ଲକ୍ଷ୍ୟରୁ ଟପିଗଲେ ବିରୁଷ୍କା: ଯାହା କହିଥିଲେ କରି ଦେଖାଇଲେ

ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା ୧୧ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛନ୍ତି। କରୋନା ବିପକ୍ଷରେ ଲଢିବା ପାଇଁ InThisTogether ନାମକ ଏକ ଅଭିଯାନ ଜରିଆରେ ବିରୁଷ୍କା ୭ ଦିନରେ ୭ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମେ ୭ରୁ ମେ ୧୨ ଅର୍ଥାତ୍‌ ୬ ଦିନରେ ୧୧ କୋଟି ଟଙ୍କା ଗ୍ରହଣ କରାଯାଇଛି। ଏହାସହ ଲକ୍ଷ୍ୟଠାରୁ ଊର୍ଦ୍ଧ୍ୱରେ ପହଞ୍ଚତ୍ ଯାଇଛନ୍ତି ବିରୁଷ୍କା।
ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଉଭୟ ଏଥିପାଇଁ ୨ କୋଟି ଟଙ୍କା ଦାନ କରିଛନ୍ତି। ଏହି ଅର୍ଥରେ ଅମ୍ଳଜାନ, ମେଡିକାଲ ସାମଗ୍ରୀ ଏବଂ ଗରିବ ଲୋକଙ୍କୁ ଟିକାକରଣ ପାଇଁ ବ୍ୟବହୃତ ହେବ। ଏହି ଅଭିଯାନ ଆରମ୍ଭ କରିବାବେଳେ ବିରାଟ କହିଥିଲେ ଯେ, ଆମ ଦେଶ ଏବେ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି। ଆମକୁ ଏଥିରେ ଏକଜୁଟ ହୋଇ ଲୋକଙ୍କ ଜୀବନ ବଞ୍ଚାଇବା ଆବଶ୍ୟକ। ଦେଶ ଆମଠାରୁ ସମସ୍ତଙ୍କର ସହଯୋଗ ଆବଶ୍ୟକ କରେ। ବିରାଟ କୋହଲିଙ୍କ ଅଭିଯାନରେ ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ୯୫ ହଜାର ଟଙ୍କା ଦେଇଛନ୍ତି।