Categories: ଫୁରସତ

ପ୍ରଥମେ ଟ୍ରାଫିକ ପୋଲିସକୁ ଏଇଠି ହିଁ ପିଟିବି ବୋଲି ଧମକ ଦେଲେ; ହେଲେ ଥାନାକୁ ଯିବା ପରେ ମୁଁ ଭୁଲ କରିଛି କହି କାନ୍ଦିଲେ ଏହି ବ୍ୟକ୍ତି; ଭିଡିଓ…

ନୂଆଦିଲ୍ଲୀ: ମହରାଷ୍ଟ୍ରର ଥାନେ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଭିଡିଓ ଏବେ ଭାଇରାଲ ହେଉଛି। ବାସ୍ତବରେ ଯେତେବେଳେ ତାଙ୍କୁ ଟ୍ରାଫିକ ପୋଲିସ ଅଟକାଇଥିଲେ ସେ ତାଙ୍କୁ ଧମକାଇବା ଆରମ୍ଭ କରି ଦେଇଥିଲେ। ଏପରିକି ମୁଁ ଏଠାରେ ହିଁ ତୁମକୁ ପିଟିବି ବୋଲି କହିଥିଲେ। କିନ୍ତୁ ଯେତେବେଳେ ତାଙ୍କୁ ପୋଲିସ ଷ୍ଟେଶନ ନିଆଯାଇଥିଲା, ସେ ସେଠାରେ କାନ୍ଦିବାକୁ ଲାଗିଥିଲେ। ସାର୍‌ ଭୁଲ ହୋଇଯାଇଛି ବୋଲି କହିଥିଲେ।

ବେଆଇନ ଭାବେ ପାର୍କିଂ କରାଯାଇଥିବାରୁ ଟ୍ରାଫିକ ପୋଲିସ ଉକ୍ତ ବ୍ୟକ୍ତିଙ୍କ ନାଲି କାର୍‌କୁ ଜବତ କରିବାକୁ ଆସିଥିଲା। ଏହାକୁ ନେଇ ବ୍ୟକ୍ତିଜଣଙ୍କ ରାଗି ଯାଇଥିଲେ। ତାଙ୍କ ସହ ଥିବା ଜଣେ ମହିଳାରେ ନିଆଁରେ ଘିଅ ଢ଼ାଳିବାର କାମ କରୁଥିଲେ। ସେ ପୋଲିସ କର୍ମଚାରୀଙ୍କୁ ଧମକ ଦେଇ ‘ତୁମେ କିପରି କାର୍‌ ଟାଣି ପାରିବ? ଏହା କଣ ତୁମ ବାପାଙ୍କ କାର୍‌ କି? ଏଠାରେ ତୁମକୁ ମୁଁ ମାରିବି। ତୁମର ୟୁନିଫର୍ମ ବାହାର କର। ପାଞ୍ଚ ମିନିଟ ପାଇଁ ବାହାର କର। ଏହା ହେଉଛି ତୁମ ୟୁନିଫର୍ମର ଶକ୍ତି। ମୁଁ ଏହାକୁ ଅଧା ଚିରି ଦେବି ବୋଲି କହିଥିଲେ।

ହେଲେ କିଛି ସମୟ ପରେ ଦୃଶ୍ୟ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା। ରାସ୍ତାରେ ଧମକାଉଥିବା ବ୍ୟକ୍ତିଙ୍କୁ ଅନ୍ୟ ଏକ ଭିଡିଓରେ ପୋଲିସ ଷ୍ଟେଶନରେ କାନ୍ଦୁଥିବା ଏବଂ ପୋଲିସକୁ କ୍ଷମା ମାଗୁଥିବା ଦେଖିବାକୁ ମିଳିଥିଲା। ଡ୍ୟୁଟିରେ ଥିବା ଟ୍ରାଫିକ କର୍ମଚାରୀଙ୍କ ସହ ଅସଦାଚରଣକୁ ନେଇ ଉଭୟ ପୁରୁଷ ଓ ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଫଳରେ ବ୍ୟକ୍ତିଜଣଙ୍କ ମୁଁ ଏଭଳି କାହା ସହ କରିବି ନାହିଁ, ମୁଁ ଭୁଲ କରିଛି। ଏଥିପାଇଁ ଦୁଃଖିତ ବୋଲି କହିଥିବା ଭିଡିଓରେ ଦେଖିବାକୁ ମିଳିଛି।

Share