ବାଂଲାଦେଶରେ ହିଂସା

ବାଂଲାଦେଶ ଭାରତର କେବଳ ଏକ ପଡ଼ୋଶୀ ଦେଶ ନୁହେଁ , ଏହା ପରସ୍ପରର ଭାଷା, ଇତିହାସ, ସଂସ୍କୃତି ଓ ସେ ଦେଶର ମୁକ୍ତି ସଂଗ୍ରାମରେ ଗଠିତ ଏକ ନିବିଡ଼ ସମ୍ପର୍କ। ଯଦିଓ ୧୯୭୧ ମସିହାରେ ସ୍ବାଧୀନ ବାଂଲାଦେଶ ଧର୍ମ ନିରପେକ୍ଷତା ଓ ସମତାର ପ୍ରତିଶ୍ରୁତି ସହ ଆମ ଦେଶର ପ୍ରତ୍ୟକ୍ଷ ସହାୟତାରେ ଜନ୍ମଲାଭ କରିଥିଲା, ପରବର୍ତ୍ତୀ ସମୟରେ ସେଠାରେ ଥିବା ହିନ୍ଦୁ ପ୍ରାୟତଃ ସେ ଦେଶର କଳୁଷିତ ରାଜନୀତିର ଶିକାର ହେଲେ। ସାମରିକ ଶାସନ କାଳରେ ଧର୍ମ ନିରପେକ୍ଷତା ପରିବର୍ତ୍ତେ ଇସ୍‌ଲାମ ଧର୍ମକୁ ରାଷ୍ଟ୍ର ଧର୍ମ ରୂପେ ଘୋଷଣା କରାଗଲା ଏବଂ ଆଭ୍ୟନ୍ତରୀଣ ରାଜନୀତିର ପରିଣାମ ସ୍ବରୂପ ଧର୍ମୀୟ ଚରମପନ୍ଥାର ପୁନଃ ପ୍ରବେଶ ଅଳ୍ପ ସଂଖ୍ୟକ ହିନ୍ଦୁଙ୍କର ସୁରକ୍ଷା ଉପରେ ସବୁଦିନ ପାଇଁ ପ୍ରଶ୍ନବାଚୀ ହୋଇ ରହିଲା।
ଉଲ୍ଲେଖଯୋଗ୍ୟ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ପଦଚ୍ୟୁତି ଏବଂ ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କ ଦ୍ୱାରା ତାଙ୍କୁ ରାଜନୈତିକ ଆଶ୍ରୟ ଦିଆଯିବା ଫଳରେ ସେ ଦେଶର ଚରମପନ୍ଥୀ ଗୋଷ୍ଠୀ ଅଳ୍ପ ସଂଖ୍ୟକଙ୍କ ଉପରେ ଅତ୍ୟାଚାର କରିବାର ସୁଯୋଗ ପାଇଲେ। ଏଥିରେ ଶାସକ ଦଳ ପରୋକ୍ଷ ଭାବରେ ସଂଶ୍ଳିଷ୍ଟ ରହିଲେ। ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ବର୍ତ୍ତମାନ ସେଠାର ଆଭ୍ୟନ୍ତରୀଣ ରାଜନୈତିକ ଚିତ୍ରପଟ୍ଟ ଅତ୍ୟନ୍ତ ଉଦ୍‌ବେଗଜନକ ଅବସ୍ଥାରେ ରହିଛି। ତେଣୁ ବିଦେଶୀ ଶକ୍ତିମାନେ ନିଜ ସ୍ବାର୍ଥସାଧନ ପାଇଁ ସେଠାର ଅପାରଗ ସରକାରଙ୍କୁ ନିଜ ଅକ୍ତିଆରରେ ରଖିବା ପୂର୍ବକ ହିନ୍ଦୁ ବିରୋଧୀ ଗୋଷ୍ଠୀଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେଉଛନ୍ତି। ଏହା ଭାରତ ପ୍ରତି ଏକ ଆହ୍ବାନ। ଏହାଠାରୁ ଅଧିକ ଭୟାବହ ହେଉଛି , ସେ ଦେଶର ଦଣ୍ଡହୀନତାର ସଂସ୍କୃତି। ଦୁର୍ବଳ ଆଇନ ପ୍ରଣୟନ ଓ ବିଳମ୍ବିତ ନ୍ୟାୟ ପ୍ରଦାନ ସାମ୍ପ୍ରଦାୟିକ ହିଂସାକାଣ୍ଡ ପ୍ରତି ପରୋକ୍ଷ ସମର୍ଥନ। ବର୍ତ୍ତମାନ ବାଂଲାଦେଶର ନ୍ୟାଶନାଲ ପାର୍ଟିର କାର୍ଯ୍ୟକାରୀ ସଭାପତି ତାରିକ୍‌ ରହମାନଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପରେ ସେ ଦେଶର ଏକ ସ୍ବଚ୍ଛ, ଅବାଧ ନିର୍ବାଚନକୁ ଭାରତ ସମର୍ଥନକରିବା ଘୋଷଣା କରିଛି।
ବାଂଲାଦେଶରେ ହିନ୍ଦୁ ବିରୋଧୀ ଘଟଣାକୁ ନେଇ କେତେକ ସଂଗଠନ ଏ ବିଷୟରେ ସିଧାସଳଖ ହସ୍ତକ୍ଷେପ କରିବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ଭାରତବର୍ଷର ବିଭିନ୍ନ ସ୍ଥାନରେ ବାସକରୁଥିବା ବାଂଲାଦେଶୀ ରୋହିଙ୍ଗ୍ୟାଙ୍କୁ ଚିହ୍ନଟକରି ସେମାନଙ୍କୁ ନିଜ ଦେଶକୁ ପଠାଇବାର ବ୍ୟବସ୍ଥା କରିବାକୁ ଦାବି ହେଉଛି।ଏହାର ପ୍ରତିକ୍ରିୟାରେ ଭାରତର ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରଣଧିର ଜୟସାଲଙ୍କ ନିନ୍ଦା ପ୍ରସ୍ତାବ ସହ ଭାରତ ସରକାରଙ୍କ ଦ୍ୱାରା ବାଂଲାଦେଶର ପ୍ରତିନିଧିଙ୍କୁ ଡାକି ସଂଖ୍ୟାଲଘୁ ହିନ୍ଦୁମାନଙ୍କ ପ୍ରତି ତୁରନ୍ତ ଅତ୍ୟାଚାର ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି। ଆମେରିକା ସମେତ ଜାତିସଂଘର ଉଦ୍‌ବେଗ ଜଣାଇ ଦେଉଛି ଯେ ବର୍ତ୍ତମାନ ବାଂଲାଦେଶର ସମସ୍ୟା ଆଉ କେବଳ ସେହି ଦେଶର ଆଭ୍ୟନ୍ତରୀଣ ସମସ୍ୟା ହୋଇ ରହିନାହିଁ। ଏଥିପାଇଁ ଦୋଷୀମାନଙ୍କୁ ଚିହ୍ନଟକରି ସେ ଦେଶର ଆଇନ ଅନୁଯାୟୀ ତୁରନ୍ତ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବା ଆବଶ୍ୟକ।
ଏହି ପରିପ୍ରେକ୍ଷୀରେ ଭାରତ ଯଦି ବାଂଲାଦେଶ ପ୍ରତି କଠୋର ଦଣ୍ଡାତ୍ମକ ପଦକ୍ଷେପ ସ୍ବରୂପ ବ୍ୟାପାରିକ ପ୍ରତିବନ୍ଧ ଲାଗୁକରେ ଏବଂ କୂଟନୈତିକ ସ୍ତରରେ ବିଶ୍ୱ ଦରବାରରେ ନିନ୍ଦିତକରେ ତେବେ ଜାତୀୟବାଦୀ ଇସ୍‌ଲାମିକ ଶକ୍ତିମାନଙ୍କ ପାଇଁ ଏହା ଅଧିକ ଲାଭପ୍ରଦ ହୋଇପାରେ। ପାକିସ୍ତାନ ଓ ତଥାକଥିତ ଇସ୍‌ଲାମିକ ନାଟୋ ଦେଶଗୁଡିକ ମଧ୍ୟରେ ହିନ୍ଦୁ ବିରୋଧୀ ହିଂସା ଅଧିକ ହେବା ସମ୍ଭାବନାକୁ ମଧ୍ୟ ଅଣଦେଖା କରାଯାଇ ନ ପାରେ। ଏହା ବ୍ୟତୀତ ଭାରତକୁ ସେ ଦେଶର ସାର୍ବଭୌମତ୍ୱ ଓ ଆଭ୍ୟନ୍ତରୀଣ ପ୍ରକ୍ରିୟା ପ୍ରତି ମଧ୍ୟ ସମ୍ମାନ ରହିବା ଆବଶ୍ୟକ। ଆଜି ପର୍ଯ୍ୟନ୍ତ ଏହା ଭାରତୀୟ ବୈଦେଶିକ ନୀତିର ମୂଳମନ୍ତ୍ର ହୋଇ ରହି ଆସିଛି।
ପରିଶେଷରେ ଏତିକି କୁହାଯାଇପାରେ, ବାଂଲାଦେଶର ବିକାଶ ପ୍ରକଳ୍ପ ପାଇଁ ଭାରତର ଆର୍ଥିକ ସହଯୋଗ ସହ ଊର୍ଜା ସଂଯୋଗ ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ଆବଶ୍ୟକ ପଡ଼ିଲେ ଉଚିତ ଶିକ୍ଷା ଦେବା ପାଇଁ ପ୍ରାଥମିକ ଭାବରେ ସେ ଦେଶ ସହ ସମସ୍ତ ପ୍ରକାର ବ୍ୟାପାରିକ ସମ୍ପର୍କ ବନ୍ଦକରି ବାଂଲାଦେଶୀ ଅନୁପ୍ରବେଶକାରୀ ତଥା ଚୋରା ଚାଲାଣକାରୀମାନଙ୍କୁ କଠୋର ହସ୍ତରେ ଦମନକରିବା ଉଚିତ। ପଡ଼ୋଶୀ ଦେଶ ଭାବରେ ଆଉ ଅଧିକ ସହାନୁଭୂତିଶୀଳ ହୋଇ ନୀରବ ରହିଲେ ବିଶ୍ୱ ଦରବାରରେ ଭାରତ ନିନ୍ଦିତହେବା ସହ ନିଜ ଦେଶ ଭିତରେ ଭାଜପା ସରକାରଙ୍କ ଲୋକପ୍ରିୟତା ଯେ ହ୍ରାସପାଇବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

ପ୍ରମୋଦ କୁମାର ମିଶ୍ର
ସମ୍ବଲପୁର
ମୋ: ୯୪୩୭୪୨୦୫୪୬

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚାଇନା? ସାଟେଲାଇଟରୁ ଆସିଲା ସାଂଘାତିକ ଫଟୋ…

ବେଜିଂ,୧୩।୩: ଚାଇନା ଏବେ ଏସିଆରେ ଏକ ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଏହି ସୂଚନା ପୂର୍ୱ ଚୀନ ସାଗରର ଏକ ସାଟେଲାଇଟ ଚିତ୍ରରୁ ଆସିଛି। ଏହି…

ସୋନିଆ-ରାହୁଲଙ୍କ ଉପରେ ଝୁଲୁଛି ଖଣ୍ଡା: ଗୋଟିଏ ଝଟ୍‌କାରେ ହରାଇପାରନ୍ତି ସଦସ୍ୟତା

ନୂଆଦିଲ୍ଲୀ,୧୩।୩: ନେହେରୁ-ଗାନ୍ଧୀ ପରିବାର ଉପରେ ଆଇନଗତ ଖଣ୍ଡା ଝୁଲୁଛି। ଦୁଇଟି ପୃଥକ ମାମଲା ଗୋଟିଏ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଏବଂ ଅନ୍ୟଟି ଲକ୍ଷ୍ନୌ ହାଇକୋର୍ଟରେ ଚାଲିଛି।…

ଦଣ୍ଡଯାତ୍ରାରୁ ହୋଇଥିଲା ପ୍ରେମ, ପ୍ରେମିକାଙ୍କୁ ପ୍ରତାରଣା କରି ବନ୍ଧାହେଲେ ପ୍ରେମିକ

ବ୍ରହ୍ମପୁର,୧୩ା୩(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ପ୍ରେମ କରି ଶାରିରୀକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗରେ ବଡବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ…

କାହିଁକି ଜଣେ ପାକିସ୍ତାନୀ ଖେଳାଳିଙ୍କୁ କିଣିଲା କାବ୍ୟା ମାରାନଙ୍କ ଦଳ? SRH କୋଚ ନିଜେ ପ୍ରକାଶ କଲେ ସମ୍ପୂର୍ଣ୍ଣ ସତ୍ୟ

ନୂଆଦିଲ୍ଲୀ,୧୩।୩: ଦି ହଣ୍ଡ୍ରେଡ ଲିଗ ନିଲାମରେ ପାକିସ୍ତାନୀ ଖେଳାଳି ଅବରାର ଅହମ୍ମଦଙ୍କୁ କିଣିବା ପରେ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ ଉପରେ ନଜର ରଖାଯାଇଛି। ସନରାଇଜର୍ସ ଲିଡ୍ସ ଦଳ…

ଇରାନ ବିରୋଧରେ ପାକିସ୍ତାନ? ସାଉଦି ଆରବକୁ ପୂର୍ଣ୍ଣ ସମର୍ଥନ ଦେଇ କ୍ରାଉନ ପ୍ରିନ୍ସଙ୍କୁ ଭେଟିବାକୁ ପହଞ୍ଚିଲେ ଶେହବାଜ ସରିଫ

ରିୟାଦ,୧୩।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସାଉଦି ଯୁବରାଜ ମହମ୍ମଦ ବିନ ସଲମାନଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତ କରିଥିଲେ। ଏହି ସାକ୍ଷାତ ଜେଦ୍ଦାରେ ହୋଇଥିଲା। ଆଲୋଚନା…

ନୂଆ ଗ୍ୟାସ୍‌ ସିଲିଣ୍ଡର ବୁକିଂ କରିବାକୁ ନାକେଦମ ହୋଇପଡୁଛନ୍ତି ଗ୍ରାହକ, ଜିଲାପାଳଙ୍କୁ ଭେଟି କଂଗ୍ରେସ କହିଲା…

ଛତ୍ରପୁର,୧୩ା୩(ଦିଲ୍ଲୀପ ସାମଲ): ଏଲ୍‌ପିଜି ବା ରନ୍ଧନ ଗ୍ୟାସ୍‌କୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ କମିଟି (ପୂର୍ବ) ପକ୍ଷରୁ ଆନ୍ଦୋଳନ କରାଯାଇଛି। ଏନେଇ…

ମହଙ୍ଗା ହୋଇଯିବ ଇଲେକ୍ଟ୍ରୋନିକ୍‌ ଜିନିଷ : ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ,୧୩।୩: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷ କେବଳ ତେଲ ଏବଂ ଗ୍ୟାସ ମୂଲ୍ୟକୁ ପ୍ରଭାବିତ କରିବ ତାହା ନୁହେଁ। ଏହାର ପ୍ରଭାବ ସୁଦୂରପ୍ରସାରୀ ହେବ ବୋଲି ଆଶା…

ସୁଧୁରୁନି ରାଶନ କାର୍ଡ ବିଭ୍ରାଟ, ଆବେଦନ କରି ଅପେକ୍ଷାରେ ବହୁ ଯୋଗ୍ୟ ବ୍ୟକ୍ତି

ଯାଜପୁର,୧୩ା୩(ହର୍ଷବର୍ଦ୍ଧନ ବେହେରା): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଆଧାରରେ ଓଡ଼ିଶାରେ ରାଶନକାର୍ଡ ହିତାଧିକାରୀ ଚୟନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହିକ୍ରମରେ ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୦୧୫ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri