Posted inଖେଳ

ଅନୁଷ୍କାଙ୍କ ସହ ଦୁଇଟି ଚଷମାରେ ନଜର ଆସିଲେ କୋହଲି, ଲୋକେ ପଚାରୁଛନ୍ତି ଏମିତି

ମୁମ୍ବାଇ : ଆଜିକାଲି କ୍ରିକେଟର ବିରାଟ କୋହଲିଙ୍କ ଗୋଡ଼ ଆଉ ତଳେ ଲାଗୁନି। କାରଣ ତାଙ୍କ ଘରକୁ ଏକ ଛୋଟ ପରୀ ଆସିଛି। ଏହି ଖୁସିରେ ବିରାଟଙ୍କ ମନ ଆକାଶରେ ଉଡୁଛି। ସେହିପରି ମା’ ହେବାର ୧୦ ଦିନ ପରେ ଅନୁଷ୍କାଙ୍କୁ ସ୍ବାମୀ ବିରାଟଙ୍କ ସହ ସ୍ପଟ୍‌ କରାଯାଇଛି। କୁହାଯାଉଛି, ଅନୁଷ୍କାଙ୍କୁ କ୍ଲିନିକ୍‌ ନେଇ ଯାଇଥିଲେ କୋହଲି। ସୋସିଆଲ ମିଡିଆରେ ତାଙ୍କର ଏହି ସମୟର ଫଟୋ ଏବେ ଭାଇରାଲ ହେଉଛି। ଏମିତିରେ ତ ବିରୁଷ୍କାଙ୍କ ପ୍ରତ୍ୟେକ ଫଟୋ ଭାଇରାଲ ହୋଇଥାଏ। ମାତ୍ର ଏଥରକ ପ୍ରଶଂସକ ଟିକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।

ଖାସ୍‌କରି କୋହଲିଙ୍କ ଗେଟ୍‌ଅପ୍‌କୁ ଦେଖି। କାରଣ ଗୋଟିଏ ଚଷମା ସେ ପିନ୍ଧିଥିବା ବେଳେ ଆଉ ଗୋଟିଏ ତାଙ୍କ ଶର୍ଟରେ ଝୁଲାଇଛନ୍ତି। ଏକାସାଙ୍ଗରେ ଦୁଇଟି ଚଷମା ଦେଖି ଅନେକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଠିଛି। କିଛି ପ୍ରଶଂସକ ଦୁଇଟି ଚଷମାର ରାଜ୍‌ ପଚାରିଥିବା ବେଳେ ଆଉ କିଛି ଏହାର ରହସ୍ୟ ବୁଝିପାରୁନାହାନ୍ତି ବୋଲି କହିଛନ୍ତି। ଏହି ଦ୍ୱନ୍ଦ୍ୱକୁ ଦୂର କରିନାହାନ୍ତି କୋହଲି। ମାତ୍ର କୁହାଯାଉଛି, ଗୋଟିଏ ଚଷମା ଦେଖିବା ପାଇଁ ଆଉ ଗୋଟିଏ ଖରାରୁ ବଞ୍ଚିବା ପାଇଁ। ଏହା ପୂର୍ବରୁ ବି କୋହଲିଙ୍କୁ ଏମିତି ରୂପେ ଦେଖିବାକୁ ମିଳିଥିଲା। ଗତ ୧୧ ତାରିଖରେ ବିରାଟ ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସୋସିଆଲ ମିଡିଆରେ ଏହି ଖୁସି ଖବର ଜଣାଇବା ପରେ ତୀବ୍ର ବେଗରେ ଏହା ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍‌ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି।…

୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨: ଅଣ୍ଟା ଭିଡ଼ିଛନ୍ତି ୨ହଜାରରୁ ଊର୍ଦ୍ଧ୍ୱ ଯବାନ

ମାଲକାନଗିରି,୨୦।୨: ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। ‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri