Categories: ଜାତୀୟ

ମଣିପୁରରେ ପୁଣି ହିଂସା: ମୃତ୍ୟୁସଂଖ୍ୟା ୭୧କୁ ବୃଦ୍ଧି

ଗୁଆହାଟୀ,୨୪ା୫: ମଣିପୁରରେ ମେଇତି ସମ୍ପ୍ରଦାୟକୁ ତଫସିଲଭୁକ୍ତ ଜାତି(ଏସ୍‌ସି) ବର୍ଗରେ ସାମିଲ କରାଯିବା ନେଇ ହାଇକୋର୍ଟଙ୍କ ରାୟ ଆସିବା ପରଠୁ ଉତ୍ତରପୂର୍ବ ରାଜ୍ୟରେ ହିଂସା ଥମିବାର ନାଁ ନେଉନାହିଁ। ମେ’ ୩ରୁ ଚାଲିଥିବା ସଂଘର୍ଷରେ ଅଦ୍ୟାବଧି ୭୧ ଜଣଙ୍କ ମୃତ୍ୟୁ ଘଟିଲାଣି। ବୁଧବାର ପାର୍ବତ୍ୟ ଜିଲା ଚୂରଚନ୍ଦନପୁର ସଂଲଗ୍ନ ବିଶେନପୁରରେ ପୁଣି ହିଂସା ଘଟିଛି। ସେନା ଓ ଅର୍ଦ୍ଧସାମରିକ ବଳ ଯବାନମାନେ କୁକି ଉଗ୍ରପନ୍ଥୀଙ୍କୁ ଦମନ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଦର୍ଶାଇ ଉପଦ୍ରବୀମାନେ କେତେଜଣଙ୍କ ଘରେ ନିଆଁ ଲଗାଇଦେଇଛନ୍ତି। ମୋଇରାଙ୍ଗ ରିଲିଫ୍‌ କ୍ୟାମ୍ପରେ ରହୁଥିବା ତୋଇଜାମ ଚନ୍ଦ୍ରମଣି ଗୁଳିମାଡ଼ର ଶିକାରହୋଇ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।

Share