୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ ଚାଲାଣ କରିବାର ମାତ୍ର ଚବିଶ ଘଣ୍ଟା ଭିତରେ ପୁଣି ୮ ଜଣ କୁଖ୍ୟାତ ଅପରାଧୀ ଢାବାରେ ଦୌରାତ୍ମ୍ୟ ସୃଷ୍ଟି କରିଛନ୍ତି।
ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତି ଗୋଟାଏ ସମୟରେ ୧୮ ନଂ ଜାତୀୟ ରାଜପଥର ଖଇରବଣି ନିକଟରେ “ରୟାଲ ଢ଼ାବା” ରେ ଡକାୟତି ଉଦ୍ଦେଶ୍ୟରେ ୩ଟି ବାଇକ ଓ ୨ଟି ସ୍କର୍ପିଓ ଗାଡ଼ିରେ ଆଠ ଜଣ ଅଜ୍ଞାତ ଯୁବକ ପହଞ୍ଚିଥିଲେ। ତେବେ ପ୍ରଥମେ ସେମାନେ ଖାଇଥିଲେ। ସେତିକିବେଳେ ପୋଲିସ ପାଟ୍ରୋଲିଂ ଟିମ ସହ ପହଞ୍ଚିଥିଲେ ଏସ୍‌ଆଇ ଇତିଶ୍ରୀ ସାହୁ।  ଯୁବକଙ୍କୁ ପଚରାଉଚରା କରିବାରୁ ସେମାନେ ବାଲେଶ୍ୱର ଟାଉନ୍‌ରୁ ଆସିଛନ୍ତି ଓ ଖାଇସାରି ଫେରିଯିବେ କହିଥିଲେ। ପୋଲିସ ଟିମ ଚାଲିଥିବା ପରେ ହଠାତ ହୋଟେଲ ମାଲିକ ରାଜେନ୍ଦ୍ର ହାତୀ ଓ କର୍ମଚାରୀଙ୍କୁ ତେଲେଙ୍ଗା କଟୁରୀ, ଖଣ୍ଡା , ଭୁଜାଲି ଓ ବନ୍ଧୁକ ଦେଖାଇ ଭୟଭୀତ କରି ଟଙ୍କା ମାଗିଥିଲେ। ଟଙ୍କା ନ ଦେବାରୁ ତାଙ୍କୁ ଭୁଜାଲିରେ ଆକ୍ରମଣ କରି କ୍ୟାସ ବାକ୍ସରେ ଥିବା ନଗଦ ୧୮୦୦୦ ଟଙ୍କା, ତାଙ୍କ ବେକରୁ ସୁନାଚେନ ଛିଣ୍ଡାଇ ନେଇଥିଲେ। ଯନ୍ତ୍ରଣାରେ ସେମାନଙ୍କ ଚିତ୍କାର ଶୁଣି ପାଖଆଖ ଦୋକାନୀ ମାନେ ଧାଇଁ ଆସିଥିଲେ। ସେମାନଙ୍କୁ ଗୋଡ଼ାଇ ଜଣଙ୍କୁ ମାଡ଼ି ବସିଥିଲେ ହେଁ ଅନ୍ୟ ମାନେ ଅନ୍ଧାରରେ ଖସି ଯାଇଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ବୈଶିଙ୍ଗା ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ବାଲେଶ୍ୱର ସହର ଆକତପୁର ଅଞ୍ଚଳର ବିଜୟ ଦାସଙ୍କ ପୁଅ କ୍ଷୀତିଶ ଓ ଅନ୍ୟ ମାନେ ଛାଡ଼ି ପଳାଇଥିବା ସ୍କୋର୍ପିଓ ଗାଡ଼ିକୁ ଜବତ କରି ଥାନାକୁ ଆଣିଥିଲେ। ଏହାକୁ ନେଇ ୬୮/୨୦୨୬ ନଂ ରେ ଏକ ମାମଲା ରୁଜୁ କରାଯାଇଛି। ତେବେ ଧରାପଡ଼ିଥିବା ଅଭିଯୁକ୍ତ ନିକଟରୁ ସୂଚନା ପାଇ ରାତି ତମାମ ବିଭିନ୍ନ ସ୍ଥାନରେ ଚଢାଉ କରି ବାଲେଶ୍ୱର ଜିଲାର ବାଲିଆ ଅଞ୍ଚଳର ଶ୍ରୀକୃଷ୍ଣ ମହାନ୍ତିଙ୍କ ପୁଅ ସୁରଜ, ସିଙ୍ଗଲା ଅଞ୍ଚଳର ଇଡଦା ଗ୍ରାମର ଧନଞ୍ଜୟ ମହାନ୍ତିଙ୍କ ପୁଅ ଅକ୍ଷତ, ସାହୁପଡା ଗ୍ରାମର ଭରତ ସ୍ବାଇଁଙ୍କ ପୁଅ ରତିକାନ୍ତଙ୍କୁ ଗିରଫ କରି ଶନିବାର ସାରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

 ଅଭିଯୁକ୍ତ ମାନଙ୍କ ନିକଟରୁ ତେଲେଙ୍ଗା କଟୁରୀ, ଛୁରୀ, ଭୁଜାଲି, ୪ଟି ଦାମୀ ମୋବାଇଲ, ୩ଟି ବାଇକ, ଗୋଟିଏ ସ୍କର୍ପିଓ ଗାଡ଼ି ଜବତ କରାଯାଇଥିଲା। ଫେରାର ଥିବା ଆଉ ଚାରି ଜଣଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ବାରିଣୀ ଦାସ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri