Categories: ଫୁରସତ

ପକ୍ଷୀଙ୍କୁ ମାରି ଏଭଳି ଖାଇଲା କଇଁଛ; ଲୋମ ଟାଙ୍କୁରା ଭିଡିଓ ଦେଖିଲେ…

ଠେକୁଆ-କଇଁଛ କାହାଣୀ ବିଷୟରେ ସମସ୍ତେ ଜାଣିଥିବେ। କାହାଣୀ ହେଉ ଅବା ବାସ୍ତବତା, ଲୋକେ କଇଁଛକୁ ବହୁତ ନିରୀହ ଜୀବ ବୋଲି କହିଥାନ୍ତି। କିଛି ଲୋକ ପୋଷା ଜୀବ ଭାବେ ଏହାକୁ ଘରେ ରଖିଥାନ୍ତି। ସ୍ବଭାବ ଦେଖିଲେ କଇଁଛ ଏକ ଶାକାହାରୀ ଜୀବ ବୋଲି କୁହାଯାଏ। ହେଲେ ଏହି ଜୀବର ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଲୋମ ଟାଙ୍କୁରୀ ଉଠିବ। କାରଣ ଭିଡିଓରେ ଏକ କଇଁଛ ଏକ ପକ୍ଷୀର ଶିକାର କରୁଥିବା ଦେଖାଯାଇଛି। ଏହା ବେଶ ଭାଇରାଲ ହେଉଛି।

ପଶୁପକ୍ଷୀଙ୍କୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ହେଲେ ଏବେ ଭାଇରାଲ ହେଉଥିବା ଭିଡିଓରେ ବିଶାଳକାୟ କଇଁଛ ବଡ଼ ପାଟି କରି ପକ୍ଷୀଟିକୁ ଗୋଡାଉଛି। ଅନେକ ଥର ପକ୍ଷୀଟି ରକ୍ଷା ପାଇ ଯାଉଛି। ହେଲେ କିଛି ସମୟ ପରେ କଇଁଛଟି ସେହି ପକ୍ଷୀକୁ ମାରିବା ପରେ ଗିଳି ଦେଉଛି।

କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭିଡିଓଟିକୁ ନିଜର ଆଧିକାରୀକ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରାଯାଇଛି। କଇଁଛକୁ ଶାକାହାରୀ ବୋଲି କୁହାଯାଉଥିବା ବେଳେ ଏଭଳି ଶିକାର କରିବା ଦେଖି ଅନେକ ଚକିତ ହେଉଛନ୍ତି।

ଭିଡିଓ ଦେଖନ୍ତୁ:

 

Share