Categories: ଜାତୀୟ

ହାର୍ଦ୍ଦିକ ପଟେଲଙ୍କ ସଭାସ୍ଥଳରେ ହେଲା ଚୌକି ବର୍ଷା

ଅହମ୍ମଦାବାଦ,୨୧।୪: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ମାଡ ମାରିବା ଘଟଣାକୁ ୨ଦିନ ନ ପୁରୁଣୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଅହମ୍ମଦାବାଦରେ ହାର୍ଦ୍ଦିକ ଶନିବାର ଏକ ଜନସଭାକୁ ଉଦ୍‌ବୋଧନ ଦେବା ସମୟରେ କର୍ମୀଙ୍କ ମଧ୍ୟରେ ହୋଇଛି ମାରପିଟ। ଏଥିରେ ଅଧିକାଂଶ ଲୋକେ ଆହତ ହୋଇଥିବା ସୂଚନା ମିଳିଛି। ଏଠାରେ କେତେକ କର୍ମୀ ହାତରେ କଂଗ୍ରେସର ପତାକା ଧରିଥିବା ବେଳେ ଆଉ କେତେଜଣ ସେଠାରେ ଥିବା ଚୌକି ଧରିଥିଲେ। ହେଲେ ଘଟଣା କ’ଣ ହୋଇଛି ବୁଝିବା ପୂର୍ବରୁ ଏମାନେ ପରସ୍ପର ଭିତରେ ମାରପିଟ ଆରମ୍ଭ କରି ଦେଇଥିଲେ। ପରେ କଂଗ୍ରେସ କହିଛି ଏହା ଭାଜପାର କାର୍ଯ୍ୟ। କଂଗ୍ରେସ ସଭାରେ ଆଶନ୍ତି ସୃଷ୍ଟି କରିବାକୁ ଭାଜପା ଏଭଳି ଯୋଜନା କରିଛି।

Share