ଉପନିର୍ବାଚନ ପୂର୍ବରୁ ହିଂସା: ହୋଟେଲରେ ପଶି ସଂଘବଦ୍ଧ ଆକ୍ରମଣ, ୨ ଗୁରୁତର, ୫ ଗିରଫ

ବାଲେଶ୍ୱର ଅଫିସ,୨।୧୧-ବାଲେଶ୍ୱର ବିଧାନସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟଗ୍ରହଣ ହେବ। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରବିବାର ମଧ୍ୟରାତିରେ ଦୁଇ ପ୍ରମୁଖ ଦଳର କର୍ମୀଙ୍କ ମଧ୍ୟରେ ନିର୍ବାଚନୀ ହିଂସା ଦେଖାଦେଇଛି। ଗୋଟିଏ ଗୋଷ୍ଠୀର ସଂଘବଦ୍ଧ ଆକ୍ରମଣରେ ଅନ୍ୟ ଗୋଷ୍ଠୀର ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ଆହତ ୨ଜଣଙ୍କୁ ପ୍ରଥମେ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଉପନିର୍ବାଚନ ପ୍ରଚାର ପାଇଁ ଅନ୍ୟ ଜିଲାର ବହୁ ନେତା ଚାନ୍ଦିପୁର ଥାନା ଅଧୀନ ଏକ ଘରୋଇ ହୋଟେଲରେ ରହିଥିଲେ। ନିର୍ବାଚନ ଆଚରଣ ବିଧି ରବିବାର ଅପରାହ୍ନ ୫ଟାରୁ ଲାଗୁ ହେବା ପରେ ବାହାର ନେତା ନିର୍ବାଚନମଣ୍ଡଳୀ ଛାଡ଼ିଯିବାର ନିୟମକୁ ମାନି ନ ଥିଲେ। ଏହାକୁ ଗୋଟିଏ ଗୋଷ୍ଠୀ ଅଭିଯୋଗ କରିବା ପରେ ଦୁଇ ରାଜନୈତିକ ଦଳ ମଧ୍ୟରେ ବଚସା ଓ ପରେ ଗଣ୍ଡଗୋଳ ହୋଇଥିଲା। ସ୍ଥାନୀୟ ଚାନ୍ଦିପୁର ଥାନା ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟଙ୍କ କହିବାନୁସାରେ, ନିର୍ବାଚନ ଆଚରଣ ବିଧି ନିୟମ ଅନୁସାରେ ଚାନ୍ଦିପୁରସ୍ଥିତ ହୋଟେଲଗୁଡିକରେ ଥିବା ରାଜନୈତିକ ବ୍ୟକ୍ତିମାନଙ୍କୁ ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବହୁ ଦୂରରୁ ଆସିଥିବା କେତେଜଣ ବ୍ୟକ୍ତିଙ୍କ ଯିବାରେ ବିଳମ୍ବ ହୋଇଥିଲା। ମଧ୍ୟରାତ୍ର ସମୟରେ କେତେଜଣ ବ୍ୟକ୍ତି ହୋଟେଲ ଛାଡୁଥିବା ବେଳେ ସ୍ଥାନୀୟ ଏକ ରାଜନୈତିକ ଦଳର ଲୋକମାନେ ଏହାକୁ ବିରୋଧ କରିଥିଲେ। ଫଳରେ ପାଟିତୁଣ୍ଡ ଓ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍‌ ହୋଇଥିଲା। ଚାନ୍ଦିପୁର ପଞ୍ଚାୟତ ସମିତିସଭ୍ୟ ସଞ୍ଜୁ ଦଳେଇ ଏବଂ ଚମ୍ପୁଆ ଅଞ୍ଚଳରୁ ଆସିଥିବା ବିଜେଡି ନେତା ହରିଭକ୍ତ କୁନାଗିରି ଉଭୟେ ଏହି ଗଣ୍ଡଗୋଳରେ ଗୁରୁତର ହୋଇଥିଲେ। ଖବରପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ଏନେଇ ଚାନ୍ଦିପୁର ଥାନାରେ ଏକ ମାମଲା (ନଂ. ୧୦୬/୨୦୨୦) ରୁଜୁ କରାଯାଇ ୫ଜଣଙ୍କୁ ଗିରଫ କରାଯାଇଛି। ଉତ୍ତେଜନାକୁ ଆଖି ଆଗରେ ରଖି ଉକ୍ତ ଅଞ୍ଚଳରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri