ଏହି କ୍ରିକେଟର୍‌ଙ୍କ ମସାଜ୍‌ କଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ

ମୁମ୍ବାଇ,୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୨ର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଚାରି ଉଇକେଟ ବିଜୟ ହାସଲ କରିଥିଲା। ୩ଟି ମ୍ୟାଚ୍‌ରେ ଏହା ଆରସିବିର ଦ୍ୱିତୀୟ ବିଜୟ ଥିଲା। ଏହି ବିଜୟ ପରେ ବେଙ୍ଗାଲୁରୁ ପଏଣ୍ଟ ଟେବୁଲରେ ଷଷ୍ଠ ସ୍ଥାନରେ ରହିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଏହି ମ୍ୟାଚରେ ୧୬୯ ରନ ସ୍କୋର କରିଥିଲା। ଏହାର ଜବାବରେ ବେଙ୍ଗାଲୁରୁ ଏକ ଭଲ ଖେଳ ପ୍ରଦର୍ଶନ କରି ପାଞ୍ଚଟି ବଲ ବାକି ଥାଇ ମ୍ୟାଚ୍‌ ଜିତିଥିଲା। ଶାହାବାଜ ଆହାମ ଏବଂ ଦୀନେଶ କାର୍ତ୍ତିକ ଆରସିବି ବିଜୟର ହିରୋ ଥିଲେ। ଏହି ମ୍ୟାଚ ସମୟରେ ବିରାଟ କୋହଲି ତାଙ୍କ ସାଥୀ ଖେଳାଳି ଗ୍ଲେନ ମ୍ୟାକ୍ସୱେଲଙ୍କୁ ମସାଜ କରୁଥିବା ଦେଖାଯାଇଥିଲା। ତାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ମ୍ୟାଚରେ ବିରାଟ କୋହଲି କିଛି ବିଶେଷ କରିପାରି ନ ଥିଲେ। ସେ ମାତ୍ର ପାଞ୍ଚ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ପରେ ଗ୍ଲେନ ମ୍ୟାକ୍ସୱେଲ ଦଳ ସହିତ ଥିଲେ ମଧ୍ୟ ଏହି ମ୍ୟାଚ ଖେଳିପାରି ନ ଥିଲେ ଶାହବାଜ ଅହମ୍ମଦ ଏବଂ ଦୀନେଶ କାର୍ତ୍ତିକ ବେଙ୍ଗାଲୁରୁର ଇନିଂସ ପରିଚାଳନା କରିଥିଲେ। ବିରାଟ ଡ୍ରେସିଂ ରୁମ୍‌ରେ ଉଭୟଙ୍କ ବ୍ୟାଟିଂକୁ ଉପଭୋଗ କରିଥିଲେ। ଏହି ସମୟରେ ବିରାଟ ତାଙ୍କ ସାଥୀ ଖେଳାଳି ଗ୍ଲେନ ମ୍ୟାକ୍ସୱେଲଙ୍କ ସହ ମଧ୍ୟ ମଜା କରିଥିଲେ। ଏହା ଉପରେ ମ୍ୟାକ୍ସୱେଲ ବିରାଟଙ୍କୁ ମସାଜ କରିବାକୁ କହିଥିଲେ ଏବଂ ବିରାଟ ମନା କରି ନ ଥିଲେ। ସେ ମ୍ୟାକ୍ସୱେଲଙ୍କ କାନ୍ଧରେ ଆଙ୍ଗୁଳି ଚଳାଇ ତାଙ୍କୁ ଏକ ଛୋଟ ମସାଜ କରିଥିଲେ।

Share