Posted inଜାତୀୟ

ମଣିପୁରରେ ପୁଣି ହିଂସା

ନୂଆଦିଲ୍ଲୀ, ୨୦ା୬(ପି.ଟି.): ମଣିପୁରରେ ଏକତା ଦିବସ ପାଳନକୁ ୨୪ ଘଣ୍ଟା ନ ପୂରୁଣୁ ସେଠାରେ ସାନି ହିଂସାକାଣ୍ଡ ଘଟିଛି। ରବିବାର ରାତିରେ ହୋଇଥିବା ସଂଘର୍ଷ ଓ ଗୁଳିମାଡ଼ରେ ଜଣେ ଯବାନ ଆହତ ହୋଇଛନ୍ତି। ବିଭିନ୍ନ ଜିଲାରେ ସଂଘର୍ଷ ଘଟିଥିବାର ଖବର ମିଳିଛି। ମଣିପୁର ଜନସାଧାରଣଙ୍କ ମଧ୍ୟରେ ଏକତା ସୃଷ୍ଟି ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍‌ ୧୮ରେ ସେଠାରେ ଏକତା ଦିବସ ପାଳନ କରାଯାଏ। ଏହି ଅବସରରେ ୨୦୦୧ ଜୁନ୍‌ ୧୮ ଆନ୍ଦୋଳନରେ ପ୍ରାଣବଳି ଦେଇଥିବା ୧୮ ଜଣଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଇମ୍ଫାଲ ଇଷ୍ଟ୍‌ର କାଣ୍ଟୋ ସବାଲ ଅଞ୍ଚଳରୁ କେତେଜଣ ସଶସ୍ତ୍ର ବ୍ୟକ୍ତି ଚିଙ୍ଗମାଙ୍ଗ ଗାଁ ଆଡ଼କୁ ହଠାତ୍‌ ଗୁଳି ଚଳାଇବାରୁ ସେଠାରେ ମୁତୟନ ଥିବା ଜଣେ ଯବାନ ଆହତ ହୋଇଥିଲେ। ତାଙ୍କୁ ସାମରିକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ଦୁର୍ବୃତ୍ତମାନେ କେତେକ ଘରେ ନିଆଁ ଲଗାଇଦେଇଥିଲେ। ସେନା ଯବାନମାନେ ପାଲଟା ଜବାବ ଦେବା ସହ ନିଆଁ ଲିଭାଇଥିଲେ। ଉକ୍ତ ଅଞ୍ଚଳକୁ ଅଧିକ ସୁରକ୍ଷା ବଳ ପଠାଯାଇଛି।
ବ୍ୟତୀତ ଇମ୍ଫାଲ ଓ କାଙ୍ଗପୋକ୍‌ସି ଜିଲା ସୀମାରେ ସଂଘର୍ଷ ଘଟିଛି। ଏହି ସଂଘର୍ଷ ବେଳେ କୁକି ସମ୍ପ୍ରଦାୟର କେତେଜଣ ଅଜଣା ଲୋକ ଦୁଇଟି ପ୍ରତିଷ୍ଠାନକୁ ଭଙ୍ଗାରୁଜା କରିଛନ୍ତି। ଅନ୍ୟପକ୍ଷରେ କୁକିମାନେ ରହୁଥବା ହେଙ୍ଗଜାଙ୍ଗ ଗ୍ରାମରେ ଗୁଳିକାଣ୍ଡ ଘଟିଥିବା ଖବର ମିଳିଛି। କୁକି ଏବଂ ମେଇତି ସମ୍ପ୍ରଦାୟ ମଧ୍ୟରେ ବିବାଦରୁ ଦେଢ଼ମାସ ହେଲା ମଣିପୁରରେ ହିଂସା ଜାରି ରହିଛି। ଶତାଧିକ ଲୋକ ଏହି ହିଂସାକାଣ୍ଡରେ ପ୍ରାଣ ହରାଇଲେଣି ଓ ଅନେକ ହଜାର ବାସହରା ହୋଇଛନ୍ତି। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଜଳୁଥିବାବେଳେ ଶାନ୍ତି ଫେରାଇ ଆଣିବାରେ ସରକାର ବିଫଳ ହୋଇଛନ୍ତି।
ହିଂସା କ୍ଷତିଗ୍ରସ୍ତ ମଣିପୁର ସ୍ଥିତିକୁ ନେଇ କଂଗ୍ରେସ ସୋମବାର ପୁଣିଥରେ କେନ୍ଦ୍ରକୁ ସମାଲୋଚନା କରିଛି। ବିତୁଥିବା ପ୍ରତ୍ୟେକ ଦିନକୁ ଅବହେଳା କରାଯାଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ବିବାଦକୁ ଦୀର୍ଘଦିନ ପର୍ଯ୍ୟନ୍ତ ଜାରି ରଖିବାକୁ ଚାହୁଁଥିବା ସ୍ପଷ୍ଟ ହୋଇଛି ବୋଲି କଂଗ୍ରେସ କହିଛି। ମଣିପୁରକୁ ସର୍ବଦଳୀୟ ପ୍ରତିନିଧି ପଠାଇବାକୁ ପୂର୍ବରୁ କଂଗ୍ରେସ ଦାବି କରିଥିଲା। କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ବେଣୁଗୋପାଳ କହିଛନ୍ତି, ୪୯ ଦିନ ହେଲା ମଣିପୁର ଜଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ସଙ୍କଟ ଉପରେ ଗୋଟିଏ ବି ଶବ୍ଦ ଉଚ୍ଚାରଣ ନ କରି ୫୦ତମ ଦିନରେ ବିଦେଶ ଗସ୍ତରେ ଯାଉଛନ୍ତି। ଏହି ରାଜ୍ୟରେ ଶତାଧିକ ପ୍ରାଣ ହରାଇଥିବାବେଳେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଅନେକ ଚର୍ଚ୍ଚ ଓ ଉପାସନା ସ୍ଥଳ ଧ୍ୱଂସ ହୋଇଛି। ରାଜ୍ୟ ପ୍ରଶାସନ ସମାଧାନ କରିବା ପରିବର୍ତ୍ତେ ସମସ୍ୟାର ଅଂଶବିଶେଷ ସାଜିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri