Categories: ଖେଳ

କେବଳ କୋହଲି ନୁହେଁ, ପ୍ରଥମେ କନ୍ୟା ସନ୍ତାନର ଅଧିକାରୀ ହୋଇଛନ୍ତି ଏହି ୧୦ ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କନ୍ୟା ସନ୍ତାନର ଜନକ ହୋଇଛନ୍ତି। ଏହାପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। କେବଳ କୋହଲି ନୁହଁନ୍ତି ପୂର୍ବରୁ ମଧ୍ୟ ଅନେକ ଭାରତୀୟ କ୍ରିକେଟର୍‌ ଅଛନ୍ତି, ଯେଉଁମାନଙ୍କ ପ୍ରଥମ ସନ୍ତାନ କନ୍ୟା ହୋଇଛି। ଆସନ୍ତୁ ଜାଣିବା ସେହି ୧୦ କ୍ରିକେଟର୍‌ଙ୍କ ବିଷୟରେ।

ଉମେଶ ଯାଦବ
ଭାରତୀୟ ପେସ୍‌ ବୋଲର୍‌ ଉମେଶ ଯାଦବ ନିକଟରେ କନ୍ୟା ସନ୍ତାନର ପିତା ହୋଇଛନ୍ତି। ଗତ ଜାନୁଆରୀ ୧ରେ ତାଙ୍କ ସ୍ତ୍ରୀ ତାନ୍ୟା ବାଧଓ୍ବା କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।
ରୋହିତ ଶର୍ମା
ଭାରତୀୟ ଓପନର୍‌ ରୋହିତ ଶର୍ମାଙ୍କ ସ୍ତ୍ରୀ ରିତିକା ସଜଦେହ ୨୦୧୮ ଡିସେମ୍ପର ୩୦ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହା ଉଭୟଙ୍କ ପ୍ରଥମ ସନ୍ତାନ।

ମହେନ୍ଦ୍ର ସିଂ ଧୋନୀ
ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ରଥମ ସନ୍ତାନ ଝିଅ ହୋଇଥିଲା। ସ୍ତ୍ରୀ ସାକ୍ଷୀ ୨୦୧୫ ଫେବୃୟାରୀ ୬ରେ ଜିଭାଙ୍କୁ ଜନ୍ମ ଦେଇଥିଲେ।

ରବିଚନ୍ଦ୍ରନ ଅଶ୍ୱିନ୍‌
ଭାରତୀୟ ସ୍ପିନ୍‌ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ୍‌ ୨ଟି ଝିଅର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ପ୍ରିଥି ନାରାୟଣ ୨୦୧୫ରେ ପ୍ରଥମ ଝିଅ ଏବଂ ୨୦୧୬ରେ ଦ୍ୱିତୀୟ ଝିଅ ଜନ୍ମ ଦେଇଥିଲେ।

ମହମ୍ମଦ ସାମି
ଭାରତୀୟ ପେସ୍‌ ବୋଲର୍‌ ମହମ୍ମଦ ସାମି ୨୦୧୫ ଜୁଲାଇ ୧୮ରେ କନ୍ୟା ସନ୍ତାନର ପିତା ହୋଇଥିଲେ। ଅବଶ୍ୟ ସ୍ବାମୀ-ସ୍ତ୍ରୀ ଝଗଡା ଯୋଗୁ ଝିଅଠାରୁ ସେ ଦୂରରେ ରହୁଛନ୍ତି।

ଅଜିଙ୍କେ ରାହାଣେ
ଭାରତୀୟ ଦଳର କାମଚଳା ଅଧିନାୟକ ଅଜିଙ୍କେ ରାହାଣେ କନ୍ୟା ସନ୍ତାନର ଜନକ ହୋଇଛନ୍ତି। ସ୍ତ୍ରୀ ରାଧିକା ୨୦୧୯ ଅକ୍ଟୋବରରେ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।

ଚେତେଶ୍ୱର ପୂଜାରା
ଭାରତୀୟ ଟେଷ୍ଟ ଦଳର ସଦସ୍ୟ ଚେତେଶ୍ୱର ପୂଜାରା ୨୦୧୮ ଫେବୃୟାରୀ ୧୮ରେ କନ୍ୟା ସନ୍ତାନର ପିତା ହୋଇଥିଲେ।

ସୌରଭ ଗାଙ୍ଗୁଲି
ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପ୍ରଥମ ସନ୍ତାନ ଝିଅ ହୋଇଥିଲା। ସ୍ତ୍ରୀ ଡୋନା ୨୦୦୧ ନଭେମ୍ବର ୩ରେ ସନାଙ୍କୁ ଜନ୍ମ ଦେଇଥିଲେ।

ସଚିନ ତେନ୍ଦୁଲକର
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ମଧ୍ୟ ପ୍ରଥମ ସନ୍ତାନ ଝିଅ ହୋଇଥିଲା। ୧୯୯୭ ଅକ୍ଟୋବର ୧୨ରେ ସ୍ତ୍ରୀ ଅଞ୍ଜଳି ସାରାଙ୍କୁ ଜନ୍ମ ଦେଇଥିଲେ।

 

Share