Posted inଖେଳ

Asian Games 2026: ଏସିଆନ୍ ଗେମ୍ସ ପୂର୍ବରୁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ବାଦ୍ ପଡ଼ିଲେ ବରୁଣ, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୬।୯: ଏସିଆନ୍ ଗେମ୍ସ ୨୦୨୬ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରେ ପରିବର୍ତ୍ତନ ହୋଇଛି । ଆହତ କାରଣରୁ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏସିଆନ୍ ଗେମ୍ସରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଯୁବ ଅଲରାଉଣ୍ଡର ବିପ୍ରଜ ନିଗମଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । ରିପୋର୍ଟ ଅନୁସାରେ, ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ରେ ବରୁଣ ସାଇଡ୍‌ ଷ୍ଟ୍ରେନ୍‌ରେ ଆହତ ହୋଇଥିଲେ।

ବରୁଣ ଆହତ ହେବା ପରେ ଆଫଗାନିସ୍ତାନ ବିପକ୍ଷ ଚଳିତ ଟି-୨୦ ସିରିଜରୁ ମଧ୍ୟ ବାଦ୍ ପଡ଼ିଛନ୍ତି । ଏହାପରେ ତାଙ୍କୁ ଅଧିକ ମୂଲ୍ୟାୟନ ପାଇଁ BCCIର ସେଣ୍ଟର ଅଫ୍‌ ଏକ୍ସିଲେନ୍ସକୁ ପଠାଯାଇଥିଲା। ଏବେ ସେ ଏସିଆନ୍ ଗେମ୍ସରେ ଖେଳିପାରିବେ ନାହିଁ ବୋଲି ରିପୋର୍ଟରେ କୁହାଯାଇଛି। ବରୁଣଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ବିପ୍ରଜ ନିଗମ ଜଣେ ଡାହାଣହାତୀ ଲେଗ୍‌ ସ୍ପିନର ଏବଂ ବ୍ୟାଟିଂରେ ମଧ୍ୟ ଯୋଗଦାନ ଦେଇପାରନ୍ତି। ସେ IPLରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଛନ୍ତି। ସେ ନିକଟରେ ଇଣ୍ଡିଆ-ଏ ଦଳରେ ମଧ୍ୟ ସ୍ଥାନ ପାଇଥିଲେ। ବରୁଣଙ୍କ ସ୍ଥାନ ପାଇଁ ବିପ୍ରଜ ଓ କୁଲଦୀପ ଯାଦବଙ୍କ ନାମ ବିଚାରାଧୀନ ଥିବା ନେଇ ଏକ ରିପୋର୍ଟରେ କୁହାଯାଇଛି ।

ଅପଡେଟ୍‌ ଦଳରେ ରହିଛନ୍ତି—ଅଭିଷେକ ଶର୍ମା, ସଞ୍ଜୁ ସାମସନ୍‌, ଈଶାନ କିଶନ୍‌, ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବିପ୍ରଜ ନିଗମ, ରବି ବିଷ୍ଣୋଇ, ଜସପ୍ରୀତ ବୁମରାହ, ଯଶ ଠାକୁର, ଅର୍ଶଦୀପ ସିଂହ ଓ ବୈଭବ ସୂର୍ଯ୍ୟବଂଶୀ।ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ପ୍ରତିଯୋଗିତା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ଯାଏଁ ଜାପାନରେ ଅନୁଷ୍ଠିତ ହେବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲାରେ ୧୦ ଅଧିକାରୀ ନିଯୁକ୍ତ

ଛତ୍ରପୁର,୩୧ା୧୦(ଦିଲ୍ଲୀପ ସାମଲ): ‘ଅର୍ଣ୍ଣବ’ ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ରିଲିଫ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ…

ବନ୍ୟାଞ୍ଚଳ ସ୍ଥିତି ପରଖିଲେ ଜଳସମ୍ପଦ ପ୍ରମୁଖ ସଚିବ, ବିପର୍ଯ୍ୟସ୍ତର ବାସ୍ତବ ଚିତ୍ର ଦେଖି…

ପୁରୁଷୋତ୍ତମପୁର,୩୧ା୧୦(ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି କୂଳ ଲଂଘନ ସହ ବନ୍ଧ ଭାଙ୍ଗିଯିବା ଫଳରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ…

ସଫଳତା ପାଇବା ପାଇଁ ହେଲେ ମଣିଷକୁ ହରିଣ ଶିକାରୀ ପରି ହେବା ଉଚିତ୍‌, ଜାଣନ୍ତୁ ଏପରି ରହସ୍ୟ କଥା କାହିଁକି କହିଛନ୍ତି ଚାଣକ୍ୟ…

ଜଣେ ବ୍ୟକ୍ତି ଯେତେବେଳେ ନିଜର କାର୍ଯ୍ୟ ଏବଂ ଲକ୍ଷ୍ୟରେ ସଫଳ ହୁଏ, ସେତେବେଳେ ହିଁ ଏକ ସୁଖୀ ଜୀବନ ସମ୍ଭବ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ…

ଅପରାଧ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ, ଫୋନ୍‌ କଲ୍‌ ପ୍ରତି…

ପାଟଣା,୩୧ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ପରିସରରେ ଶନିବାର ‘ଆମ ପୋଲିସ’ ସମିତି, ନିଶାମୁକ୍ତ ଭାରତ ପାଇଁ ଶପଥ ପାଠ, ରାଷ୍ଟ୍ରୀୟ ଏକତା ଦିବସ…

ରିଲିଜ ପୂର୍ବରୁ ରେକର୍ଡ ଭାଙ୍ଗିଲା ଶାହରୁଖଙ୍କ ‘କିଙ୍ଗ’, ବଢୁଛି ଉତ୍ସାହ

ମୁମ୍ବାଇ: ବଲିଉଡ୍‌ର ବାଦଶାହ ଶାହରୁଖ ଖାନଙ୍କ ଆଗାମୀ ଫିଲ୍ମ ‘କିଙ୍ଗ’କୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା। ଫିଲ୍ମ ରିଲିଜ ହେବା ପୂର୍ବରୁ ହିଁ ଏହା ଏକ ବଡ଼…

ବିଦ୍ୟାଭାରତୀଙ୍କୁ ଝଟକା: ଏଥର ହେବେ ବନ୍ଧା!

ବାରିପଦା/ଭୁବନେଶ୍ୱର, ୩୧।୧୦: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଅଡ଼ୁଆ ବଢ଼ିଛି। ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ…

ଗଞ୍ଜାମ ପୋଲିସ ପକ୍ଷରୁ ‘ରନ୍ ଫର୍ ୟୁନିଟି’ ଓ ‘ନିଶାମୁକ୍ତ ଓଡ଼ିଶା’

ଛତ୍ରପୁର, ୩୧।୧୦ (ଦିଲ୍ଲୀପ ସାମଲ): ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଞ୍ଜାମ ପୋଲିସ ପକ୍ଷରୁ ‘ରନ୍ ଫର୍…

ନଭେମ୍ୱର ୧ରୁ ବଦଳିବ ଟଙ୍କା-ପଇସା ସହ ଜଡ଼ିତ ଏହି ସବୁ ବଡ଼ ନିୟମ: ପେନଶନଭୋଗୀଙ୍କ ଠାରୁ ସାଲାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ପଡ଼ିବ ସିଧା ପ୍ରଭାବ

ନୂଆଦୀଲ୍ଲୀ,୩୧।୧୦: ନଭେମ୍ୱର ମାସ ଆରମ୍ଭ ହେବା ମାତ୍ରେ ଟଙ୍କା ଏବଂ ଟିକସ ସମ୍ୱନ୍ଧୀୟ ବଡ଼ ଧରଣର ପରିବର୍ତ୍ତନ ଘଟିବାକୁ ଯାଉଛି। ଏହାର ସିଧାସଳଖ ପ୍ରଭାବ ପେନସନଭୋଗୀ, ଟିକସଦାତା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?