ଭୂତାଣୁଜନିତ ଯକୃତ ପ୍ରଦାହ

ଆମେ ପିଲାଦିନେ ମାଙ୍କଡ଼, କୁମ୍ଭୀର ଓ କଲିଜାର ଗପ ପଢ଼ିଛେ। ସବୁଦିନ ମିଠା ଜାମୁକୋଳି ଖାଉଥିବା ମାଙ୍କଡ଼ର କଲିଜା (ଯକୃତ) ଅତି ମିଠା ହୋଇଥିବ ଭାବି କୁମ୍ଭୀରର ସ୍ତ୍ରୀ ତାହା ଖାଇବା ପାଇଁ ଆଗ୍ରହୀ ଥିଲା। ମାତ୍ର ଏହାର ଶେଷ କିପରି ହେଲା ଏବଂ ବୋକା କୁମ୍ଭୀର କିପରି ବୁଦ୍ଧି ଶିଖିଲା ତାହା ଏହି ଗପରୁ ଜଣାପଡ଼େ। କଲିଜା ଏବଂ ଶରୀର ଅଲଗା ନୁହେଁ- ଏହାକୁ ବୁଦ୍ଧିମାନ ମାଙ୍କଡ଼ ବୋକା କୁମ୍ଭୀରକୁ ଶେଷରେ ବୁଝାଇଥିଲା।
ମନୁଷ୍ୟ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଲା ଯକୃତ ବା ଲିଭର। ଏହା ଠିକ୍‌ ଭାବରେ କାର୍ଯ୍ୟ କରିବା ସହ ଏହା ପ୍ରତି ଆମେ ଯତ୍ନବାନ ହେବା ଦରକାର। ମାତ୍ର ଏବେ ଆମେ ଅନେକ କ୍ଷତିକାରକ ଔଷଧ, ଖାଦ୍ୟ ଏବଂ ନିଶାଦ୍ରବ୍ୟ ବିଶେଷଭାବରେ ମଦ ପିଇବା ଯୋଗୁ ନିଜର ଯକୃତର ପ୍ରତିଦିନ କ୍ଷତି ପହଞ୍ଚାଉଛୁ। କେବଳ ସେତିକି ନୁହେଁ, ଅନେକେ ଏ ବିଷୟରେ ଅବଗତ ଥାଇ ମଧ୍ୟ ଜାଣି ନ ଜାଣିଲା ପରି ଯକୃତକୁ କ୍ଷତି କରାଉଛନ୍ତି। ଯକୃତ ହେଉଛି ଆମ ଶରୀର ଦ୍ୱିତୀୟ ବୃହତ୍ତମ ଅଙ୍ଗ। ଏହାର ଓଜନ ୧.୨ରୁ ୧.୫ ଗ୍ରାମ। ଫଲସିପାରମ ଲିଗାମେଣ୍ଟ ଦ୍ୱାରା ଏହା ଦକ୍ଷିଣ ଓ ବାମ-ଦୁଇ ଭାଗରେ ବିଭକ୍ତ। ସାଧାରଣତଃ ଯକୃତ ଆମର ଦକ୍ଷିଣ ପଟ ଫୁସ୍‌ଫୁସ୍‌ର ତଳକୁ ମଧ୍ୟଛଦର ନିମ୍ନରେ ଥାଏ। ଲିଭର ସହିତ ପିତ୍ତକୋଷ ଓ ଅଗ୍ନାଶୟ ମଧ୍ୟ ଲାଗିରହିଛି।
ଶରୀରରେ ଲିଭର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ସେଥିଲାଗି ଥରେ ଲିଭର ରୋଗଗ୍ରସ୍ତ ହେଲେ ବଞ୍ଚତ୍ବା ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ। ଲିଭର କରୁଥିବା କେତୋଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଲା- (୧) ଏହା ଶର୍କରା (ସୁଗାର), ଆମିନୋଏସିଡ (ପୁଷ୍ଟିସାର) ଓ ଲିପିଡ (ସେହ୍ନସାର)କୁ ବିଘଟନ କରିଥାଏ, (୨) ରକ୍ତ ଜମାଟ ହେବାର ତତ୍ତ୍ୱ ତିଆରି କରେ ଓ ବଲିରୁବିନ ନାମକ ରେଣୁ ବିଘଟନ କରେ, (୩) ଭିଟାମିନ୍‌ ଓ ଖଣିଜ ଲବଣ ଇତ୍ୟାଦି ମହଜୁଦ ରଖିବା ଏବଂ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ରଖିବା ଇତ୍ୟାଦି। ଯକୃତର ଅନେକ ରୋଗଗୁଡ଼ିକ ମଧ୍ୟରୁ ‘ଯକୃତ ପ୍ରଦାହ’ ବା ‘ହେପାଟାଇଟିସ୍‌’ ହେଉଛି ମୁଖ୍ୟ ରୋଗ। ଏହି ରୋଗରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇ ଥାଆନ୍ତି। ଏଥିରୁ ଜଣାପଡୁଛି ଯେ ଏଭଳି ରୋଗରେ ଦିନକୁ ପ୍ରାୟ ସାଢ଼େ ତିନି ହଜାର ଲୋକ ମୃତ୍ୟୁବରଣ କରନ୍ତି, ଯାହାକି ଯକ୍ଷ୍ମାରୋଗର ଦୈନିକ ମୃତ୍ୟୁ ସଂଖ୍ୟା ସହ ସମାନ। ହେପାଟାଇଟିସ୍‌ ପରବର୍ତ୍ତୀ ସମୟରେ ଲିଭର କ୍ୟାନ୍‌ସର ଓ ଲିଭର ସିରୋସିସ୍‌ର କାରଣ ହୋଇଥାଏ। ହେପାଟାଇଟିସ୍‌ର ମୁଖ୍ୟ କାରଣ ହେଲା ଭୂତାଣୁ ସଂକ୍ରମଣ। ଭୂତାଣୁଜନିତ ଯକୃତ ପ୍ରଦାହ ‘ହେପାଟାଇଟିସ୍‌-ଏ’, ହେପାଟାଇଟିସ୍‌-ବି, ହେପାଟାଇଟିସ୍‌-ସି ଏବଂ ହେପାଟାଇଟିସ୍‌ -ଇ ବହୁଳ ଭାବରେ ହେଉଥିବା ବେଳେ ସାଇଟୋମେଗାଲୋ ଭାଇରସ, ଇ.ବି. ଭାଇରସ, ହରପେକ୍ସ ସିମଲେକ୍ସ ଭାଇରସ ଓ ପୀତ ଜ୍ୱର ଦ୍ୱାରା କମ୍‌ ମାତ୍ରାରେ ପରିଲିକ୍ଷିତ ହୁଏ।
ହେପାଟାଇଟିସ୍‌-ଏ ହେଉଛି ବହୁ ମାତ୍ରାରେ ସଂକ୍ରାମକ। ଏହା ମଳ, ମଇଳା ପାଣି, ଦୂଷିତ ଖାଦ୍ୟ, ଦୂଷିତ ହାତ ଇତ୍ୟାଦି ଦ୍ୱାରା ବ୍ୟାପିଥାଏ। କେବଳ ସେତିକି ନୁହେଁ, ଏହା ବେଳେବେଳେ ମହାମାରୀ ରୂପ ନେଇଥାଏ। ସ୍ବଚ୍ଛତା ଓ ସଚେତନତା ତଥା ନିରାପଦ ବିଶୁଦ୍ଧ ପାଣିର ଅଭାବ ମଧ୍ୟ ଏହାର ଅନ୍ୟତମ କାରଣ। ସହରଗୁଡ଼ିକରେ କେତେକ ସମୟରେ ପାଣି ପାଇପ୍‌ରେ ଡ୍ରେନ୍‌ ଏବଂ ଲାଟ୍ରିନ ପାଣି ମିଶିଯାଏ। ଫଳରେ ଏହି ପ୍ରଦୂଷିତ ପାଣି ପିଇଲେ ନିର୍ଦ୍ଦିଷ୍ଟ ସ୍ଥାନର ବାସିନ୍ଦାମାନେ ଏହି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। କିନ୍ତୁ ଏଭଳି ପାଣି ସମସ୍ୟା ସାମୟିକ ହୋଇଥାଏ। ତେଣୁ ସବୁବେଳେ ବିଶୁଦ୍ଧ ପାଣି ପିଇବା ଦରକାର। ତା’ସହ ଏଭଳି ରୋଗରେ ଆକ୍ରାନ୍ତ ହେଲେ ଡାକ୍ତରଙ୍କ ସହ ପରାମର୍ଶ ଜରୁରୀ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ହେପାଟାଇଟିସ୍‌-ବି ହେଉଛି ଦୀର୍ଘକାଳୀନ ଲିଭର ରୋଗର କାରଣ। ଏହା ରକ୍ତ ମାଧ୍ୟମରେ ବ୍ୟାପିଥାଏ। ଏକ ସଦ୍ୟତମ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ଏହି ରୋଗରେ ବିଶ୍ୱରେ ପ୍ରାୟ ୨୫କୋଟିରୁ ଊର୍ଦ୍ଧ୍ୱ ବ୍ୟକ୍ତି ସଂକ୍ରମିତ ହୋଇଥାଆନ୍ତି। ସଂକ୍ରମିତ ଗର୍ଭବତୀ ମା’ ଠାରୁ ଶିଶୁକୁ ଓ ରକ୍ତ ମାଧ୍ୟମରେ (ଇଞ୍ଜେକଶନ ଛୁଞ୍ଚତ୍, ଚିତାକୁଟା, ଆକୁପଙ୍କଚ୍‌ର ଛୁଞ୍ଚତ୍, ଛୁଞ୍ଚତ୍ଫୋଡ଼ା କ୍ଷତ, ରେଜର, ଟୁଥ୍‌ ବ୍ରଶ, ଯୌନ ସଂକ୍ରମଣ) ଏହା ସଂକ୍ରମିତ ହୋଇଥାଏ। ଏହା ସାଧାରଣତଃ ୯୫ ପ୍ରତିଶତଙ୍କ କ୍ଷେତ୍ରରେ ଉପଶମ ହୋଇଥାଏ ମାତ୍ର ବଳକା ୫ ପ୍ରତିଶତଙ୍କ କ୍ଷେତ୍ରରେ ଏହା ଦୀର୍ଘକାଳୀନ ରୋଗକୁ ବଦଳିଯାଏ। ଏପରିକି ପରବର୍ତ୍ତୀ ସମୟରେ ଲିଭର ସିରୋସିସ୍‌ ଏବଂ ଲିଭର କ୍ୟାନ୍‌ସରର କାରଣ ହୋଇଥାଏ। ଏହାର ଚିକିତ୍ସା ପାଇଁ ଆଣ୍ଟିଭାଇରାଲ ଔଷଧ ବ୍ୟବହାର କରାଯାଉଛି। ଯଦି ଏଚ୍‌ଆଇଭି-ଏଡ୍‌ସ ଦ୍ୱାରା ଆକ୍ରାନ୍ତ ତେବେ ଏଭିଳ ସମସ୍ୟା ଦେଖାଦେଲେ ଏଡ୍‌ସ ଔଷଧ ମଧ୍ୟ ନିୟମ ମୁତାବକ ଖାଇବାକୁ ପଡ଼ିଥାଏ।
ହେପାଟାଇଟିସ୍‌-ସି ମଧ୍ୟ ହେପାଟାଇଟିସ୍‌-ବି ପରି ସଂକ୍ରମିତ ରକ୍ତ ମାଧ୍ୟମରେ ବ୍ୟାପିଥାଏ ଏବଂ ଏଥିରେ ସାରା ବିଶ୍ୱରେ ପାଖାପାଖି ୭କୋଟି ଲୋକ ସଂକ୍ରମିତ ହୋଇଥାଆନ୍ତି। ଏହି ରୋଗ ଅନେକ ସମୟରେ ଦୀର୍ଘଦିନ ଧରି ସଂକ୍ରମିତ କରିଥାଏ ଓ ସିରୋସିସ୍‌ ପରି ଗୁରୁତର ରୋଗ ସୃଷ୍ଟି କରିଥାଏ। ମାତ୍ର ହେପାଟାଇଟିସ-ଇ ସେପରି ଅଧିକ ଭୟାବହ ନୁହେଁ, ଯଦିଓ ଏହା ‘ବି’ ଏବଂ ‘ସି’ ପରି ସମାନ ଭାବରେ ସଂକ୍ରମଣ କରାଇଥାଏ।
ହେପାଟାଇଟିସ୍‌ରୁ ରକ୍ଷା ପାଇବାର ଉପାୟ ହେଲା ଶିଶୁମାନଙ୍କୁ ଉପଯୁକ୍ତ ଟିକାକରଣ। ଏବେ ଜନ୍ମ ସମୟର ୨୪ ଘଣ୍ଟା ମଧ୍ୟରେ ଟିକାକରଣରେ ‘ହେପାଟାଇଟିସ୍‌-ବି’ ଟିକା ଦିଆଯାଉଛି ଏବଂ ପରବର୍ତ୍ତୀ ସମୟରେ ଏହାର ବୁଷ୍ଟର ଡୋଜ୍‌ ମଧ୍ୟ ଦିଆଯାଉଛି। ଫଳରେ ଏହି ରୋଗକୁ ନିୟନ୍ତ୍ରଣକୁ ଅଣାଯାଇଛି। ଆମ ରାଜ୍ୟରେ ପାଖାପାଖି ୯୮ ପ୍ରତିଶତ ଆନୁଷ୍ଠାନିକ ପ୍ରସବ ହେଉଥିବା ଯୋଗୁ ପ୍ରାୟତଃ ସମସ୍ତ ଜନ୍ମିତ ଶିଶୁ ଏହି ଟିକା ସହ ଅନ୍ୟ ଆବଶ୍ୟକ ଟିକା ପାଇପାରୁଛନ୍ତି। ଏହା ହେଉଛି ଆମ ରାଜ୍ୟର ସ୍ବାସ୍ଥ୍ୟ ବିଭାଗର ବଡ଼ ଉପଲବ୍ଧି।
ମଦ୍ୟପାନ ନ କରିବା, ଲିଭର ଏବଂ କିଡ୍‌ନୀକୁ କ୍ଷତି ପହଞ୍ଚାଉଥିବା ଅନେକଗୁଡ଼ିଏ ଔଷଧ, ଯନ୍ତ୍ରଣାଲାଘବ ଔଷଧ, ଆଣ୍ଟିବାୟୋଟିକ, ସଂରକ୍ଷିତ ଔଷଧ, ଡ୍ରଗସ୍‌ ଓ ରାସାୟନିକ ପଦାର୍ଥ ଇତ୍ୟାଦି ବ୍ୟବହାର ନ କରିବା ଉଚିତ। ଏହାସହିତ ଶିଶୁକୁ ଉପଯୁକ୍ତ ଟିକାକରଣକୁ ଗୁରୁତ୍ୱ ଦିଆଯିବା ଦରକାର। ଡାକ୍ତରୀ ପରାମର୍ଶ ବିନା କୌଣସି ଔଷଧ ବ୍ୟବହାର କରିବା ଠିକ୍‌ ନୁହେଁ। ଏହା ସହିତ ଲିଭରକୁ ସୁସ୍ଥ ରଖିବା ପାଇଁ ଉପଯୁକ୍ତ ତନ୍ତୁଯୁକ୍ତ ସବୁଜ ପନିପରିବା, ଚୂନାମାଛ, ଫଳମୂଳ, ଗଜାମୁଗ ଇତ୍ୟାଦି ଖାଇବା ସହ ବିଶୁଦ୍ଧ ପାଣି ପିଇବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ଡା. ରାମଚନ୍ଦ୍ର ରାଉତ
-ବରିଷ୍ଠ ଚିକିତ୍ସକ ତଥା ପୂର୍ବତନ ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା
ମୋ : ୮୨୪୯୦୮୭୯୯୫


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?