Categories: ଜାତୀୟ

ଚା’ ମାଗିବାରୁ ସ୍ବାମୀଙ୍କର ଏଭଳି ଅବସ୍ଥା କଲେ ସ୍ତ୍ରୀ, ଜାଣନ୍ତୁ ପୂରା ଘଟଣା…

ଲକ୍ଷ୍ନୌ,୨୮।୧୨: ଉତ୍ତରପ୍ରଦେଶର ବାଗପତ ଜିଲାରେ ଘଟିଥିବା ଏକି ଆଶ୍ଚର୍ଯ୍ୟଜନକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଘଟଣାକୁ ସେମାନଙ୍କର ସୋସିଆଲ ଆକାଉଣ୍ଟ ଫେସବୁକ, ଏକ୍ସ ଏବଂ ଇନଷ୍ଟାଗ୍ରାମ ଇତ୍ୟାଦିରେ ବହୁଳ ମାତ୍ରାରେ ପୋଷ୍ଟ କରୁଛନ୍ତି । ବାସ୍ତବରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଚା ’ପାଇଁ କହିଲେ କିନ୍ତୁ ଚା’ଦେବା ପରିବର୍ତ୍ତେ ପତ୍ନୀ ତାଙ୍କ ସ୍ବାମୀଙ୍କ ଆଖିକୁ ଛୁରିରେ ଭୁଷିଦେଇଥିଲେ। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ମହିଳା ଜଣଙ୍କ ଘରୁ ପଳାଇ ଯାଇଥିଲେ।

ସୂଚନାଯୋଗ୍ୟ, ବୁଧବାର ବାରାଉଲିର ରୋଡ ଷ୍ଟ୍ରିଟ -୬ରେ ରହୁଥିବା ଅଙ୍କିତ ତାଙ୍କ ପତ୍ନୀଙ୍କୁ ଚା’ ମାଗିଥିଲେ। ପତ୍ନୀ ରାଗିଯାଇ ତାଙ୍କ ସ୍ବାମୀଙ୍କ ଆଖିକୁ ଛୁରୀରେ ଆଘାତ କରିଛନ୍ତି। ଯାହା ପରେ ଅଙ୍କିତଙ୍କ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଙ୍କିତ ତିନି ବର୍ଷ ପୂର୍ବେ ରମଲା ପୋଲିସ ଷ୍ଟେଶନ ଅଞ୍ଚଳର ସୁପ ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହ ପରେ କିଛି ଦିନ ପାଇଁ ସବୁକିଛି ଠିକ୍‌ ଚାଲିଥିଲା, କିନ୍ତୁ ଗତ ଦେଢ ବର୍ଷ ଧରି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ଆରମ୍ଭ ହୋଇଯାଇଥିଲା।

Share