ହାଇତି ଗ୍ୟାଙ୍ଗ ମଧ୍ୟରେ ହିଂସା: ୨୦ରୁ ଊର୍ଦ୍ଧ୍ୱ ମୃତ

ପୋର୍ଟ-ଆଉ-ପ୍ରିନ୍ସ,୨୮ ।୪: ହାଇତି ନାଗରିକଙ୍କ ସୁରକ୍ଷା ଏଜେନ୍ସି ପକ୍ଷରୁ ବୁଧବାର ମିଳିଥିବା ସୂଚନା ଅନୁସାରେ ନିକଟରେ କିଛିଦିନ ହେବ ହାଇତି ଗ୍ୟାଙ୍ଗଙ୍କ ମଧ୍ୟରେ ଲଢେଇ ଫଳରେ ଅତିକମରେ ୨୦ ଲୋକଙ୍କ ଜୀବନ ଗଲାଣି । ଏହାସହ ପାଖାପାଖି ୨ ଡଜନ ଲୋକ ଆହତ ହେଲେଣି । ଏହାସହ ହଜାର ହଜାର ଲୋକ ଘର ଛାଡି ଅନ୍ୟତ୍ର ଚାଲି ଗଲେଣି । ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରର ଉତ୍ତରରେ ରାଜଧାନୀ ପୋର୍ଟ-ଆଉ-ପ୍ରିନ୍ସର ଚାରି ପଡୋଶୀ ଅଞ୍ଚଳରେ ରବିବାର ହିଂସା ଆରମ୍ଭ ହୋଇଥିଲା ।ଏହି ସମୟରେ ଅତିକମରେ ଏକ ଡଜନରୁ ଅଧିକ ଘରକୁ ଜାଳି ଦିଆଯାଇଥିଲା ।ହଜାର ହଜାର ଲୋକ ସେମାନଙ୍କ ସମ୍ପ୍ରଦାୟକୁ ଛାଡି ଚାଲିଯାଇଥିଲେ । ଯେଉଁମାନେ ଅସ୍ଥାୟୀ ଭାବେ ରହି ଆସୁଥିଲେ ସେମାନେ ବି ଘର ଛାଡି ଚାଲିଯିବାକୁ ବାଧ୍ୟ ହୋଇଥିଲେ । ।

Share