ଭାଇରାଲ ହେଉଛି ଅମ୍ବାନୀ ପରିବାରର ବିବାହ ନିମନ୍ତ୍ରଣ କାର୍ଡ, ଏଥିରେ ଯାହା ଅଛି ଦେଖିଲେ ଆଖି ଲାଖିଯିବ

ମୁମ୍ବାଇ,୨୮ା୬: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ତାଙ୍କର ଲେଡି ଲଭ୍‌ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ଜୁଲାଇ ୧୨ରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବେ। ଏବେ ସାମ୍ନାକୁ ଆସିଛି ସେମାନଙ୍କ ବିବାହ ନିମନ୍ତ୍ରଣ କାର୍ଡ।

 

View this post on Instagram

 

A post shared by Ambani Family (@ambani_update)

ନିକଟରେ ନୀତା ଅମ୍ବାନୀ କାଶୀ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରି ପ୍ରଭୁ ଶିବଙ୍କୁ ତାଙ୍କ ପୁଅ ଅନନ୍ତଙ୍କ ବିବାହକୁ ନିମନ୍ତ୍ରଣ କରିଥିଲେ। ସେ ପ୍ରଭୁ ଶିବଙ୍କୁ ପ୍ରଥମ ବିବାହ ନିମନ୍ତ୍ରଣ ପ୍ରଦାନ କରିଥିଲେ। ଏହି ସୁନ୍ଦର ନିମନ୍ତ୍ରଣ କାର୍ଡର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଦେଖିଲେ ଆଖି ଲାଖିଯିବ। ଏହି କାର୍ଡରେ ରୁପାରେ ଏକ ମନ୍ଦିର ରହିଛି। ଏହାକୁ ଖୋଲିବା ମାତ୍ରେ ଭଜନ ବାଜୁଛି। ମନ୍ଦିରରେ ରୁପାର ସୂକ୍ଷ୍ମ କାରୁକାର୍ଯ୍ୟ ସହ ଏଥିରେ ପ୍ରଭୁ ଗଣେଶ, ରାଧାକୃଷ୍ଣ ଏବଂ ମା’ ଦୁର୍ଗାଙ୍କ ସୁନାରେ ନିର୍ମିତ ପ୍ରତିମୂର୍ତ୍ତି ସ୍ଥାନ ପାଇଛି। କେବଳ ଏତିକି ନୁହେଁ, ନିମନ୍ତ୍ରଣ ବାକ୍ସରେ ଅନ୍ୟ ଦେବଦେବୀଙ୍କ ଫଟୋଚିତ୍ର, ବିବାହର ତାରିଖ ଏବଂ ଉତ୍ତରୀୟ ରହିଛି, ଯାହା ଖୁବ୍‌ ଚିତ୍ତାକର୍ଷକ ହୋଇଛି।

Anant Ambani & Radhika Merchant 'Insanely Expensive' Wedding Card Video Goes Viral; WATCH - Filmibeat

ନିମନ୍ତ୍ରଣ ଅନୁଯାୟୀ, ଅନନ୍ତ ଏବଂ ରାଧିକା ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ (ବି.କେ.ସି)ର ଜିଓ ଓ୍ବାଲର୍‌ଡ କନ୍‌ଭେନ୍‌ସନ୍‌ ସେଣ୍ଟରରେ ପାରମ୍ପାରିକ ହିନ୍ଦୁ ବୈଦିକ ରୀତିନୀତିରେ ବିବାହ ହେବ। ଜୁଲାଇ ୧୨ ଶୁକ୍ରବାର ଏହି ବିବାହ ସମାରୋହ ଅନୁଷ୍ଠିତ ହେବାକୁ ଥିବା ବେଳେ ନିମନ୍ତ୍ରଣ କାର୍ଡରେ ‘ଶୁଭ ବିବାହ’ ଲେଖାଯାଇଛି। ସମାରୋହ ପାଇଁ ଡ୍ରେସ୍‌ କୋଡ୍‌ ‘ଇଣ୍ଡିଆନ ଟ୍ରାଡିଶନାଲ’ ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri