Posted inଖେଳ

ଟି-୨୦ ବିଶ୍ୱକପ୍‌ ଜିତିବା ପରେ ପଡ଼ିଆରେ ଡ୍ୟାନ୍ସ କଲେ ବିରାଟ, ଅର୍ଶଦୀପ

ବାର୍ବାଡୋସ୍‌,୩୦ା୬: ଭାରତ ଟି-୨୦ ବିଶ୍ୱକପ୍‌ ୨୦୨୪ ଟ୍ରଫି ଜିତିଛି। ବୃହତ ବିଜୟ ପରେ ଭାରତ ବର୍ତ୍ତମାନ ଦୁଇଟି ଟି-୨୦ ବିଶ୍ୱକପ୍‌ ଟାଇଟଲ୍‌ ହାତେଇଛି। ଟି-୨୦ ବିଶ୍ୱକପ୍‌ ୨୦୨୪ର ଅନ୍ତିମ ମ୍ୟାଚ୍‌ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ଭାରତ ପରାସ୍ତ କରିଥିଲା। ଏହି ବିଜୟ ପରେ ପ୍ରତ୍ୟେକ ଭାରତୀୟ ଖୁସିରେ ବିଭୋର ହୋଇପଡ଼ିଛନ୍ତି। ବାର୍ବାଡୋସ୍‌ର କେନ୍ସିଙ୍ଗଟନ ଓଭାଲ ଷ୍ଟାଡିୟମରେ ମଧ୍ୟ ଠିକ୍‌ ସେମିତି ଝଲକ ଦେଖିବାକୁ ମିଳିଥିଲା। ଫାଇନାଲ ଜିତିବା ପରେ ଅର୍ଶଦୀପ ସିଂ ଏବଂ ବିରାଟ କୋହଲି ପଡ଼ିଆ ମଝିରେ ଭାଙ୍ଗ୍‌ଡ଼ା ନାଚ କରୁଥିବା ଦେଖିବାକୁ ମିଳିଥିଲା।

ବେକରେ ପଦକ ପିନ୍ଧି ଅର୍ଶଦୀପ  ଏବଂ କୋହଲି ଟି -୨୦ ବିଶ୍ୱକପ୍‌ ୨୦୨୪ର ଫାଇନାଲର ବିଜୟକୁ ଏକ ଭିନ୍ନ ଢଙ୍ଗରେ ପାଳନ କରିଥିଲେ। ଯେଉଁଥିରେ ଉଭୟ ଭାଙ୍ଗଡ଼ା ଡ୍ୟାନ୍ସ କରିଥିଲେ। ତାଙ୍କ ନିକଟରେ ଅକ୍ଷର ପଟେଲ, ମହମ୍ମଦ ସିରାଜ, ରିଙ୍କୁ ସିଂ ଏବଂ ଖଲିଲ ଅହମ୍ମଦ ମଧ୍ୟ ପରସ୍ପର ସହିତ ଷ୍ଟେପ୍‌ କରୁଥିବା ଦେଖିବାକୁ ମିଳିଥିଲା।

ଟି -୨୦ ବିଶ୍ୱକପ୍‌ରେ ଅର୍ଶଦୀପ ଚମତ୍କାର ବୋଲିଂ କରିଥିଲେ। ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରୁ ତାଙ୍କୁ ପ୍ରଶଂସା କରାଯାଇଥିଲା। ଯେତେବେଳେ ଅଧିନାୟକ ରୋହିତ ଶର୍ମା ଗୋଟିଏ ଉଇକେଟ୍‌ ଆବଶ୍ୟକ କରନ୍ତି, ସେତେବେଳେ ଅର୍ଶଦୀପ ତାଙ୍କ ପାଇଁ ଉଇକେଟ୍‌ ନେଉଥିଲେ। ଅର୍ଶଦୀପ ଟି-୨୦ ବିଶ୍ୱକପ୍‌ ୨୦୨୪ରେ ୮ଟି ମ୍ୟାଚ୍‌ ଖେଳିଛନ୍ତି। ଏହି ୮ଟି ମ୍ୟାଚ୍‌ରେ ସେ ୧୭ଟି ଉଇକେଟ୍‌ ନେଇଥିଲେ। ଏହି ସିଜିନର ଟୁର୍ନାମେଣ୍ଟରେ ତାଙ୍କର ଶ୍ରେଷ୍ଠ ବୋଲିଂ ଫିଗର ହେଉଛି ୯ ରନ୍‌ ପାଇଁ ୪ ଉଇକେଟ୍‌। ଯାହା ସେ ଆମେରିକା ବିପକ୍ଷରେ ନେଇଥିଲେ।

ବିରାଟ କୋହଲି ଟି-୨୦ ବିଶ୍ୱକପ୍‌ ୨୦୨୪ର ଅନ୍ତିମ ମ୍ୟାଚ୍‌ରେ ଲୋକଙ୍କ ଆଶା ପୂରଣ କରିଥିଲେ। ତାଙ୍କ ବ୍ୟାଟରୁ ସେମିଫାଇନାଲ ମ୍ୟାଚ୍‌ ପର୍ଯ୍ୟନ୍ତ କୌଣସି ବଡ଼ ଇନିଂସ ଦେଖିବାକୁ ମିଳି ନ ଥିଲା। କିନ୍ତୁ ପ୍ରଶଂସକ ଏବଂ ଭେଟେରାନ ଖେଳାଳିମାନେ ବିଶ୍ୱାସ କରୁଥିଲେ ଯେ, କୋହଲି ଫାଇନାଲରେ ତାଙ୍କ ବ୍ୟାଟ୍‌ରେ ଏକ ବିସ୍ଫୋରଣ ସୃଷ୍ଟି କରିବେ। ଏହା ହିଁ ଘଟିଲା। ଟି -୨୦ ବିଶ୍ୱକପ୍‌ ୨୦୨୪ରେ ବିରାଟ କୋହଲି ୧୧୨.୬୮ ହାରରେ ୮ଟି ମ୍ୟାଚ୍‌ରେ ୧୫୧ ରନ୍‌ ସଂଗ୍ରହ କରିଥିଲେ। ଯେଉଁଥିରେ ଫାଇନାଲ ମ୍ୟାଚ୍‌ରେ ସେ ୧୨୮.୮୧ର ଷ୍ଟ୍ରାଇକ ହାରରେ ୫୯ ବଲ୍‌ରେ ୭୬ ରନ୍‌ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଇରାନରୁ ଖୋଲାଖୋଲି LPG କିଣିଲା ଭାରତ, ଟ୍ରମ୍ପ ଦେଖି କାବା!

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ବର୍ତ୍ତମାନ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ଯୁଦ୍ଧର ଭୟ ମଧ୍ୟରେ, ଭାରତ ଏହାର ଘରୋଇ ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ କରିବା…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ ,୨୬ା୩: ବିଶ୍ୱର ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ସବୁଠୁ ଆଗରେ ରହିଛନ୍ତି। ଗତ ବର୍ଷ ତୁଳନାରେ ତାଙ୍କର ଲୋକପ୍ରିୟତା ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri