Categories: ଖେଳ

ଏହି କାରଣରୁ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ କୋହଲି, ମିଳିପାରେ ଦଣ୍ଡ

କେପ୍‌ଟାଉନ୍‌,୧୩।୧: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ମଇଦାନରେ ବେଶ ଆକ୍ରାମକ ଥାନ୍ତି। ଏହାକୁ ନେଇ ଅନେକ ଥର ସେ ଦଣ୍ଡିତ ହୋଇଛନ୍ତି। ଏବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ଟେଷ୍ଟରେ କୋହଲି ଅମ୍ପାୟାର ମାରାୟସ ଏରାସମୁସଙ୍କ ସହ ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଛି।

ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ଦଳ ବୋଲିଂ କରୁଥିଲା। ପ୍ରଥମ ଅଧିବେଶନର ଖେଳ ଚାଲିଥିବା ବେଳେ ବୋଲର ମହମ୍ମଦ ଶାମିଙ୍କୁ ପ୍ରତିବନ୍ଧିତ ଅଞ୍ଚଳରେ ଦୌଡ଼ିବାକୁ ନେଇ ଚେତାବନୀ ଦେଇଥିଲେ ଅମ୍ପାୟାର। ରିପ୍ଲେ ଦେଖିବା ପରେ କୋହଲି ରାଗି ଯାଇଥିଲେ। କାରଣ ସେ ସେଥିରେ ସହମତ ନ ଥିଲେ। ସେ ନିଜସ୍ବ ଶୈଳୀରେ ଅମ୍ପାୟାରଙ୍କ ନିକଟକୁ ଯାଇ ଶାମିଙ୍କୁ କାହିଁକି ଚେତାବନୀ ଦିଆଯାଇଛି ବୋଲି ପ୍ରଶ୍ନ ପଚାରିଥିଲେ। ଦୀର୍ଘ ସମୟ ଧରି ଏନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଏରାସମୁସ ତାଙ୍କୁ ବୁଝାଇବା ଲାଗି ଚେଷ୍ଟା କରୁଥିବା ଦେଖାଯାଇଥିଲା। ଏବେ ଏହାର ଭିଡିଓ ଭାଇରାଲ ହେଉଛି।

Share