Categories: ଜାତୀୟ

ଭାରତରେ ହିଂସା ଘଟଣା କମିଛି, ଆତଙ୍କବାଦୀ ଆକ୍ରମଣ ୭୦ ପ୍ରତିଶତ କମ…

ନୂଆଦିଲ୍ଲୀ,୧୬।୧ : ନିକଟ ଅତୀତରେ ଭାରତରେ ହିଂସା ଘଟଣାରେ ବ୍ୟାପକ ହ୍ରାସ ଘଟିଛି। ଏହି ଦାବି ଏକ ନୂତନ ପୁସ୍ତକରେ କରାଯାଇଛି। ଆମେରିକାର ଭିତ୍ତିକ ରାଜନୈତିକ ଅମିତ ଆହୁଜା ଏବଂ ଦେବେଶ କାପୁରଙ୍କ ଆଗାମୀ ପୁସ୍ତକ ଇଣ୍ଟରନାଲ ସିକ୍ୟୁରିଟି ଇନ ଇଣ୍ଡିଆ: ଭାଓଲେନ୍ସ,ଅର୍ଡର ଆଣ୍ଡ ଦ ଷ୍ଟେଟରେ ଦର୍ଶାଯାଇଛି। ୨୦୧୦ ମସିହାରୁ ଭାରତରେ ଆତଙ୍କବାଦୀ ଘଟଣା ୭୦ ପ୍ରତିଶତ ହ୍ରାସ ପାଇଛି। ପୁସ୍ତକ ଅନୁଯାୟୀ ଗତ ୨୦ ବର୍ଷ ମଧ୍ୟରେ ଭାରତରେ ହିଂସା ଘଟଣାରେ ହ୍ରାସ ପରିଲକ୍ଷିତ ହୋଇଛି।

ସେମାନଙ୍କ ସର୍ଭେରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅମିତ ଆହୁଜା ଏବଂ ଜନ ହପକିନ୍ସ ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବେଶ କପୁର ଗତ କିଛି ଦଶନ୍ଧି ମଧ୍ୟରେ ସରକାରୀ ତଥ୍ୟ ଯାଞ୍ଚ କରି ରାଜନୈତିକ ହିଂସା, ଜାତିଗତ ତଥା ଧାର୍ମିକ ହିଂସା, ଆତଙ୍କବାଦ ତଥା ରାଜନୈତିକ ହତ୍ୟା ଏବଂ ବିମାନ ଅପହରଣ ଭଳି ଘଟଣା ଉପରେ ଅଧ୍ୟୟନ କରିଥିଲେ। ଡକ୍ୟୁମେଣ୍ଟଗୁଡିକ ଅଧ୍ୟୟନ କରିବା ପରେ ଉଭୟ ଜାଣିବାକୁ ପାଇଲେ ଯେ ଭାରତରେ ହିଂସା ଘଟଣାରେ ହ୍ରାସ ଘଟିଛି। ୧୯୭୦ ରୁ ୨୦୦୦ ମଧ୍ୟରେ ଦେଶରେ ଅନେକ ହିଂସା ଘଟଣା ଘଟିଥିଲା, କିନ୍ତୁ ସେବେଠାରୁ ଏଥିରେ ହ୍ରାସ ଘଟିଛି।

କୁହାଯାଇଛି ଯେ ୨୦୦୨ର ଗୁଜୁରାଟ ଦଙ୍ଗା ପରଠାରୁ ଭାରତରେ ଏଭଳି ବଡ଼ ଧରଣର ଜାତି-ଧର୍ମ ହତ୍ୟାକାଣ୍ଡ ଘଟି ନାହିଁ। ଯଦିଓ ୨୦୧୩ରେ ଉତ୍ତରପ୍ରଦେଶର ମୁଜାଫରନଗରରେ ଏବଂ ୨୦୨୦ମସିହାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଦଙ୍ଗା ହୋଇଥିଲା। ତଥାପି ଦାବି କରାଯାଇଛି ଯେ ଏହି ଦଙ୍ଗାରେ ସମୁଦାୟ ୯୦ଜଣଙ୍କର ମୃତ୍ୟୁ ଘଟିଛି। ଯାହା ଦର୍ଶାଇଛି ଯେ ଭାରତରେ ଏବେ ମଧ୍ୟ ହିଂସା ରହିଛି। । ୧୯୮୪ରେ ଶିଖ ଦଙ୍ଗା, ଆସାମରେ ବାଂଲାଦେଶୀ ମୁସଲମାନମାନଙ୍କ ବିରୁଦ୍ଧରେ ୧୯୮୩ ଦଙ୍ଗା ସମ୍ପର୍କରେ ମଧ୍ୟ ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି।

Share