Categories: ଖେଳ

ଧୋନୀ-ଯୁବରାଜଙ୍କ ୧୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ବିରାଟ-ହାର୍ଦ୍ଦିକ

ମେଲବୋର୍ନ,୨୪।୧୦: ଭାରତୀୟ କ୍ରିକେଟ ଟିମ୍‌ ରବିବାର ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ମ୍ୟାଚ୍‌ରେ ବିଜେତା ହୋଇ ଟି୨୦ ବିଶ୍ୱକପ୍‌ ୨୦୨୨ରେ ନିଜର ଅଭିଯାନ ଆରମ୍ଭ କରିଛି। ଏହି ବିଜୟ ପାଇଁ ୧୬୦ରନ୍‌ର ଲକ୍ଷ୍ୟ ରହିଥିଲା। ପ୍ରାରମ୍ଭିକ ଉଇକେଟ ପତନ ପରେ ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ମଙ୍ଗ ସମ୍ଭାଳିଥିଲେ। ଉଭୟଙ୍କ ମଧ୍ୟରେ ୫ମ ଉଇକେଟ ଲାଗି ଶତକୀୟ ଭାଗିଦାରୀ ଗଠିତ ହୋଇଥିଲା।

ଭାରତୀୟ ଟିମ୍‌ ୬.୧ ଓଭରରେ ୩୧ ରନ୍‌ରେ ୪ ଉଇକେଟ ହରାଇଥିଲା। ଏଭଳି କଠିନ ସମୟରେ କୋହଲି ଏବଂ ପାଣ୍ଡ୍ୟାଙ୍କ ଯୋଡ଼ି ମୋର୍ଚ୍ଚା ସମ୍ଭାଳିଥିଲେ। ଉଭୟ ୭୮ ବଲ୍‌ରେ ୧୧୩ ରନ୍‌ର ଭାଗିଦାରି କରିଥିଲେ। ଫଳରେ ଭାରତୀୟ ଦଳ ବିଜୟର ଦ୍ୱାରଦେଶରେ ପହଞ୍ଚିଥିଲା। ପାଣ୍ଡ୍ୟା ୩୭ ବଲ୍‌ରେ ୪୦ ରନ୍‌ କରିଥିଲେ।

କୋହଲି-ପାଣ୍ଡ୍ୟାଙ୍କ ଭାଗିଦାରି ଅନେକ ରେକର୍ଡ କରିଛି। ବିଶ୍ୱକପ୍‌ ଇତିହାସରେ ପାକିସ୍ତାନ ବିପକ୍ଷରେ ଶତକୀୟ ଭାଗିଦାରୀ କରିଥିବା ପ୍ରଥମ ଭାରତୀୟ ଯୋଡ଼ି ଏହା ପାଲଟିଛି। ପୂର୍ବରୁ ଯୁବରାଜ ସିଂହ ଏବଂ ଏମ୍‌ଏସ୍‌ ଧୋନୀଙ୍କ ନାମରେ ଏହି ରେକର୍ଡ ଥିଲା। ଉଭୟ୨୦୧୨ରେ ୯୭ ରନ୍‌ର ଭାଗିଦାରୀ କରି ଦଳକୁ ଜିତାଇଥିଲେ। ଏବେ ତାଙ୍କ ସ୍ଥାନରେ ପାଣ୍ଡ୍ୟା ଏବଂ କୋହଲି ରହିଛନ୍ତି।

Share