ପାକିସ୍ତାନରେ ମହିଳାଙ୍କ ଅଧିକାରର ଉଲ୍ଲଂଘନ: ନେଦରଲାଣ୍ଡରେ ପ୍ରଦର୍ଶନ…

ଆମଷ୍ଟେରଡାମ,୯।୩ : ନେଦରଲାଣ୍ଡର ପ୍ରବାସୀ ପାକିସ୍ତାନୀ ଖ୍ରୀଷ୍ଟିଆନମାନେ ପାକିସ୍ତାନରେ ମହିଳା ଓ ବାଳିକାମାନଙ୍କର ମାନବିକ ଅଧିକାରର ଉଲ୍ଲଂଘନ ବିରୋଧରେ ପ୍ରଦର୍ଶନ କରିଛନ୍ତି। ମାର୍ଚ୍ଚ ୮ରେ ଆୟୋଜିତ ମହିଳା ଦିବସ ଅବସରରେ ନେଦରଲାଣ୍ଡରେ ଖ୍ରୀଷ୍ଟିଆନ ଅଧିକାର, ବିଦେଶ ପାକିସ୍ଥାନ ଖ୍ରୀଷ୍ଟିଆନ ଆଲାଇନ୍ସ ଏବଂ ଗ୍ଲୋବାଲ ହ୍ୟୁମାନ ରାଇଟ୍ସ ଡିଫେନ୍ସ (ଜିଏଚଆରଡି) ଆଦି ଆକ୍ସନ କମିଟି ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା।

ପାକିସ୍ତାନରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ଏକ ସମସ୍ୟା ଯାହାକୁ ଅଣଦେଖା କରାଯାଇପାରିବ ନାହିଁ। ମହିଳାମାନଙ୍କୁ ଅନେକ ବିପଦର ସମ୍ମୁଖୀନ ହେବାକୁ ପଡିବ। ବଳାତ୍କାର, ହତ୍ୟା, ପାରିବାରିକ ହିଂସା ଏବଂ ବାଧ୍ୟତାମୂଳକ ବିବାହ, ପାକିସ୍ତାନରେ ଏବେ ସାଧାରଣ ଘଟଣା ପାଲଟିଛି ବୋଲି ପ୍ରଦର୍ଶନକାରୀ କହିଛନ୍ତି।

ଦେଶରେ ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ଅନ୍ୟ ଧାର୍ମିକ ସଂଖ୍ୟାଲଘୁଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ସଂଖ୍ୟାଲଘୁ ମହିଳା ଏବଂ ଝିଅମାନଙ୍କୁ ଅପହରଣ କରାଯାଉଛି। ଜବରଦସ୍ତ ଧର୍ମାନ୍ତରୀରଣ କରାଯାଇ ପରେ ଜବରଦସ୍ତ ବିବାହ କରାଯାଉଛି।

Share