ଏହି ବିଳାସପୂର୍ଣ୍ଣ ଫ୍ଲାଟ୍‌ରେ ରହିବେ ବିରାଟ-ଅନୁଷ୍କାଙ୍କ ଲାଡ୍‌ଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ୧୧ ଜାନୁୟାରୀ, ୨୦୨୧ରେ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଦମ୍ପତି ତାଙ୍କ ଝିଅର ଗୃହ ପ୍ରବେଶରେ କୌଣସି ଅଭାବ ରଖିବାକୁ ଚାହୁଁ ନାହାନ୍ତି। ଏମିତିରେ ସେ ଝିଅର କେଉଁଠାରେ ଗୃହ ପ୍ରବେଶ କରାଇବେ ତାହା ଜାଣିବା ପାଇଁ ଲୋକଙ୍କ ମନରେ ଉତ୍ସୁକତା ଲାଗି ରହିଛି। ଖୁବ୍‌ଶୀଘ୍ର ଏହି ଦମ୍ପତି ଝିଅକୁ ନେଇ ଘରେ ପହଞ୍ଚିବେ। ମୁମ୍ବାଇ ବର୍ଲିରେ ଥିବା ବିଳାସପୂର୍ଣ୍ଣ ଫ୍ଲାଟରେ ବିରୁଷ୍କାଙ୍କ ଅଲିଅଳି ରହିବେ ବୋଲି ଜଣାପଡ଼ିଛି।
ଏହି ଫ୍ଲାଟ୍‌କୁ ବିରାଟ ୨୦୧୬ ମସିହାରେ କିଣିଥିଲେ। ୭,୧୭୧ ସ୍କୋୟାର ଫୁଟ୍‌ରେ ବ୍ୟାପିଥିବା ‘ଓମକାର’ ନାମକ ଏହି ଆପାର୍ଟମେଣ୍ଟର ୩୫ତମ ଫ୍ଲୋର ହେଉଛି ବିରୁଷ୍କାଙ୍କର। ଏହା ୭୦ ଫ୍ଲୋର ବିଶିଷ୍ଟ ଆପାର୍ଟମେଣ୍ଟ। ଏହି ଫ୍ଲାର୍ଟରୁ ପୁରା ମୁମ୍ବାଇ ସହର ଦେଖାଯାଇଥାଏ। ଓମକାରରେ ଇନ୍‌ଡୋର ଟେନିସ କୋର୍ଟ, ପିଲାମାନଙ୍କ ପାଇଁ ଡେ କେୟାର ସେଣ୍ଟର ଆଦି ରହିଛି। ଏହି ଫ୍ଲାଟ୍‌କୁ ଆମେରିକାର ‘ରିଟେଲର୍ସ ଆଣ୍ଡ ଡେଭଲପର୍ସ’ ନିର୍ମାଣ କରିଛି। ଆପାର୍ଟମେଣ୍ଟ ସାଙ୍ଗକୁ ଫ୍ଲାଟ୍‌ରେ ଥିବା ଅନେକ ପ୍ରକାର ସୁବିଧା ପାଇଁ ସବୁବେଳେ ଏହାର ଚର୍ଚ୍ଚା ହୋଇଥାଏ।
ବିରୁଷ୍କା ୨୦୧୭ରେ ବିବାହ କରିଥିଲେ। କିନ୍ତୁ ଉଭୟ ୨୦୧୬ରେ ଏହି ଫ୍ଲାଟ୍‌ ପାଇଁ ଇନ୍‌ଭେଷ୍ଟ କରିଥିଲେ। ତେବେ ଫ୍ଲାଟ କିଣିବାର ଏକ ବର୍ଷ ପରେ ସେମାନେ ବିବାହ କଲେ। ଉକ୍ତ ସମୟରେ ଏହି ଫ୍ଲାଟ ୩୪ କୋଟି ଟଙ୍କାରେ କିଣାଯାଇଥିଲା। ଏବେ ଏହାର ମୂଲ୍ୟ ଆହୁରି ଅଧିକ ହେବ ବୋଲି କୁହାଯାଉଛି। ବିରୁଷ୍କାଙ୍କ ଫ୍ଲାଟରେ ୪ଟି ବେଡ୍‌ରୁମ୍‌ ରହିଛି। ଏହି ଫ୍ଲାଟ୍‌ରେ ଏକ ଉଦ୍ୟାନ କ୍ଷେତ୍ର ମଧ୍ୟ ରହିଛି। ବିରୁଷ୍କାଙ୍କ ଅନେକ ଇନ୍‌ଷ୍ଟା ପୋଷ୍ଟରେ ଏହି ସ୍ଥାନ ଦେଖିବାକୁ ମିଳେ।
୨୦୧୪ରେ କ୍ରିକେଟର ଯୁବରାଜ ସିଂହ ଏହି ଆପାର୍ଟମେଣ୍ଟର ୨୯ତମ ଫ୍ଲୋରରେ ଏକ ଫ୍ଲାଟ କିଣିଥିଲେ। ଅର୍ଥାତ୍‌ ବିରୁଷ୍କାଙ୍କ ଲାଡଲିଙ୍କ ପଡୋଶୀ ହେଉଛନ୍ତି ଯୁବରାଜ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri