିଦେଇଥିବା ବେଳେ...

ଟିମ୍‌ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍‌ ହେବେ ଗୌତମ ଗମ୍ଭୀର: ରିପୋର୍ଟ

ନୂଆଦିଲ୍ଲୀ,୧୭।୫: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ଏହି ପଦ...

ପଡ଼ିଆରେ ଲଢେଇ, ଡ୍ରେସିଂ ରୁମ୍‌ରେ କୋଳାକୋଳି

ନୂଆଦିଲ୍ଲୀ,୧୭।୫: ଆଇପିଏଲ ୨୦୨୪ର ୬୮ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସର ଘରୋଇ...

କୋହଲିଙ୍କ ପରି ତାଙ୍କ ଝିଅ ବି ହେବେ କ୍ରିକେଟର୍‌! ଏବେଠୁ କଲେଣି…

ନୂଆଦିଲ୍ଲୀ,୧୭।୫: ବିରାଟ କୋହଲିଙ୍କ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୪ର ପ୍ଲେ ଅଫରେ ପହଞ୍ଚିବା ଲକ୍ଷ୍ୟରେ ରହିଛି। ଏହି ଦଳ ଆଜି ଚେନ୍ନାଇ ସୁପର...

କ୍ରିଷ୍ଟିଆନ ରୋନାଲଡୋ ସର୍ବାଧିକ ଦରମା ପ୍ରାପ୍ତ ଆଥଲେଟ୍

ନୂଆଦିଲ୍ଲୀ,୧୭ା୫: ବିଶ୍ୱର ଶ୍ରେଷ୍ଠ ଆୟ କରୁଥିବା ଖେଳାଳିଙ୍କ ତାଲିକା ଫୋର୍ବସ୍ ପକ୍ଷରୁ ପ୍ରକାଶ ପାଇଛି। ଏହି ତାଲିକାରେ ତାରକା ଫୁଟବଲର କ୍ରିଷ୍ଟିଆନ ରୋନାଲଡୋ ଶୀର୍ଷରେ ରହିଛନ୍ତି।...

ସନରାଇଜର୍ସ ହାଇଦ୍ରାବାଦକୁ ପ୍ଲେଅଫରେ ପହଞ୍ଚାଇଲା ବର୍ଷା, ଗୁଜରାଟ ଟାଇଟାନ୍ସ ବିରୋଧରେ ମ୍ୟାଚ ରଦ୍ଦ

ହାଇଦ୍ରାବାଦ,୧୬।୫: ଆଇପିଏଲ ୨୦୨୪ ର ୬୬ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଗୁଜୁରାଟ ଟାଇଟାନ୍ସକୁ ସାମ୍ନା କରିଥିଲା। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ...

ବିରାଟଙ୍କ ରିଟାୟରମେଣ୍ଟ ପ୍ଲାନକୁ ନେଇ ଖୋଲିଲା ଗୁମର

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଭଲଭାବେ ଜାଣିଛନ୍ତି ଯେ ତାଙ୍କୁ ମଧ୍ୟ ଦିନେ କ୍ରିକେଟ ରୁ ଅବସର ନେବାକୁ ପଡିବ।...

୪ ଦିନ ୫ ମ୍ୟାଚ୍‌, ରୋଚକ ସ୍ଥିତିରେ ପ୍ଲେ ଅଫ୍‌ ରେସ୍‌: କିଏ ମାରିବ ବାଜି

ନୂଆଦିଲ୍ଲୀ,୧୬।୫: କୋଲକାତା ନାଇଟ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ ରେ ପହଞ୍ଚିଛି। କିନ୍ତୁ ଅବଶିଷ୍ଟ ୨ ସ୍ଥାନ ପାଇଁ ୫ଟି ଦଳ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri