ଏହି ଭାରତୀୟ କ୍ରିକେଟର୍‌ଙ୍କ ଖେଳ ଦେଖିବାକୁ ପାଗଳ ପ୍ରିୟଙ୍କା ଚୋପ୍ରା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ବଡ କ୍ରିକେଟ ଫ୍ୟାନ୍‌। ତାଙ୍କର ଜଣେ ଅଙ୍କଲ୍‌ ରଣଜୀ ଖେଳୁଥିବାରୁ ପିତା ବରାବର କ୍ରିକେଟ ଟୁର୍ନାମେଣ୍ଟ ଦେଖିବାକୁ ଯାଉଥିଲେ। ଛୋଟବେଳେ ପିତାଙ୍କ ସହ ପ୍ରିୟଙ୍କା ବି ମ୍ୟାଚ୍‌ ଦେଖୁଥିଲେ। ସେବେଠୁ କ୍ରିକେଟ ପ୍ରତି ତାଙ୍କ ରୁଚି ବଢିଥିଲା। ମ୍ୟାଚ୍‌ ଚାଲିଥିବାବେଳେ ସିଟ୍‌ରୁ ଉଠିରେ ଭାରତୀୟ ଖେଳାଳି ଛକା ମାରୁଥିବାରୁ ମୁଁ ପ୍ରାୟତଃ ଛିଡା ହୋଇ ମ୍ୟାଚ୍‌ ଦେଖିଥାଏ ବୋଲି ପ୍ରିୟଙ୍କା ଏକ ସାକ୍ଷାତକାରରେ କହିଥିଲେ। ଏବେକାର ଭାରତୀୟ ଦଳରେ ଯେଉଁ ଖେଳାଳି ଖେଳୁଛନ୍ତି, ସେମାନଙ୍କ ମଧ୍ୟରେ ତାଙ୍କ ପସନ୍ଦର ଖେଳାଳି କିଏ ବୋଲି ପଚରାଯିବାରୁ ସେ କହିଥିଲେ, ଅଧିନାୟକ ବିରାଟ କୋହଲି ଏବଂ ଉପଅଧିନାୟକ ରୋହିତ ଶର୍ମାଙ୍କ ଖେଳ ଦେଖିବାକୁ ତାଙ୍କୁ ପସନ୍ଦ ଆସିଥାଏ। ଏହି ଦୁଇ ଜଣଙ୍କ ବ୍ୟାଟିଂ ଦେଖିବାକୁ ଚାତକ ପରି ଚାହିଁଥାନ୍ତି ପ୍ରିୟଙ୍କା। ବ୍ୟକ୍ତିଗତ ଭାବରେ ମଧ୍ୟ ଏହି ଦୁଇ ଖେଳାଳି ବେଶ୍‌ ଭଲ ବୋଲି ସେ କହିଛନ୍ତି। ଆମ ପରିବାର କ୍ରିକେଟ ଦେଖିବାକୁ ପସନ୍ଦ କରୁଥିବା ମୋ ବାହାଘରରେ ଏକ କ୍ରିକେଟ ମ୍ୟାଚର ଆୟୋଜନ କରାଯାଇଥିଲା। ଯେଉଁଥିରେ ନିକ୍‌ ଏବଂ ପ୍ରିୟଙ୍କାଙ୍କ ପରିବାର ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା।

Share