Posted inଫୁରସତ

ସୁପରହିରୋ ଭଳି ତିନି ମହଲା କୋଠା ଉପରକୁ ଏମିତି ଚଢ଼ୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆର ଅନେକ ଲୋକ ଏପରି କିଛି ବିପଜ୍ଜନକ କାର୍ଯ୍ୟ କରନ୍ତି, ଯାହା ବିଷୟରେ ଭାବିଲେ ଡର ଲାଗିଥାଏ। ସେହିପରି ଅଗ୍ନିଶମ କର୍ମଚାରୀମାନେ ଅଗ୍ନିକାଣ୍ଡରେ ଲୋକଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇବାକୁ ପଛାନ୍ତି ନାହିଁ । ପ୍ରାୟତଃ ଆପଣ ଅଗ୍ନିଶମ କର୍ମଚାରୀମାନେ ନିଆଁରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବଡ଼ ବିଲ୍ଡିଂରେ ଚଢ଼ୁଥିବା ଦେଖିଥିବେ। ନିକଟରେ ସୋସିଆଲ ମିଡିଆରେ ସ୍ପାଇଡର୍‌-ମ୍ୟାନ ବେଗରେ କୋଠା ଉପରକୁ ଚଢ଼ୁଥିବା ଏଭଳି ଜଣେ ଅଗ୍ନିଶମ କର୍ମଚାରୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯିଏ ସୋସିଆଲ ମିଡିଆରେ ଏହି ଭିଡିଓ ଦେଖୁଛନ୍ତି, ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଭିଡିଓରେ ଜର୍ଜ ନାମକ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି। ଏହି ବ୍ୟକ୍ତି ବୁଲଗେରିଆର ବାସିନ୍ଦା ଏବଂ ବୃତ୍ତି ଅନୁଯାୟୀ ଅଗ୍ନିଶମ କର୍ମଚାରୀ । ଭିଡିଓରେ ବ୍ୟକ୍ତି ଜଣକ ହାତରେ ଏକ ସିଡ଼ି ଧରି ତିନି ମହଲା କୋଠା ଆଡକୁ ଦୌଡ଼ନ୍ତି ଏବଂ ଅତି ଶୀଘ୍ର ଗୋଟିଏ ପରେ ଗୋଟିଏ କୋଠା ଉପରକୁ ଚଢ଼ିଯାଉଛନ୍ତି। ଇଣ୍ଟରନେଟରେ ଲୋକମାନେ ଏହି ବ୍ୟକ୍ତିଙ୍କୁ ସ୍ପାଇଡର୍‌-ମ୍ୟାନ ଆଖ୍ୟା ଦେଇଛନ୍ତି। ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ଦୁଇଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି ।ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର...

ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ FTA ଘୋଷଣା, ୨୦ ନିୟୁତ ଡଲାରର ନିବେଶ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଭାରତ ଆଉ ଏକ ବଡ଼ କୂଟନୈତିକ ସଫଳତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର...

ଭାରତରେ କାହା ପାଖରେ ଅଛି ପରମାଣୁ ବୋମାର ରିମୋଟ କଣ୍ଟ୍ରୋଲ, ଆକ୍ରମଣ ପାଇଁ କିଏ ନିର୍ଦ୍ଦେଶ ଦେଇପାରିବ ଜାଣନ୍ତୁ

ନୂଆଦିଲ୍ଲୀ,୨୨।୧୨: ସାଧାରଣ ଜନତା ପ୍ରାୟତଃ ପରମାଣୁ ଅସ୍ତ୍ର ବିଷୟରେ ଅନେକ ପ୍ରଶ୍ନ କରନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଭାରତରେ ଏହି ଅସ୍ତ୍ରଗୁଡ଼ିକ ଉପରେ ପ୍ରକୃତ...

ଭୟଙ୍କର ଦୁର୍ଘଟଣା: ଡିଭାଇଡରରେ ପିଟି ହୋଇ ରାଜପଥରେ ଓଲଟିଲା ବସ୍, ୧୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ଇଣ୍ଡୋନେସିଆରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରିପୋର୍ଟ ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରେ ଏକ ଯାତ୍ରୀବାହୀ ବସ୍...

୭ଦିନ ଜାରି ରହିବ ଶୀତ ଲହରି

ଭୁବନେଶ୍ୱର,୨୨ା୧୨(ବନ୍ଦନା ସେଠୀ): ରାଜ୍ୟରେ ଶୀତ ଲହରି ଜାରି ରହିବ। ଆସନ୍ତା ୭ଦିନ ପର୍ଯ୍ୟନ୍ତ ପାଣିପାଗର କୌଣସି ବିଶେଷ ପରିବର୍ତ୍ତନ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି: ଗୁରୁକୁଳ ଖୋଲିବା ସହ ଶୀତ ମହୋତ୍ସବ ହେବ ଆଡମ୍ବରପୂର୍ଣ୍ଣ

ଦାରିଙ୍ଗବାଡି, ୨୨।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସୋମବାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରିଛନ୍ତି। ସେ ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri