ବଢୁଛି ମହିଳା ବିରୋଧୀ ହିଂସା

ଭୁବନେଶ୍ୱର,୭ା୩ (ବ୍ୟୁରୋ):ନାରୀ କାଲି ବି ଶୋଷଣର ଶିକାର ହେଉଥିଲା, ଆଜି ମଧ୍ୟ ନାନା ନିର୍ଯାତନା ସହୁଛି। ଦେଶରେ ସାକ୍ଷରତା ହାର ବଢ଼ିଛି, ସମାଜ ପୂର୍ବ ଅପେକ୍ଷା ପରିବର୍ତ୍ତନ ହୋଇଛି। ନାରୀମାନଙ୍କୁ ଅନେକ କ୍ଷେତ୍ରରେ ସୁଯୋଗ ବି ମିଳୁଛି। ହେଲେ ମହିଳାଙ୍କ ବିରୋଧରେ ହିଂସା କମିବା ବଦଳରେ ବଢି ବଢି ଚାଲିଛି। କିଛି କ୍ଷେତ୍ରରେ ମହିଳାମାନେ ଆଇନ ସାହାରା ନେଇ ନ୍ୟାୟ ପାଇଁ ଲଢ଼େଇ କରୁଥିବାବେଳେ ଅନେକ କ୍ଷେତ୍ରରେ ନିନ୍ଦା ଓ ଅପବାଦ ଭୟ ହେଉ ଅବା ଚାପରେ ନିଜ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିପାରୁ ନାହିଁ। ଏ କ୍ଷେତ୍ରରେ ଓଡ଼ିଶାର ଚିତ୍ର ଅତ୍ୟନ୍ତ ସ୍ପର୍ଶକାତର ହେବାରେ ଲାଗିଛି। ରାଜ୍ୟରେ ମହିଳା ବିରୋଧୀ ହିଂସା ବଢ଼ି ଚାଲିଛି।

ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ଓଡିଶାରେ ୨୦୧୭ରେ ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ୨୦,୦୯୮ ଥିଲା। ୨୦୧୮ରେ ୨୦,୨୭୪ରେ ପହଞ୍ଚତ୍ଥିବାବେଳେ ୨୦୧୯ରେ ମହିଳା ବିରୋଧୀ ହିଂସା ମାମଲାରେ ଆହୁରି ବୃଦ୍ଧି ଘଟି ୨୩,୧୮୩ରେ ପହଞ୍ଚତ୍ଥିଲା। ୨୦୨୦ର ରିପୋର୍ଟ ଆସି ନ ଥିବାବେଳେ କରୋନା ଲକ୍‌ଡାଉନ ଓ ଶଟ୍‌ଡାଉନ ସମୟରେ ମହିଳାଙ୍କ ପ୍ରତି ଘରୋଇ ହିଂସା ବୃଦ୍ଧି ଘଟିଥିବା ନଜରକୁ ଆସିଥିଲା। ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ଓଡିଶା ଦେଶରେ ସପ୍ତମ ସ୍ଥାନରେ ରହିଛି। ଏହା ମଧ୍ୟରେ ଅସଦାଚରଣ, ଅପହରଣ, ବଳାତ୍କାର, ପାରିବାରିକ ହିଂସା ଓ ଯୌତୁକ ଜନିତ ଅପରାଧ ଅଧିକ ରହିଛି। ଏହାଛଡା ପୂର୍ବବର୍ଷଗୁଡ଼ିକ ଅପେକ୍ଷା ରାଜ୍ୟରେ ମହିଳା ଓ ଯୁବତୀଙ୍କ ଅପହରଣ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି।

କୌଣସି ହିଂସା ବିରୋଧରେ ଅଧିକାଂଶ ମହିଳା ଅଭିଯୋଗ କରିବାକୁ ଭୟ କରିଥାନ୍ତି। ଏଥିସହ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଥିବାରୁ ଅଭିଯୋଗ ଥାନା କିମ୍ବା ପୋଲିସ ନିକଟରେ ପହଞ୍ଚତ୍ପାରି ନ ଥାଏ। ଏଭଳି ସମସ୍ୟାକୁ ଦୂର କରିବା ପାଇଁ ଓଡିଶା ପୋଲିସ ପକ୍ଷରୁ ଇନ୍‌ଷ୍ଟାଣ୍ଟ କମ୍ପ୍ଲେଣ୍ଟ ଲଗିଂ ଇଣ୍ଟରନେଟ୍‌ କିଓସ୍କ(ଆଇଏଲ୍‌ଆଇକେ) ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଥିଲା। ୨୦୧୪ ଜାନୁୟାରୀ ୨୯ରେ ପ୍ରଥମେ ଶହୀଦନଗରସ୍ଥିତ ବ୍ୟାଙ୍କ୍‌ ଅଫ ବରୋଦା ଏଟିଏମ୍‌ କାଉଣ୍ଟର ପରିସରରେ ଏହି ମେଶିନ ସ୍ଥାପନ କରାଯାଇଥିଲା। ଏଥିରେ ଜଣେ ମହିଳା ଚାହିଁଲେ ଇ-ମେଲ୍‌, ଭଏସ୍‌ ମେଲ୍‌ କିମ୍ବା କୌଣସି କାଗଜରେ ଲେଖି ଏଠାରେ ଅଭିଯୋଗ କରିପାରିବେ। ଏହି ମେଶିନଟି ଇଣ୍ଟରନେଟ୍‌ ମାଧ୍ୟମରେ ପୋଲିସ କଣ୍ଟ୍ରୋଲ ରୁମ୍‌ ସହ ଯୋଡି ହୋଇ ରହିଥିଲା।

କୌଣସି ଅଭିଯୋଗ ହେବାମାତ୍ରେ ତାହା ସିଧା ପୋଲିସ କଣ୍ଟ୍ରୋଲ ରୁମ୍‌କୁ ସୂଚନା ଦେଉଥିଲା। ଏହାର ମୂଳ ଉଦ୍ଦେଶ୍ୟ ଥିଲା, ଯଦି କେହି ବଳାତ୍କାର କିମ୍ବା ପାରିବାରିକ ହିଂସା ଅବା ଅସଦାଚରଣର ଶିକାର ହୋଇ ପୋଲିସ ପାଖକୁ ଯାଇପାରୁନାହାନ୍ତି ସେମାନଙ୍କ ପାଇଁ ଏହା ବେଶ୍‌ ସହାୟକ ହେଉଥିଲା। ସେମାନଙ୍କ ନାମ ଗୋପନ ରଖାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାର ସୁଯୋଗ ଥିଲା। ଏହା ଦେଶର ପ୍ରଥମ ବୋଲି ସେତେବେଳେ ପୋଲିସ ପକ୍ଷରୁ ଦାବି କରାଯାଇଥିଲା। ହେଲେ ଅଳ୍ପ କିଛିଦିନ ଭିତରେ ଏହା ବ୍ୟବହର ନ ହୋଇ ପଡିରହିଥିଲା। ଏବେ ଏହି ମେଶିନଟି ଅଚଳ ହୋଇ ପରିତ୍ୟକ୍ତ ଅବସ୍ଥାରେ ଉକ୍ତ ଏଟିଏମ ରୁମ୍‌ରେ ଠିଆ ହୋଇଛି।

ଏ ସମ୍ପର୍କର ଡିସିପି ଉମାଶଙ୍କର ଦାଶଙ୍କୁ ପଚାରିବାରୁ ସେ କହିଛନ୍ତି, ମହିଳାଙ୍କ କ୍ଷେତ୍ରରେ ପୋଲିସ ପୂର୍ବ ଅପେକ୍ଷା ଅଧିକ ସମ୍ବେଦନଶୀଳ ରହିଛି। ପୀଡିତାଙ୍କ ପ୍ରତି ବନ୍ଧୁତ୍ୱ ଭାବ ପ୍ରଦର୍ଶନ କରାଯାଇ ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଅଭ୍ୟର୍ଥନା କକ୍ଷରେ ମହିଳା ପୋଲିସମାନଙ୍କୁ ଦାୟିତ୍ୱ ଦିଆଯାଉଛି। ଡିସିପି ଅଫିସ୍‌ରେ ସାମାଜିକ ସଙ୍ଗଠନ ‘ମାଧ୍ୟମ’ ଜରିଆରେ ବିଭିନ୍ନ ସମସ୍ୟାର ସମାଧାନ କରାଯାଉଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ଗାଁ ରେ ମା ’ ବୁଢ଼ୀ ଠାକୁରାଣୀ ଯାତ୍ରା: ଏପଟେ ତାଲାଭାଙ୍ଗି ନେଇଗଲେ ସୁନା,ରୁପା ଅଳଙ୍କାର

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ବୃତ୍ତମାନେ କଳାକନା…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri