କ୍ଷୁଧା ଚିନ୍ତା

ବିଶ୍ୱରେ ଏବେ ୮ ବିଲିୟନ (୮୦୦ କୋଟି) ଲୋକଙ୍କୁ ଖାଦ୍ୟ ଦେବା ପାଇଁ ସଂଘର୍ଷ କରିବାକୁ ପଡ଼ୁଥିବାବେଳେ ୨୦୫୦ ସୁଦ୍ଧା ୧୦ ବିଲିିୟନ (୧,୦୦୦ କୋଟି) ଲୋକଙ୍କୁ ଆମେ କିଭଳି ଖାଦ୍ୟ ଯୋଗାଇ ପାରିବା? ବଢ଼ୁଥିବା ଜନସଂଖ୍ୟାର ପୌଷ୍ଟିକ ଆବଶ୍ୟକତା ପୂରଣ ପାଇଁ କେବଳ ଶସ୍ୟଜାତ ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବା ଆବଶ୍ୟକ ତାହା ନୁହେଁ, ବରଂ କେହି ଯେଭଳି ଖାଦ୍ୟ ଅସୁରକ୍ଷାରେ ନ ରୁହନ୍ତି, ସେଥିପାଇଁ ସମବଣ୍ଟନ ନିଶ୍ଚିତ କରିବାକୁ ପଡ଼ିବ। ଏହା କରିବା ବଡ଼ କଠିନ। ଏବକାର ଖାଦ୍ୟ ବ୍ୟବସ୍ଥା ଅବ୍ୟବସ୍ଥିତ ହୋଇଗଲାଣି। ପାଖାପାଖି ୬୭୩ ମିଲିୟନ ଲୋକ ପ୍ରତିଦିନ ରାତିରେ ଉପାସ ରହୁଛନ୍ତି। ୨୦୨୫ରେ ମଧ୍ୟ ଆମେ ଦୁଇଟି ମରୁଡ଼ି (ଗାଜା ଓ ସୁଦାନରେ) ଦେଖିଥିଲୁ, ଯାହା ସଂଘର୍ଷ ଏବଂ ଜଳବାୟୁ ବିପର୍ଯ୍ୟୟ ଯୋଗୁ ସୃଷ୍ଟି ହୋଇଥିଲା। ଫଳରେ ଖାଦ୍ୟର ମୂଲ୍ୟ ବୃଦ୍ଧି ଘଟିଥିଲା। ଏହି ସମୟରେ ବିଶ୍ୱରେ ଲୋକଙ୍କୁ ଖାଦ୍ୟ ଦେବା ସକାଶେ ଆମେ ନିର୍ଭର କରୁଥିବା ଏବକାର ପଦ୍ଧତି ଦ୍ୱାରା ୧.୬୬ ବିଲିୟନ ହେକ୍ଟର (ଯେଉଁଥିରୁ ୬୦% ହେଉଛି କୃଷି ଉପଯୋଗୀ ଭୂମି)ର ଉର୍ବରତା ହ୍ରାସ କରିସାରିଲୁଣି।
ଅଧିକ ଖାଦ୍ୟ ଉତ୍ପାଦନ କ୍ଷମତା ଅଭାବ ଯୋଗୁ ବୈଶ୍ୱିକ କ୍ଷୁଧା ସୃଷ୍ଟି ହୋଇନାହିଁ, ବରଂ ପ୍ରଭାବୀଶୈଳୀରେ ଖାଦ୍ୟ ଉତ୍ପାଦନ ଏବଂ ସମବଣ୍ଟନରେ ବିଫଳତା ଅନେକାଂଶରେ ଏଥିପାଇଁ ଦାୟୀ। ୨୦ଟି ଦେଶ ଓ ଅନେକ ଅଞ୍ଚଳରେ ଦେଖାଯାଇଥିବା କ୍ଷୁଧାର ପ୍ରମୁଖ କାରଣ ହେଉଛି ସଂଘର୍ଷ ଓ ଅସୁରକ୍ଷା। ଏହାଯୋଗୁ ୧୪୦ ମିଲିୟନ ଲୋକ ଗମ୍ଭୀର ଖାଦ୍ୟ ଅସୁରକ୍ଷାକୁ ସାମ୍ନା କରୁଛନ୍ତି। ବିଗତ ୩୩ ବର୍ଷରେ ବିଶ୍ୱରେ ବିପର୍ଯ୍ୟୟ ଯୋଗୁ କୃଷିରେ ୩.୨୬ ଟ୍ରିଲିୟନ ଆମେରିକୀୟ ଡଲାର କ୍ଷତି ହୋଇଥିବା ଆକଳନ କରାଯାଇଛି। ଅର୍ଥାତ୍‌ ବାର୍ଷିକ ହାରାହାରି ୯୯ ବିଲିୟନ ଡଲାର କିମ୍ବା ବୈଶ୍ୱିକ କୃଷି ଉତ୍ପାଦନର ପାଖାପାଖି ୪% କ୍ଷତି ଘଟିଛି। ଏବେ ଯୋଗାଣ ଅବ୍ୟବସ୍ଥା ଯୋଗୁ ଖାଦ୍ୟମୂଲ୍ୟ ବୃଦ୍ଧି ଘଟି ଅନେକ କୋଟି ଲୋକ କ୍ଷୁଧାରେ ରହୁଛନ୍ତି। ତେବେ ଅନେକ ଦଶନ୍ଧି ଧରି ବଢ଼ୁଥିବା ଖାଦ୍ୟ ଚାହିଦା ପୂରଣ କରିବା ପାଇଁ ପଦକ୍ଷେପ ନିଆଯାଇଆସୁଛି ଏବଂ ବିଶେଷକରି ଅଧିକ ଉତ୍ପାଦନକ୍ଷମ ଶସ୍ୟ ବିକାଶ ସହ ଅଧିକ ସାର, କୀଟନାଶକ ଓ ପାଣି ବ୍ୟବହାର କରାଯାଉଛି। ତେବେ ଏହି ଧାରା ବର୍ଜ୍ୟ ସୃଷ୍ଟି କରିବା ସହ ନଦୀଗୁଡ଼ିକୁ ପ୍ରଦୂଷିତ କରିଛି। ଏହାବ୍ୟତୀତ ମାଟିର ଉର୍ବରତା ହ୍ରାସ ପାଇଛି ଏବଂ ଅଧିକ ସବୁଜଗୃହ ବାଷ୍ପ (ଜିଏଚ୍‌ଜି) ନିର୍ଗମନ ହୋଇଛି। ଆମକୁ ଆହୁରି ଭଲ ବାଟ ବାଛିବାକୁ ପଡ଼ିବ ଏବଂ ବିଜ୍ଞାନ ଆମକୁ ଉପାୟ ଦେଖାଇଦେବ। ଆମେ ଯାହା ବ୍ୟବହାର କରୁଛୁ ତାହାକୁ ଯଥାସମ୍ଭବ ପ୍ରଭାବୀ କରିବା ଏବଂ ଯାହା ଉତ୍ପାଦନ କରୁଛୁ ତାହାକୁ ବଣ୍ଟନ କରିବା ପାଇଁ ଆମ ପାଖରେ ଜ୍ଞାନ ଓ ସାଧନ ମଧ୍ୟ ଅଛି।
ପ୍ରଥମେ କାର୍ଯ୍ୟକ୍ଷମତା ବୃଦ୍ଧି ଉପରେ ପ୍ରାଥମିକତା ଦେବା ଆବଶ୍ୟକ। ୧୯୯୦ ଓ ୨୦୨୦ ମଧ୍ୟରେ ସାର ବ୍ୟବହାର ୪୬% ବୃଦ୍ଧି ଘଟିଥିଲା ଏବଂ କୀଟନାଶକ ଦୁଇଗୁଣ ବ୍ୟବହାର ହୋଇଥିଲା। କିନ୍ତୁ ସାରର କେବଳ ୩୦-୬୦% ନ୍ୟୁଟ୍ରିଣ୍ଟ ଏବଂ ୨୦-୭୦% କୀଟନାଶକ ଠିକ୍‌ ଭାବେ ଶସ୍ୟ ଦ୍ୱାରା ଅବଶୋଷିତ ହୋଇଥିଲା ଏବଂ ଅବଶିଷ୍ଟ ଜମିରେ ରହି ନଦୀକୁ ବହିଯିବା ସହ ମାଟିକୁ ଅନୁର୍ବର କିମ୍ବା ଜିଏଚ୍‌ଜି ନିର୍ଗମନ କରିଛି। ତେବେ ସୌଭାଗ୍ୟର କଥା, ଗବେଷଣାରୁ ଜଣାପଡ଼ିଛି ଯେ, ଅଧିକ ଯବକ୍ଷାରଜାନ ବ୍ୟବହାର ୧୯% ଉତ୍ପାଦନ ବୃଦ୍ଧି କରିପାରିବ ଏବଂ ସାର ବ୍ୟବହାରକୁ ୧୫-୧୯% ହ୍ରାସ କରାଯାଇପାରିବ। ଆଧୁନିକ କୃଷି ଜ୍ଞାନକୌଶଳ କୀଟନାଶକ ପରିଚାଳନାରେ ଉନ୍ନତି ଆଣିପାରିଛି। ଫଳରେ ଠିକ୍‌ ଭାବେ କୀଟନାଶକ ପ୍ରୟୋଗ ହେଉଛି ଏବଂ ଜୈବ କୀଟନାଶକ ବ୍ୟବହାର ବଢ଼ୁଛି। ଏହାଦ୍ୱାରା ରାସାୟନିକ ବର୍ଜ୍ୟ ହ୍ରାସ ହେବା ସହ ଜୈବବିବିଧତା ସୁରକ୍ଷା ସମ୍ଭବ ହୋଇଛି। ଆଗ୍ରୋଇକୋଲୋଜିକାଲ ପଦ୍ଧତିଗୁଡ଼ିକ ମାଟିର ଉର୍ବରତା ବୃଦ୍ଧି କରିବା ସହ ଦୀର୍ଘମିଆଦୀ ସହନୀୟତାକୁ ମଜଭୁତ କରିପାରୁଛି। ଦ୍ୱିତୀୟରେ ଖାଦ୍ୟ ବ୍ୟବସ୍ଥାର ବିବିଧ ଫସଲକୁ ପ୍ରାଥମିକତା ଦେବାକୁ ପଡ଼ିବ। ଅନେକ ଦଶନ୍ଧି ଧରି ଶସ୍ୟ ଉତ୍ପାଦକତା କେବଳ ୩ଟି ଶସ୍ୟ ଉପରେ ନିର୍ଭରଶୀଳ ରହିଆସିଛି। ଗହମ, ଧାନ ଓ ମକା ଏବେ ବିଶ୍ୱରେ ଲୋକଙ୍କର ଆବଶ୍ୟକ ହେଉଥିବା ଅଧିକାଂଶ କ୍ୟାଲୋରି ଯୋଗାଉଛି। ଏଭଳି ଏକକ ଫସଲ ଉପରେ ନିର୍ଭରଶୀଳତା ପ୍ରତି କୀଟନାଶକ, ରୋଗ ଓ ଜଳବାୟୁ ପରିବର୍ତ୍ତନର ଅତ୍ୟଧିକ ବିପଦ ସୃଷ୍ଟି ହୋଇଛି। ଏହାର ସମାଧାନ ଯେଉର୍ଁସବୁ ଫସଲରେ ରହିଛି, ବାସ୍ତବରେ ସେଗୁଡ଼ିକୁ ଆମେ ଉପେକ୍ଷା କରିଚାଲିଛୁ। ପାରମ୍ପରିକ ଓ ଅବ୍ୟବହୃତ କିସମ ଯଥା ମିଲେଟ୍‌, ଅଧିକ ନ୍ୟୁଟ୍ରିଣ୍ଟଯୁକ୍ତ ଡାଲି, ଦେଶୀ ଫଳ ଆଦି ଫସଲ ଜଳବାୟୁ ସହନଶୀଳ ହେବା ସହ ପର୍ଯ୍ୟାପ୍ତ ପୋଷକ ଯୋଗାଇପାରିବ। ତେବେ ବିସ୍ମୃତ ହୋଇଯାଇଥିବା ଏହିସବୁ ଫସଲ କିଭଳି ଖାଦ୍ୟରେ ଅଧିକ ବ୍ୟବହାର ହୋଇପାରିବ, କିଭଳି କୃଷି ଆୟ ବଢ଼ିବ ଏବଂ ଅନୁର୍ବର ମାଟିର ଉର୍ବରତା ଫେରାଇ ଅଣାଯିବ, ତାହା ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ)ର ଫ୍ୟୁଚର ସ୍ମାର୍ଟଫୁଡ (ଏସିଆରେ) ଏବଂ ୧୦୦ କ୍ରପ୍‌ସ ଫର୍‌ ଆଫ୍ରିକା ପ୍ରଦର୍ଶନ କରିଛି।
ଶେଷରେ, ଆମେ ପ୍ରଭାବୀ ପ୍ରଯୁକ୍ତିର ବିକାଶ କରିବା ଉଚିତ। ଏବେ ତଥ୍ୟ ବିଶ୍ଳେଷଣ ଏବଂ ଯଥାର୍ଥ କୃଷି ସାଧନ କୃଷିକୁ ନୂଆ ରୂପ ଦେବାରେ ଲାଗିଛି। ଡ୍ରୋନ୍‌ ମଞ୍ଜି ବୁଣିପାରୁଛି ଏବଂ ଠିକ୍‌ ଭାବେ ତଥ୍ୟ ଯୋଗାଇ ଦେଇପାରୁଛି। ଏଆଇ ପ୍ଲାଟ୍‌ଫର୍ମଗୁଡ଼ିକ ସାଟେଲାଇଟ୍‌ ଛବି ବ୍ୟବହାର କରି ଅନୁକୂଳ ସ୍ଥିତି ଓ ଠିକ୍‌ ସମୟରେ ପରାମର୍ଶ ଦେଇପାରୁଛି। ରୋବୋ ଘାସକୁ ଠାବ କରିବା ସହ ଉଚିତ ମାତ୍ରାର କୀଟନାଶକ ସ୍ପ୍ରେ କରିପାରୁଛି। ଡିଜିଟାଲ ମାଟି ପରୀକ୍ଷା ଓ ପାଣିପାଗ କେନ୍ଦ୍ର ପ୍ରତିଦିନର କାର୍ଯ୍ୟକୁ ମାର୍ଗଦର୍ଶନ କରୁଛି ଏବଂ ଡିଜିଟାଲ ତଥ୍ୟ କ୍ଷୁଦ୍ରଚାଷୀଙ୍କୁ ସ୍ବଚ୍ଛ ତଥା ସହଜରେ ଉପଲବ୍ଧ ବଜାର ସହ ଯୋଡ଼ିପାରୁଛି। ଏହିସବୁ ସାଧନ ବୃଦ୍ଧି କରିବା ସକାଶେ କୃଷି ସମ୍ପ୍ରସାରଣ ସେବା, ପ୍ରମୁଖ ବିଜ୍ଞାନ ଆଧାରିତ ନୀତି ପରିବର୍ତ୍ତନ ଏବଂ ଜ୍ଞାନକୌଶଳ ଭାଗୀଦାରି ପ୍ଲାଟଫର୍ମଗୁଡ଼ିକରେ ବ୍ୟାପକ ନିବେଶ ଆବଶ୍ୟକ। ସେହିଭଳି ଏବକାର ନୂତନତ୍ୱକୁ ସ୍ଥାନୀୟ କୃଷି ପଦ୍ଧତିରେ ଉପଯୋଗ କରାଯିବା ଦରକାର, ଯେଉଁଥିରେ ସରକାର, ନିବେଶକ, ଘରୋଇ କ୍ଷେତ୍ର ଏବଂ କୃଷକଙ୍କ ମଧ୍ୟରେ ଅଧିକ ସମନ୍ବୟ ଆବଶ୍ୟକ।
କମ୍‌ ଉପଯୋଗ କରି ଅଧିକ କୃଷି ଉତ୍ପାଦନ କରିବା ହେଉଛି ଏବକାର ମୁଖ୍ୟ ଲକ୍ଷ୍ୟ। ସବୁ ଜାଗାରେ, ସବୁ ଋତୁରେ କମ୍‌ ପାଣି, କମ୍‌ ସାରରେ ଅଧିକ କ୍ୟାଲୋରିଯୁକ୍ତ ତଥା ହେକ୍ଟର ପିଛା ଅଧିକ ପୋଷକଯୁକ୍ତ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବା ଦରକାର। ପ୍ରଯୁକ୍ତି ନିର୍ଭରଶୀଳ କୃଷିର ସମଉପଲବ୍ଧତା ନିଶ୍ଚିତ କରିବା ପାଇଁ ଯେଉଁଠାରେ ମାର୍କେଟର ଅଭାବ ରହିଛି, ସେଠାରେ ଗବେଷଣା ପାଇଁ ସରକାର ପାଣ୍ଠି ଯୋଗାଇ ଦେବା ଉଚିତ। ତେବେ ସମ୍ପ୍ରତି ପୁଣି ପ୍ରକାଶ ପାଉଥିବା ସଂଘର୍ଷ, ମରୁଡ଼ି ଓ ମାର୍କେଟ ବିପର୍ଯ୍ୟୟ ସ୍ଥିତିରେ ମଧ୍ୟ ସ୍ଥିର ଉତ୍ପାଦନ ଓ ଶସ୍ତା ମୂଲ୍ୟ ସମ୍ଭବ ହୋଇପାରିବ। ଏଥିପାଇଁ ମୂଳରେ ରହିଛି ସହନୀୟ ମୃତ୍ତିକା, ବିବିଧ କୃଷି ଏବଂ ପ୍ରଯୁକ୍ତିଗତ ପରିଚାଳନା। ବିଶ୍ୱରେ ସମସ୍ତେ ଭଲ ଖାଇବା, କୃଷକଙ୍କ ସମୃଦ୍ଧି, ମୃତ୍ତିକା ମାନବୃଦ୍ଧି ଓ ଜୈବବିବିଧତାର ପୁନରୁଦ୍ଧାର ଏବଂ କମ୍‌ ଜିଏଚ୍‌ଜି ନିର୍ଗମନ କରୁଥିବା କୃଷିଖାଦ୍ୟ ବ୍ୟବସ୍ଥା କୌଣସି କାଳ୍ପନିକ ଅବଧାରଣ ନୁହେଁ। ଏହା ହେଉଛି ଭୁଶୁଡ଼ି ପଡ଼ିଥିବା ପୁରୁଣାପଦ୍ଧତି ସ୍ଥାନରେ ଏକ ଭିନ୍ନ କୃଷି ମଡେଲ ଆପଣାଇବାର ବାସ୍ତବ ଚିନ୍ତାଧାରା। ତେବେ ପ୍ରଶ୍ନ ହେଉଛି ଆମ ପାଖରେ ଥିବା ଜ୍ଞାନ, ବିଜ୍ଞାନ ଏବଂ ପ୍ରମାଣିତ ସାଧନକୁ ଆମେ ବ୍ୟବହାର କରିବା କି ନାହିଁ। ଏହାର ସମାଧାନ ଥିଲା କି ନାହିଁ ଆମ ପର ପିଢ଼ି ପଚାରିବ ନାହିଁ, ବରଂ ସେମାନେ ପଚାରିବେ ସେସବୁ ଉପଯୋଗ କରିବାରେ ଆମେ କାହିଁକି ବିଳମ୍ବ କରିଛୁ। ପସନ୍ଦ ହେଉଛି ଆମର ଏବଂ କ୍ଷୁଧା ଦୂର କରିବାକୁ ହେଲେ ଆମକୁ ବାସ୍ତବରେ ବୈଶ୍ୱିକ କୃଷି ପଦ୍ଧତିରେ ବିଜ୍ଞାନର ବ୍ୟବହାର ଆରମ୍ଭ କରିବାକୁ ହେବ।

ୟୁର୍ଦି ୟାସ୍‌ମ
ପ୍ଲାଣ୍ଟ୍‌ ପ୍ରଡକ୍‌ସନ ଆଣ୍ଡ୍‌ ପ୍ରୋଟେକ୍‌ଶନ ଡିଭିଜନ (ଏଫ୍‌ଏଓ) ଅଫ୍‌ ୟୁନାଇଟେଡ ନେଶନ୍ସ


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?