Posted inଜାତୀୟ

ଭାରତରେ ହିଂସା ଘଟଣା କମିଛି, ଆତଙ୍କବାଦୀ ଆକ୍ରମଣ ୭୦ ପ୍ରତିଶତ କମ…

ନୂଆଦିଲ୍ଲୀ,୧୬।୧ : ନିକଟ ଅତୀତରେ ଭାରତରେ ହିଂସା ଘଟଣାରେ ବ୍ୟାପକ ହ୍ରାସ ଘଟିଛି। ଏହି ଦାବି ଏକ ନୂତନ ପୁସ୍ତକରେ କରାଯାଇଛି। ଆମେରିକାର ଭିତ୍ତିକ ରାଜନୈତିକ ଅମିତ ଆହୁଜା ଏବଂ ଦେବେଶ କାପୁରଙ୍କ ଆଗାମୀ ପୁସ୍ତକ ଇଣ୍ଟରନାଲ ସିକ୍ୟୁରିଟି ଇନ ଇଣ୍ଡିଆ: ଭାଓଲେନ୍ସ,ଅର୍ଡର ଆଣ୍ଡ ଦ ଷ୍ଟେଟରେ ଦର୍ଶାଯାଇଛି। ୨୦୧୦ ମସିହାରୁ ଭାରତରେ ଆତଙ୍କବାଦୀ ଘଟଣା ୭୦ ପ୍ରତିଶତ ହ୍ରାସ ପାଇଛି। ପୁସ୍ତକ ଅନୁଯାୟୀ ଗତ ୨୦ ବର୍ଷ ମଧ୍ୟରେ ଭାରତରେ ହିଂସା ଘଟଣାରେ ହ୍ରାସ ପରିଲକ୍ଷିତ ହୋଇଛି।

ସେମାନଙ୍କ ସର୍ଭେରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଅମିତ ଆହୁଜା ଏବଂ ଜନ ହପକିନ୍ସ ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବେଶ କପୁର ଗତ କିଛି ଦଶନ୍ଧି ମଧ୍ୟରେ ସରକାରୀ ତଥ୍ୟ ଯାଞ୍ଚ କରି ରାଜନୈତିକ ହିଂସା, ଜାତିଗତ ତଥା ଧାର୍ମିକ ହିଂସା, ଆତଙ୍କବାଦ ତଥା ରାଜନୈତିକ ହତ୍ୟା ଏବଂ ବିମାନ ଅପହରଣ ଭଳି ଘଟଣା ଉପରେ ଅଧ୍ୟୟନ କରିଥିଲେ। ଡକ୍ୟୁମେଣ୍ଟଗୁଡିକ ଅଧ୍ୟୟନ କରିବା ପରେ ଉଭୟ ଜାଣିବାକୁ ପାଇଲେ ଯେ ଭାରତରେ ହିଂସା ଘଟଣାରେ ହ୍ରାସ ଘଟିଛି। ୧୯୭୦ ରୁ ୨୦୦୦ ମଧ୍ୟରେ ଦେଶରେ ଅନେକ ହିଂସା ଘଟଣା ଘଟିଥିଲା, କିନ୍ତୁ ସେବେଠାରୁ ଏଥିରେ ହ୍ରାସ ଘଟିଛି।

କୁହାଯାଇଛି ଯେ ୨୦୦୨ର ଗୁଜୁରାଟ ଦଙ୍ଗା ପରଠାରୁ ଭାରତରେ ଏଭଳି ବଡ଼ ଧରଣର ଜାତି-ଧର୍ମ ହତ୍ୟାକାଣ୍ଡ ଘଟି ନାହିଁ। ଯଦିଓ ୨୦୧୩ରେ ଉତ୍ତରପ୍ରଦେଶର ମୁଜାଫରନଗରରେ ଏବଂ ୨୦୨୦ମସିହାରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଦଙ୍ଗା ହୋଇଥିଲା। ତଥାପି ଦାବି କରାଯାଇଛି ଯେ ଏହି ଦଙ୍ଗାରେ ସମୁଦାୟ ୯୦ଜଣଙ୍କର ମୃତ୍ୟୁ ଘଟିଛି। ଯାହା ଦର୍ଶାଇଛି ଯେ ଭାରତରେ ଏବେ ମଧ୍ୟ ହିଂସା ରହିଛି। । ୧୯୮୪ରେ ଶିଖ ଦଙ୍ଗା, ଆସାମରେ ବାଂଲାଦେଶୀ ମୁସଲମାନମାନଙ୍କ ବିରୁଦ୍ଧରେ ୧୯୮୩ ଦଙ୍ଗା ସମ୍ପର୍କରେ ମଧ୍ୟ ଏହି ପୁସ୍ତକରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri