ନାରୀ ନିର୍ଯାତନା, ଅଭିଯୋଗ ସହ ସଚେତନତା ଜରୁରୀ

ମହିଳାଙ୍କ ସାମାଜିକ, ଆର୍ଥିକ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଗ୍ରଗତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାଯର୍ର୍‌ୟକାରୀ କରାଯାଉଛି। ଏହା ସତ୍ତ୍ୱେ ମହିଳା ବିରୋଧୀ ହିଂସାକାଣ୍ଡ କମିବାରେ ନଁା ଧରୁନି। ରାଜ୍ୟ ମହିଳା କମିଶନରେ ନାରୀ ନିର୍ଯାତନା ନେଇ ପ୍ରତିମାସରେ ଶତାଧିକ ମାମଲା ପଞ୍ଜୀକୃତ ହେଉଥିବାବେଳେ ଏବେ ୫ହଜାରରୁ ଊର୍ଦ୍ଧ୍ୱ ମାମଲା ବିଚାରାଧୀନ ରହିଛି। ବିଶେଷକରି ଉପକୂଳ ଓଡ଼ିଶାରେ ନାରୀ ନିର୍ଯାତନା ମାମଲା ସଂଖ୍ୟା ସର୍ବାଧିକ ରହିଛି। ଅପରପକ୍ଷରେ ସଚେତନତା ମାଧ୍ୟମରେ ଏହାର ମୂଳୋପତ୍ାଟନ କରିବାକୁ ପ୍ରୟାସ ଜାରି ରହିଥିବା କମିଶନ ପକ୍ଷରୁ କୁହଯାଇଛି।

ଭୁବନେଶ୍ୱର,୩୦ା୯(ଅନୁରାଧା ମହାରଣା)
ଯୁଗ ପରିବର୍ତ୍ତନ ଅନୁସାରେ ମାନସିକତାରେ ପରିବର୍ତ୍ତନ ହେଉ ନ ଥିବା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ଏବେବି ମହିଳାମାନେ ନିର୍ଯାତିତ ହେଉଛନ୍ତି। ମହିଳା କମିଶନରୁ ମିଳିଥିବା ତଥ୍ୟ ଅନୁସାରେ ପୂର୍ବ ଓଡ଼ିଶାରେ ସର୍ବାଧିକ ନାରୀ ନିର୍ଯାତନା ସାମ୍‌ନାକୁ ଆସୁଛି। ଘରୋଇହିଂସା, ଯାୈତୁକ ନିର୍ଯାତନା ତଥା ହତ୍ୟା, ସନ୍ଦେହଜନକ ମୃତ୍ୟୁ, ବିବାହ ପାଇଁ ମିଛ ପ୍ରତିଶ୍ରୁତି ଦେଇ ପ୍ରତାରଣା, ବଳାକତ୍ାର, ଅପହରଣ, ସମ୍ପତ୍ତି ଅଧିକାର, ଯୌନ ନିର୍ଯାତନା, କର୍ମକ୍ଷେତ୍ରରେ ନିର୍ଯାତନା, ମୌଖିକ ଅସଦାଚରଣ ସହ ଅନ୍ୟାନ୍ୟ ଅଧିକାର କ୍ଷୁଣ୍ଣ ହେବା ଭଳି ଅଭିଯୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷକରି ଏଭଳି ଘଟଣା ଉପକୂଳ ଓଡ଼ିଶାରୁ ଅଧିକ ହେଉଥିବା ରିପୋର୍ଟ ହେଉଛି। ୨୦୧୮-୧୯ ମସିହା ତଥ୍ୟ ଅନୁସାରେ କେବଳ ଭୁବନେଶ୍ୱରରୁ ୩୫୩, କଟକ ୨୬୪, ଖୋର୍ଦ୍ଧା ୨୫୦, ପୁରୀରୁ ୨୩୦ ମାମଲା ରହିଛି। ୨୦୧୯-୨୦ ବର୍ଷରେ ଭୁବନେଶ୍ୱରରୁ ୩୯, କଟକରୁ ୨୫୨, ଖୋର୍ଦ୍ଧାରୁ ୨୩୭ ଏବଂ ପୁରୀରୁ ୨୦୩ ମାମଲା ପଞ୍ଜୀକୃତ ହୋଇଛି। ୨୦୨୦-୨୧ ବର୍ଷରେ ଭୁବନେଶ୍ୱରରୁ ୨୯୩, କଟକରୁ ୨୧୮, ଖୋର୍ଦ୍ଧାରୁ ୨୦୦ ଏବଂ ପୁରୀରୁ ୧୬୦ ମାମଲା ପଞ୍ଜୀକୃତ ହୋଇଛି। ୨୦୨୧-୨୨ ବର୍ଷରେ ଭୁବନେଶ୍ୱରରୁ ୨୬୨, କଟକରୁ ୧୯୯, ଖୋର୍ଦ୍ଧାରୁ ୧୭୯ ଏବଂ ପୁରୀରୁ ୧୪୮ ମାମଲା ପଞ୍ଜୀକୃତ ହୋଇଛି। ୨୦୨୨-୨୩ ବର୍ଷରେ ଭୁବନେଶ୍ୱରରୁ ୩୩୮, କଟକରୁ ୨୨୫, ଖୋର୍ଦ୍ଧାରୁ ୧୯୯ ଏବଂ ପୁରୀରୁ ୧୫୧ ଅଭିଯୋଗ ହୋଇଛି। ଏହା ବ୍ୟତୀତ ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଆଦି ଜିଲାରୁ ପ୍ରତିବର୍ଷ ଶତାଧିକ ମାମଲା ମହିଳା କମିଶନରେ ପଞ୍ଜିକରଣ କରାଯାଉଛି। ପ୍ରତି ଜିଲାରୁ ପ୍ରତିବର୍ଷ ଏଭଳି ଅଭିଯୋଗ ଆସୁଥିଲେ ମଧ୍ୟ ଉପକୂଳ ଓଡ଼ିଶାରେ ଅପେକ୍ଷାକୃତ ଏହି ସଂଖ୍ୟା ଯଥେଷ୍ଟ ଅଧିକ ରହୁଛି। ୧୯୯୩ରେ ମହିଳା କମିଶନ ପ୍ରତିଷ୍ଠା ପରଠାରୁ ୨୦୨୩ ଅଗଷ୍ଟ ମଧ୍ୟରେ ସମୁଦାୟ ୮୦ ହଜାର ୭୭ ଅଭିଯୋଗ ଆସିଥିବାବେଳେ ସେଥିରୁ ୭୪ ହଜାର ୯୮୦ ମାମଲାର ସମାଧାନ ହୋଇଛି। ୫,୦୯୭ ମାମଲା ବିଚାରାଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri