ବଢୁଛି ମହିଳା ବିରୋଧୀ ହିଂସା

ଜ୍ଞାନକୌଶଳ ବଳରେ ରାଜ୍ୟ ତଥା ଦେଶରେ ଯେତେ ପ୍ରଗତି ହେଲେ ମଧ୍ୟ ଅପରାଧ କମିପାରୁନାହିଁ। ବିଶେଷକରି ମହିଳା ବିରୋଧୀ ହିଂସା ଉପରେ ଲଗାମ ଲାଗିପାରୁନାହିଁ। ଜନସଂଖ୍ୟା ତୁଳନାରେ ଅପରାଧ ହ୍ରାସ ପାଇଁ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରିବାରେ ସରକାର ବିଫଳ ହେବା ଏହାର ପ୍ରମୁଖ କାରଣ। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଦୋହଲିଯାଇଥିବା ବିରୋଧୀ ଭାଜପା, କଂଗ୍ରେସ ସମେତ ବିଭିନ୍ନ ସଂଗଠନ ଅଭିଯୋଗ କରିଆସୁଛନ୍ତି। ପ୍ରତିବର୍ଷ ଘଟୁଥିବା ମହିଳା ବିରୋଧୀ ହିଂସା ତଥା ହତ୍ୟା, ବଳାତ୍କାର, ଏସିଡ୍‌ ଆକ୍ରମଣ, ଯୌତୁକ ନିର୍ଯାତନା ସଂଖ୍ୟାକୁ ଦେଖିଲେ ବିରୋଧୀଙ୍କ ଅଭିଯୋଗ ସତ୍ୟ ପ୍ରମାଣିତ ହେଉଛି। ଏପରି କି ସୋମବାର ବିଧାନସଭାରେ ଉପସ୍ଥାପିତ ତଥ୍ୟରୁ ରାଜ୍ୟରେ ମହିଳା ବିରୋଧୀ ହିଂସା ବଢ଼ୁଥିବା ଖୋଦ୍‌ ସରକାର ସ୍ବୀକାର କରିଛନ୍ତି। କିନ୍ତୁ ପୋଲିସ ପଦବୀ ପୂରଣ, ଫାଣ୍ଡି ଓ ଥାନା ପ୍ରତିଷ୍ଠା ଆଦି ଭିତ୍ତିଭୂମି ପାଇଁ ବିଭିନ୍ନ ସମୟରେ ବିରୋଧୀ ଏବଂ ଶାସକ ଦଳ ବିଧାୟକମାନେ ବହୁବାର ଦାବି କରୁଥିଲେ ମଧ୍ୟ ସରକାର ଗ୍ରହଣ କରିନାହାନ୍ତି। ଏନେଇ ସୋମବାର ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି।

ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟରେ ହତ୍ୟା ଓ ଯୌତୁକଜନିତ ହତ୍ୟା ମାମଲା ବଢ଼ିବାରେ ଲାଗିଛି। ସେହିପରି ବଳାତ୍କାରଜନିତ ଅପରାଧ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ ଦେଇଥିବା ଉତ୍ତର ଅନୁଯାୟୀ, ରାଜ୍ୟରେ ୨୦୧୯ରେ ୨,୯୫୦ ବଳାତ୍କାର ମାମଲା ରୁଜୁ ହୋଇଛି। ୨୦୨୦ରେ ଏହି ସଂଖ୍ୟାରେ ବୃଦ୍ଧି ଘଟି ୨,୯୮୪ ହୋଇଛି। ୨୦୨୧ ଜୁନ୍‌ ସୁଦ୍ଧା ୧୫୬୩ଟ ବଳାତ୍କାର ମାମଲା ରୁଜୁ ହୋଇଛି। ସେହିପରି ୨୦୧୯ରେ ୧,୬୩୫ ନାବାଳିକା ବଳାତ୍କାରର ଶିକାର ହୋଇଛନ୍ତି। ୨୦୨୦ରେ ୧୬୪୬ ନାବାଳିକା ବଳାତ୍କାର ମାମଲା ରୁଜୁ ହୋଇଥିବାବେଳେ ୨୦୨୧ ଜୁନ୍‌ ସୁଦ୍ଧା ୭୮୬ ନାବାଳିକା ବଳାତ୍କାରର ଶିକାର ହୋଇଛନ୍ତି। ମୟୂରଭଞ୍ଜ ଜିଲାରେ ସର୍ବାଧିକ ୭୩ ଜଣ ନାବାଳିକା ବଳାତ୍କାରର ଶିକାର ହୋଇଥିବା ବେଳେ ନବରଙ୍ଗପୁରରେ ଏହି ସଂଖ୍ୟା ୪୧ ରହିଛି। ସେହିପରି ୨୦୧୯, ୨୦୨୦ ଏବଂ ୨୦୨୧ ଜୁନ୍‌ ସୁଦ୍ଧା ମହିଳାଙ୍କୁ ବଳାତ୍କାର କ୍ଷେତ୍ରରେ ମଧ୍ୟ ମୟୂରଭଞ୍ଜ ଜିଲା ଆଗରେ ରହିଛି।
ମହିଳାଙ୍କୁ ହତ୍ୟା ସଂଖ୍ୟା ମଧ୍ୟ ପ୍ରତ୍ୟେକ ବର୍ଷ ବଢ଼ିବାରେ ଲାଗିଛି। ୨୦୧୯ରେ ୧୩୫୬ ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ମାମଲା ରୁଜୁ ହୋଇଛି। ସେହିପରି ୨୦୨୦ରେ ଏହି ମାମଲା ସଂଖ୍ୟା ବୃଦ୍ଧି ଘଟି ୧୪୭୦ ହୋଇଛି। ୨୦୨୧ ଜୁନ୍‌ ସୁଦ୍ଧା ଏହି ସଂଖ୍ୟା ୭୮୨ ରହିଛି। ସମାନଭାବେ ଯୌତୁକଜନିତ ହତ୍ୟା ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏ କ୍ଷେତ୍ରରେ ମଧ୍ୟ ମୟୂରଭଞ୍ଜ ଜିଲା ସର୍ବାଗ୍ରେ ରହିଛି। ୨୦୧୯ରେ ଯୌତୁକଜନିତ ହତ୍ୟା ନେଇ ୨୭୮ ମାମଲା ରୁଜୁ ହୋଇଛି। ୨୦୨୦ରେ ଯୌତୁକଜନିତ ହତ୍ୟା ସଂଖ୍ୟା ବୃଦ୍ଧି ଘଟି ୩୧୧ ରହିଛି। ୨୦୨୧ ଜୁନ୍‌ ସୁଦ୍ଧା ଏହି ସଂଖ୍ୟା ୧୮୪ରେ ରହିଛି।
ମହିଳା ନିର୍ଯାତନା ଏବଂ ଯୌତୁକଜନିତ ନିର୍ଯାତନା ମାମଲାରେ ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି। ୨୦୧୯ରେ ରାଜ୍ୟରେ ନିର୍ଯାତନା ମାମଲା ୩୭୫୬ ରହିଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ୩୭୫୯ ରହିଛି। ୨୦୨୧ ଜୁନ୍‌ ସୁଦ୍ଧା ରାଜ୍ୟରେ ନିର୍ଯାତନା ମାମଲା ୨,୨୯୪ ରହିଛି। ଯୌତୁକ ଯୋଗୁ ରାଜ୍ୟରେ ୨୦୧୯ରେ ୨୫୩୨ ନିର୍ଯାତନା ମାମଲା ରୁଜୁ ହୋଇଛି। ୨୦୨୦ରେ ୩,୧୫୩ ଯୌତୁକଜନିତ ନିର୍ଯାତନା ମାମଲା ରୁଜୁ ହୋଇଥିବାବେଳେ ୨୦୨୧ ଜୁନ୍‌ ସୁଦ୍ଧା ଏହି ସଂଖ୍ୟା ୨,୧୫୯ ରହିଛି। ସେହିଭଳି ରାଜ୍ୟରେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାରେ ୨୦୧୯ରେ ୫୪୪ ମାମଲା ରୁଜୁ କରାଯାଇଛି। ୨୦୨୦ରେ ଏନେଇ ୬୧୬ ମାମଲା ଏବଂ ୨୦୨୧ ଜୁନ୍‌ ସୁଦ୍ଧା ୩୩୪ ମାମଲା ରୁଜୁ ହୋଇଛି। ସେହିପରି ମହିଳାଙ୍କ ଉପରକୁ ଏସିଡ୍‌ ମାଡ଼ ଘଟଣାରେ ୨୦୧୯ରେ ୩, ୨୦୨୦ରେ ୬ ଏବଂ ୨୦୨୧ ଜୁନ୍‌ ସୁଦ୍ଧା ଗୋଟିଏ ମାମଲା ରୁଜୁ ହୋଇଛି। ଅନ୍ୟପଟେ ମହିଳା ଚାଲାଣ ନେଇ ୨୦୧୯ରେ ୧୧୭ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ୭୩ ଏବଂ ୨୦୨୧ରେ ୪୦ ମାମଲା ରୁଜୁ ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri