Categories: ଜାତୀୟ

ସାଧାରଣତନ୍ତ୍ର ଦିବସରେ ହୋଇପାରେ ଆଇଇଡି ବିସ୍ଫୋରଣ

ନୂଆଦିଲ୍ଲୀ,୧୮ ।୧: ସାଧାରଣତନ୍ତ୍ର ଦିବସରେ ଜମ୍ମୁ-କଶ୍ମୀରେ ବ୍ୟାପକ ପରିମାଣର ହିଂସା ହୋଇପାରେ ବୋଲି ସୁରକ୍ଷା ଏଜେନ୍ସିକୁ ଖବର ମିଳିଛି । ଆଇଏସର ଇସାରାରେ ଘାଟିରେ ଆଇଇଡି ବିସ୍ଫୋରଣର ଯୋଜନା କରାଯାଇଛି । ଏହା ବ୍ୟତୀତ ସୁରକ୍ଷାକର୍ମୀ, ପୋଲିସ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ପରିବେଶକୁ ଖରାପ କରିବାକୁ ଚେଷ୍ଟା କରାଯାଇପାରେ । ଏଲଓସି ଓ ଅନ୍ତରାଷ୍ଟ୍ରୀୟ ସୀମାରେ ଥିବା ସୁରକ୍ଷା ପ୍ରତିଷ୍ଠାନ ଉପରେ ଡ୍ରୋନ ଆକ୍ରମଣ ମଧ୍ୟ ହୋଇପାରେ । ଏଥିପାଇଁ ଜୈଶ-ଇ-ମୋହମ୍ମଦ ଓ ଲସ୍କଇ-ଇ-ତୋଏବାକୁ ଦାୟିତ୍ୱ ଦିଆଯାଇଛି ବୋଲି ସୂଚନା ମିଳିଛି । ବିଭିନ୍ନ ମାଧ୍ୟମରୁ ଏହି ଖବର ମିଳିଥିବା କହିଛି ସୁରକ୍ଷା ଏଜେନ୍ସି । ଏଥିପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରି ଯୁବକମାନଙ୍କୁ ଉତ୍ସାହିତ କରାଯାଉଛି । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଯୁବକମାନଙ୍କୁ ଉସକାଇବା ସହ ଆତଙ୍କବାଦୀଙ୍କ ସହ ସାମିଲ ହେବାକୁ ପ୍ରେରଣା ଦିଆଯାଉଛି । ଏବେ ବାନ୍ଦିପୋରା ଓ ଶ୍ରୀନଗରରେ ଏହାର ସଙ୍କେତ ମିଳିସାରିଛି ।

Share