ହିଂସା ଗ୍ରହଣୀୟ ନୁହେଁ

ଭୁବନେଶ୍ୱର,୩୦।୧(ବ୍ୟୁରୋ):ଯେକୌଣସି ହିଂସା ଗ୍ରହଣୀୟ ନୁହେଁ। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାକୁ ମୁଁ ନିନ୍ଦା କରୁଛି। ଏହାଦ୍ୱାରା ରାଜ୍ୟରେ ଆଇନଶୃଙ୍ଖଳା ବୋଲି କିଛି ନାହିଁ, ଏହା ପ୍ରମାଣିତ ହୋଇଛି। ଓଡ଼ିଶାରେ କୌଣସି ମନ୍ତ୍ରୀ ଉପରେ ଗୁଳିମାଡ଼ ଘଟଣା, ତାହା ପୁଣି ଜଣେ ପୋଲିସ ଗୁଳିମାଡ଼ କରିବା ନୂଆ କଥା। ଯେଉଁ ରାଜ୍ୟରେ ମନ୍ତ୍ରୀମାନେ ସୁରକ୍ଷିତ ନାହାନ୍ତି ସେ ରାଜ୍ୟରେ ସାଧାରଣ ଲୋକଙ୍କ କଥା କିଏ ପଚାରୁଛି। ରାଜ୍ୟରେ ଜଣେ ପୋଲିସ ଡିଜି ଅଛନ୍ତି ଏହା ଲୋକେ ଜାଣିନାହାନ୍ତି। ଯେହେତୁ ଗୃହ ବିଭାଗ ଦାୟିତ୍ୱରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଅଛନ୍ତି ତେଣୁ ସେ ଉତ୍ତରଦାୟୀ। ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନିର୍ବାଚନ ଜିତିବାରେ ଇତିହାସ ସୃଷ୍ଟି କରିଥିଲେ ବି ଗୁଣ୍ଡାଶ୍ରେଣୀୟ ଲୋକଙ୍କୁ ନିଯୁକ୍ତ କରୁଛନ୍ତି ନିର୍ବାଚନ ଜିତିବା ପାଇଁ। ଏପରି କି ସେମାନଙ୍କୁ ମନ୍ତ୍ରୀ ପଦ ବି ଦେଉଛନ୍ତି। ଅତଏବ ମନ୍ତ୍ରୀଙ୍କ ଉପରକୁ ଗୁଳି କରିବାରେ ଆଶ୍ଚର୍ଯ୍ୟ ହେବାର କିଛିନାହିଁ। ଯେହେତୁ ମୁଖ୍ୟମନ୍ତ୍ରୀ ଦାୟୀ, ତେଣୁ ସେ ତାଙ୍କ ବିବେକକୁ ପଚରାନ୍ତୁ ପରବର୍ତ୍ତୀ ସମୟରେ ସେ କ’ଣ ପଦକ୍ଷେପ ନେବେ। ଯଦି ସତ୍ୟ ଲୋକଲୋଚନକୁ ଆସିବ ନାହିଁ ତେବେ ଓଡ଼ିଶାର ଭବିଷ୍ୟତ ଅନ୍ଧକାରମୟ। ମନ୍ତ୍ରୀ ଦାସଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ। ତାଙ୍କ ଆତ୍ମାର ସଦ୍‌ଗତି କାମନା କରୁଛି।
– ନରସିଂହ ମିଶ୍ର, ବିଧାୟକ, ବଲାଙ୍ଗୀର


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହୃତ୍‌ପିଣ୍ଡ ଓ ରକ୍ତଚାପ

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍‌ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ…

‘ମୋତେ ସ୍ତ୍ରୀର ମାନ୍ୟତା ଦିଅ, ନଚେତ୍ ମୁଁ ଆତ୍ମହତ୍ୟା କରିବି’, ଭାଜପା ନେତାଙ୍କ ନାଁରେ ପ୍ରେମିକାଙ୍କ ଗମ୍ଭୀର ଅଭିଯୋଗ

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ମୋରାଦାବାଦରୁ ଏକ ମାମଲା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ବ୍ୟାପକ ଭାବରେ ଚର୍ଚ୍ଚା ହେଉଛି । କୁଣ୍ଡାରକି ଥାନା ଅଞ୍ଚଳ ଅନ୍ତର୍ଗତ…

ଭାରତଠାରୁ ପରାଜୟ ପରେ ରାଗିକି ନିଆଁ ହୋଇଗଲେ ଶାହିଦ ଆଫ୍ରିଦି: ନିଜ ଜ୍ୱାଇଁଙ୍କୁ ବି ଛାଡ଼ିଲେନି

ଇସଲାମାବାଦ୍‌,୧୬।୨: ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପରାଜୟ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଖୋଲାଖୋଲି ଭାବରେ ଦଳକୁ ସମାଲୋଚନା କରିଛନ୍ତି। ସେ ଦଳର ବରିଷ୍ଠ ଖେଳାଳିମାନଙ୍କୁ…

ଗ୍ରହାଣୁରୁ ଖଣିଜ ଉତ୍ତୋଳନ

ସୌରଜଗତର ମଙ୍ଗଳ ଏବଂ ବୃହସ୍ପତି ଗ୍ରହ କକ୍ଷ ମଝିରେ ଅନେକ କ୍ଷୁଦ୍ର ବସ୍ତୁପିଣ୍ଡ ସୂର୍ଯ୍ୟକୁ ପରିକ୍ରମଣ କରୁଛି। ଏଗୁଡ଼ିକୁ ଗ୍ରହାଣୁ ବା ଗୌଣ ଗ୍ରହ କୁହାଯାଏ ଏବଂ…

ଲଜ୍ଜାରେ ଏମିତି କାମ କଲେ ମୋହସିନ ନକଭି: ମ୍ୟାଚ୍‌ ଅଧାରୁ ….

ନୂଆଦିଲ୍ଲୀ,୧୬।୨: ଭାରତଠାରୁ ପରାସ୍ତ ହେବାପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ମୁଖ୍ୟ ମୋହସିନ ନକଭି ଦଳର ହାତ ଛାଡ଼ିଦେଇଛନ୍ତି। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଭାରତ ବିପକ୍ଷରେ ତାଙ୍କ…

IND vs PAK: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ୬ ଶବ୍ଦର ପୋଷ୍ଟ

କଲମ୍ବୋ,୧୬।୨:  ପାକିସ୍ତାନ ବିପକ୍ଷରେ ଭାରତର ଦମଦାର ବିଜୟ ପରେ, ଭାରତୀୟ ଦଳର କୋଚ୍ ଗୌତମ ଗମ୍ଭୀରଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାରତର…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri