ବିଜୟ ଉତ୍ସବରେ ହିଂସା: ଜାଳି ଦେଲେ ୨୬୪ କାର, ୭୮୦ ଗିରଫ

ପ୍ୟାରିସ,୩୧ା୫: ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ଲଗାତର ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ଜିତିବା ପରେ ପ୍ରଶଂସକଙ୍କ ବିଜୟ ଉତ୍ସବରେ ହିଂସା ପରିଲକ୍ଷିତ ହୋଇଛି। ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ବେଳେ ଘଟିଥିବା ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୮୦ ଜଣ ଗିରଫ ହୋଇଛନ୍ତି।

ଏଥିସହିତ ୨୬୪ କାରକୁ ଜାଳି ଦିଆଯାଇଛି। ଦେଖାଦେଇଥିବା ଅସ୍ଥିରତା ଯୋଗୁ ୭ ପୋଲିସ ଅଧିକାରୀ ଆହତ ହୋଇଛନ୍ତି ଏବଂ ବିଜୟ ଉତ୍ସବ ନାମରେ ହିଂସା ଗ୍ରହଣନୀୟ ନୁହେଁ ବୋଲି ଦେଶର ଆନ୍ତରୀଣ ମନ୍ତ୍ରୀ ଲୌରେଣ୍ଟ ନୁନେଜ କହିଛନ୍ତି।

ହଙ୍ଗେରୀର ବୁଦାପେଷ୍ଟଠାରେ ପିଏସ୍‌ଜି ଶୁଟଆଉଟରେ ଆର୍ସେନାଲକୁ ହରାଇବା ପରେ ପ୍ୟାରିସରେ ବିଜୟ ଉତ୍ସବ ଆରମ୍ଭ ହୋଇଥିଲା। ପାଖାପାଖି ୨୦ ହଜାର ପ୍ରଶଂସକ ଚାମ୍ପ୍ସ-ଏଲିସିସଠାରେ ଏକତ୍ରିତ ହୋଇଥିଲେ। ପୋଲିସ ପକ୍ଷରୁ ପୂରା ଦେଶରେ ୨୨ ହଜାର ଓ ରାଜଧାନୀରେ ୮ ହଜାର ପୋଲିସ କର୍ମୀ ମୁତୟନ କରାଯାଇଥିଲା। ସମ୍ଭାବିତ ଦଙ୍ଗା ଆଶଙ୍କାରେ ଟ୍ରାମ୍ପ୍ସ ଓ ମେଟ୍ରୋକୁ ବନ୍ଦ ରଖାଯାଇଥିଲା। ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଅନ୍ୟପକ୍ଷେ ଘଟଣାସ୍ଥଳରୁ ଅନେକ ବିସ୍ଫୋରକ ଜବତ କରାଯାଇଛି।

Share