Categories: ଖେଳ

ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ପୁଣି ଯୁକ୍ତିତର୍କ କରି ଚର୍ଚ୍ଚାରେ କୋହଲି; ଭିଡିଓରେ ଦେଖନ୍ତୁ ପୁରା ଘଟଣା

ପର୍ଲ,୨୦।୧: ବିରାଟ କୋହଲି ଆଉ ତିନୋଟି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ନାହାନ୍ତ ସତ କିନ୍ତୁ ପଡ଼ିଆରେ ତାଙ୍କ ଆକ୍ରୋଶ ଅକ୍ଷୁର୍ଣ୍ଣ ରହିଛି। ନିକଟରେ ଷ୍ଟମ୍ପ ମାଇକ୍‌ରେ କ୍ରୋଧ ଜାହିର କରିବାକୁ ନେଇ ସେ ସମାଲୋଚିତ ହୋଇଥିବା ବେଳେ ପୁଣି ଥରେ ସେ ନିଜର ଆଚରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଟେମ୍ବା ବଭୁମାଙ୍କ ସହ କୋହଲିଙ୍କ ଯୁକ୍ତିତର୍କ ହୋଇଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଦକ୍ଷିଣ ଆଫ୍ରିକା ଇନିଂସର ୩୬ତମ ଓଭରରେ କୋହଲି ଏବଂ ବଭୁମାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ବଭୁମା ଖେଳିଥିବା ଶର୍ଟ କଭର୍‌ ଅଞ୍ଚଳରେ ଥିବା କୋହଲିଙ୍କ ଆଡ଼କୁ ଯାଇଥିଲେ। ଏହାପରେ ସେ ଦ୍ରୁତ ଗତିରେ ଉଇକେଟ କିପର ଋଷଭ ପନ୍ତଙ୍କ ନିକଟକୁ ବଲ୍‌ ଫିଙ୍ଗିଥିଲେ। ଥ୍ରୋ ଏତେ ଦ୍ରୁତ ଗତିରେ ଥିଲା ଯେ ପନ୍ତ ବଲ୍‌ ଧରିପାରି ନ ଥିଲେ। ଏହାକୁ ନେଇ କୋହଲିଙ୍କ ପ୍ରତିକ୍ରିୟାକୁ ନେଇ ବଭୁମା ଅସନ୍ତୋଷ ବ୍ୟକ୍ତ କରିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କୋହଲିଙ୍କ ଯୋଗୁ ତାଙ୍କ ଦେହରେ ବଲ୍‌ ବାଜିଥାନ୍ତା ବୋଲି ବଭୁମା ଅନୁଭବ କରିଥିଲେ। ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେଉଥିବା ବେଳେ କୋହଲି ଯେମିତି ଥିଲେ ସେମିତି ରହିଥିବା ଅନେକ ମତ ରଖୁଛନ୍ତି।

ଦେଖନ୍ତୁ ଭିଡିଓ:

Words exchange between Virat and Temba Bavuma pic.twitter.com/YpOCJFzIEC

— Rajwardhan (@im_Rajwardhan) January 19, 2022

Share