ଭିଡ଼ିଓ ଭାଇରାଲ, ହଠାତ ଚମକିଲେ ଐଶ୍ୱର୍ଯ୍ୟା, ଆରାଧ୍ୟାଙ୍କୁ ମିସ୍‌ କଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ବଡ଼ ପରଦାରୁ ଦୂରେଇ ରହିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ନିକଟରେ ଶନିବାର ରାତିରେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ସେ ନିଜର ନୂଆ ଲୁକକୁ ନେଇ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନୂଆ ହେୟାର ଷ୍ଟାଇଲ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ବିମାନବନ୍ଦରରେ ତାଙ୍କର ଅନେକ ଭିଡ଼ିଓ ଏବଂ ଫଟୋ ଭାଇରାଲ ହେଉଛି ଏବଂ ପ୍ରଶଂସକମାନେ ତାଙ୍କ ଉପରେ ଭଲପାଇବା ବର୍ଷା କରୁଛନ୍ତି।
ବିମାନବନ୍ଦରରେ ଐଶ୍ୱର୍ଯ୍ୟା ଏକ ଅତ୍ୟନ୍ତ ଷ୍ଟାଇଲିସ ଏବଂ ଆକର୍ଷଣୀୟ ଲୁକରେ ନଜର ଆସିଥିଲେ; ସେ ନୀଳ ଜିନ୍ସ ସହିତ ଏକ ‘ବେଜ’ (ହାଲୁକା ମାଟିଆ) ରଙ୍ଗର ଟ୍ରେଞ୍ଚ କୋଟ ପିନ୍ଧିଥିଲେ। ଏହା ସହିତ ସେ ବ୍ରାଉନ ବୁଟ ଏବଂ କଳା ଚଷମା ମଧ୍ୟ ପିନ୍ଧିଥିଲେ। ତଥାପି, ତାଙ୍କର ନୂଆ କେଶର ରଙ୍ଗ ଏବଂ ହେୟାର ଷ୍ଟାଇଲ ସବୁଠାରୁ ଅଧିକ ଧ୍ୟାନ ଆକର୍ଷଣ କରିଥିଲା।
ଐଶ୍ୱର୍ଯ୍ୟା ରାୟ ନିଜ କେଶକୁ ଖୋଲା ରଖିଥିଲେ, ଯାହା ତାଙ୍କ ଲୁକକୁ ଏକ ଷ୍ଟାଇଲିସ ଅନ୍ଦାଜ ଦେଇଥିଲା। ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓଟି ଦ୍ରୁତ ଗତିରେ ଭାଇରାଲ ହେଉଛି। ପ୍ରଶଂସକମାନେ ତାଙ୍କର ଏହି ନୂଆ ହେୟାରଷ୍ଟାଇଲକୁ ବହୁତ ପସନ୍ଦ କରୁଛନ୍ତି ଏବଂ ତାଙ୍କ ଉପରେ ପ୍ରଶଂସାର ସୁଅ ଛୁଟାଉଛନ୍ତି।
ତେବେ, ଏଥର ଐଶ୍ୱର୍ଯ୍ୟା ବିମାନବନ୍ଦରରେ ଏକାକୀ ନଜର ଆସିଥିଲେ। ସାଧାରଣତଃ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ତାଙ୍କ ସହିତ ଥାଆନ୍ତି। ଫଳରେ, ଏହି ଭିଡିଓ ସାମ୍ନାକୁ ଆସିବା ପରେ କେତେଜଣ ପ୍ରଶଂସକ ଆରାଧ୍ୟା କେଉଁଠାରେ ଅଛନ୍ତି ବୋଲି ପଚାରିବା ଆରମ୍ଭ କରିଦେଇଥିଲେ।
ଅନେକ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି ଯେ, ‘ପ୍ରଥମ ଥର ପାଇଁ ତାଙ୍କୁ ତାଙ୍କ ଝିଅ ବିନା ଦେଖିଲୁ,’ ସେହିପରି ଅନ୍ୟ ଜଣେ ପଚାରିଛନ୍ତି, ‘ଆରାଧ୍ୟା କାହିଁକି ନାହାନ୍ତି?’ ଜଣେ ପ୍ରଶଂସକ ଲେଖିଛନ୍ତି, ‘ସେ ‘ଲୋରିଆଲ ପ୍ୟାରିସ’ (L’Or଼al Paris) ଶୋ’ରେ ଯୋଗଦେବା ପାଇଁ ପ୍ରଥମ ଥର ପାଇଁ ଆରାଧ୍ୟାଙ୍କ ବିନା ପ୍ୟାରିସ ଯାଉଛନ୍ତି।’
ଉଲ୍ଲେଖନୀୟ ଯେ, ସୋସିଆଲ ମିଡିଆରେ ଏଭଳି ଚର୍ଚ୍ଚା ହେଉଛି ଯେ ଐଶ୍ୱର୍ଯ୍ୟା ‘ପ୍ୟାରିସ ଫ୍ୟାଶନ ୱିକ’ରେ ଯୋଗଦେବା ପାଇଁ ମୁମ୍ବାଇ ଛାଡ଼ିଛନ୍ତି। ତଥାପି, ଏନେଇ ଅଭିନେତ୍ରୀଙ୍କ ପକ୍ଷରୁ କୌଣସି ସରକାରୀ ସୂଚନା ମିଳିନାହିଁ।

Dharitri – Odisha’s No.1 Odia Daily

Share