Categories: ଖେଳ

ଥରେ ସ୍ତ୍ରୀଙ୍କ ପାଇଁ ଉପହାର ଆଣିବାକୁ ଯାଇଥିଲେ କୋହଲି, ଘଟିଥିଲା ଏମିତି

ମୁମ୍ବାଇ,୧୨।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମରେ ଅଛନ୍ତି। ଆଇପିଏଲ୍‌ ୨୦୨୨ରେ ମଧ୍ୟରେ କୋହଲି ଆରସିବି ଇନ୍‌ସାଇଡର୍‌କୁ ଦେଇଥିବା ଏକ ସାକ୍ଷାତକାରରେ ନିଜ ଫର୍ମ ଏବଂ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଛନ୍ତି। ଏହି ସମୟରେ ସେ ଏକ ମଜାଦାର କାହାଣୀ ଶୁଣାଇଥିଲେ। ଶ୍ରୀଲଙ୍କା ବିପକ୍ଷରେ ବେଙ୍ଗାଲୁରୁରେ ଏକ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଥିଲା। ମ୍ୟାଚ୍‌ର ତୃତୀୟ ଦିନ ଶେଷରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ପାଇଁ କିଛି କିଣିବାକୁ ବେଙ୍ଗାଲୁରୁର ପ୍ରସିଦ୍ଧ ଥମ୍ପ୍ସ ବେକରୀକୁ ଯାଇଥିଲେ। ଅନୁଷ୍କା ଏଠାରେ ପିଲାଦିନେ ପପ୍ସ ଖାଉଥିଲେ। ତାଙ୍କୁ ପପ୍ସ ବହୁତ୍‌ ପସନ୍ଦ। ତେଣୁ ତାଙ୍କ ପାଇଁ ପପ୍ସ କିଣିବାକୁ ଥମ୍ପ୍ସ ବେକରୀ ଯାଇଥିଲେ କୋହଲି। କିନ୍ତୁ ଭୟ ଥିଲା ଯଦି ସେଠାରେ କେହି ତାଙ୍କୁ ଦେଖି ଦେବ ତେବେ ସୁରକ୍ଷାକର୍ମୀଙ୍କ ଆବଶ୍ୟକତା ପଡିପାରେ। କିନ୍ତୁ ସେ ମାସ୍କ ଏବଂ ଟୋପି ଲଗାଇ ଦୋକାନରେ ପ୍ରବେଶ କରିଥିଲେ। ଯେତେବେଳେ ସେ କାଉଣ୍ଟରରେ କ୍ରେଡିଟ୍‌ କାର୍ଡ ଦେଖାଇଥିଲେ ସେତେବେଳେ ମଧ୍ୟ ପରିଚୟ ଖୁଲାସା ହେବାର ସମ୍ଭାବନା ଥିଲା। କିନ୍ତୁ ଦୋକାନର କର୍ମଚାରୀ ଏତେ ବ୍ୟସ୍ତ ଥିଲେ ଯେ, ସେ ଆଦୌ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ଫଳରେ କୋହଲି ଆରାମରେ ଅନୁଷ୍କାଙ୍କ ପାଇଁ ଜିନିଷ କିଣି ନେଇ ଆସିଥିଲେ।
ଆଇପିଏଲ୍‌ ୨୦୨୨ରେ ଅନୁଷ୍କା ଆରସିବି କ୍ୟାମ୍ପରେ କୋହଲିଙ୍କ ସହ ରହୁଛନ୍ତି। ତାଙ୍କୁ ଅନେକ ଥର ବିରାଟ ଚିୟର୍‌ କରୁଥବା ଷ୍ଟାଡିୟମରେ ଦେଖିବାକୁ ମିଳେ।

Share