ପିପିିଇ କିଟ୍‌ ଖୋଲିବା ପରେ ବାହାରୁଛି ଲିଟର ପରିମାଣର ଝାଳ: ଭିଡିଓ ଭାଇରଲ

ବେଜିଂ,୧୩।୮: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଏବେସୁଦ୍ଧା ୨ କୋଟିରୁ ଊର୍ଦ୍ଧ୍ୱ ଲୋକ ଏହାର ଶିକାର ପାଲଟି ଗଲେଣି। ଏହାସହ ୭ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଲାଣି। ଏହି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ବଞ୍ଚାଇବାରେ ଲାଗି ପଡିଛନ୍ତି ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀ। ଏମାନେ ଘଣ୍ଟାଘଣ୍ଟାଧରି ପିପିଇ କିଟ୍‌ ପିନ୍ଧି କରୋନା ସଂକ୍ରମିତଙ୍କ ଚିକିତ୍ସା କରି ଚାଲିଛନ୍ତି। ଏମାନଙ୍କର କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଡେଲି ମେଲର ରିପୋର୍ଟ ଅନୁଯାୟୀ, ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ଡାକ୍ତର ନିଜ ଡ୍ୟୁଟି ସାରି ଫେରିବା ପରେ ନିଜର ପିପିଇ କିଟ୍‌ ଖୋଲୁଥିବା ଦେଖାଯାଉଛି। ଆଉ ଏଥିରୁ ଲିଟର ପରିମାଣର ଝାଳ ପାଣିଭଳି ବାହାରି ଆସୁଛି। ଏହା ଚାଇନାର ଏକ କୋଭିଡ ହସ୍ପିଟାଲର ଦୃଶ୍ୟ ବୋଲି କୁହାଯାଉଛି। ଯାହା ଚାଇନା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଉ ଏହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କୁ ରିୟଲ ହିରୋ ବୋଲି ସମ୍ବୋଧନ କରିଛନ୍ତି। ତେବେ ଡାକ୍ତରମାନେ ଘଣ୍ଟା ଘଣ୍ଟା ଧରି ପିପିଇ କିଟ୍‌ ପିନ୍ଧିବା ପରେ ନା ପାଣି ପିଇ ପାରୁଛନ୍ତି ନା ଓ୍ବାଶରୁମ ଯାଇପାରୁଛନ୍ତି। ତେଣୁ ସବୁପ୍ରକାର କଠିନ ପରିସ୍ଥିତିରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ମହାମାରୀର ଆଗଧାଡିର ଯୋଦ୍ଧା ବୋଲି କୁହାଯାଉଛି।

Share