ସ୍ତ୍ରୀ, ପିଲାଙ୍କ ମଧ୍ୟରୁ କାହାକୁ ସମ୍ଭାଳିବା ବେଶୀ କଷ୍ଟ: ଶାହିଦ୍‌ କପୁର ଦେଲେ ଏମିତି ଉତ୍ତର

ବଲିଉଡ ଅଭିନେତା ଶାହିଦ କପୁର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ସେ ଦିଅନ୍ତି। ନିକଟରେ ଶାହିଦଙ୍କ ଜଣେ ପ୍ରଶଂସକ ତାଙ୍କୁ ପଚାରିଥିଲେ ଯେ, ତାଙ୍କ ସ୍ତ୍ରୀ, ପିଲାଙ୍କ ମଧ୍ୟରୁ କାହାକୁ ସମ୍ଭାଳିବା ବେଶୀ କଷ୍ଟ। ଏହାର ପ୍ରଶ୍ନରେ ଶାହିଦ ଏକ ମଜାଦାର ଉତ୍ତର ଦେଇଛନ୍ତି।
ସୋସିଆଲ ମିଡିଆରେ ସୌରଭ ଯାଦବ ନାମକ ଜଣେ ପ୍ରଶଂସକ ସ୍ତ୍ରୀ ମୀରା ରାଜପୁତ ଏବଂ ପିଲା ମିଶା ଏବଂ ଜୈନଙ୍କ ବିଷୟରେ ଶାହିଦଙ୍କୁ ପ୍ରଶ୍ନ କରିଥିଲେ। ସେ ପଚାରିଥିଲେ ସ୍ତ୍ରୀ, ପିଲାଙ୍କ ମଧ୍ୟରୁ କାହାକୁ ସମ୍ଭାଳିବା ବେଶୀ କଷ୍ଟ? ଏହାର ଉତ୍ତରରେ ଶାହିଦ କହିଛନ୍ତି ଯେ, ଦେଖାଯାଉଛି ଯେ ତୁମେ ଏପର୍ଯ୍ୟନ୍ତ ବିବାହିତ ନୁହଁ। ଶାହିଦଙ୍କ ଉତ୍ତର ପାଇବା ପରେ ପ୍ରଶଂସକ ଖୁସି ହୋଇଥିଲେ। ଉତ୍ତର ଦେଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ତାଙ୍କୁ ମାତ୍ର ୨୦ବର୍ଷ ବୟସ ଏବଂ ସେ କେବଳ ତାଙ୍କ ଭବିଷ୍ୟତ ପ୍ରସ୍ତୁତ କରିବା ପାଇଁ ଏହି ପ୍ରଶ୍ନ ପଚାରୁଛନ୍ତି। ଏହି ସମୟରେ ଅନ୍ୟ ଜଣେ ପ୍ରଶଂସକ ତାଙ୍କ ଫିଲ୍ମ ବିଷୟରେ ଦୁଇଟି ବିକଳ୍ପ ଦେଇଥିଲେ। ଫ୍ୟାନ ପଚାରିଛନ୍ତି ଯେ ଜବ ଉଇ ମେଟ କିମ୍ବା କବୀର ସିଂଙ୍କ ମଧ୍ୟରେ ସହିଦ କେଉଁ ଫିଲ୍ମକୁ ଅଧିକ ପସନ୍ଦ କରନ୍ତି। ଏହାର ଜବାବରେ ଶାହିଦ କବୀର ସିଂଙ୍କ ନାମ ନେଇଥିଲେ। କବୀର ସିଂ ୨୦୧୯ରେ ସର୍ବାଧିକ ଆୟ କରିଥିବା ବଲିଉଡ ଫିଲ୍ମ ମଧ୍ୟରୁ ଅନ୍ୟତମ। ଶାହିଦ ଆଜିକାଲି କ୍ରୀଡା ଡ୍ରାମା ଫିଲ୍ମ ‘ଜର୍ସି’ରେ ବ୍ୟସ୍ତ ଅଛନ୍ତି। ଖୁବ ଶୀଘ୍ର ଏହି ଫିଲ୍ମ ବଡ ପରଦାରେ ଦେଖାଯିବ।

 

Share