ନିୟମ ଉଲ୍ଲଂଘନ କରି ପଥର ଖନନ

ନବରଙ୍ଗପୁର,୨୧।୭(ସଦାଶିବ ପ୍ରହରାଜ): ରାଜସ୍ବ ବିଭାଗର ବଡ଼ବଡ଼ିଆ ଅଧିକାରୀଙ୍କ ଚତୁରତା ଯୋଗୁ ନବରଙ୍ଗପୁର ଜିଲାରେ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ଘଟୁଛି। ଜଣେ ଗରିବଙ୍କୁ ଢାଲ କରି କୋଟି କୋଟି ରାଜସ୍ବ ହାନି ହେଉଥିଲେ ସୁଦ୍ଧା ଠିକାସଂସ୍ଥାଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ। ତତ୍କାଳୀନ ଭାରପ୍ରାପ୍ତ ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଜୁନ ୨୩ରେ ଭିଜଲାନ୍ସ ଗିରଫ କଲା। ତାଙ୍କଠାରୁ ୩ କୋଟିରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ଭିଜିଲାନ୍ସ ଜବତ କଲା। ଏହା ପରେ ରାଜସ୍ବ ବିଭାଗର ଅଧିକାରୀଙ୍କ ମଧ୍ୟରେ ଛନକା ପଶିବା ସହ ବଡବଡିଆ ଅଧିକରୀଙ୍କ ଠାରୁ କିଛି ଜ୍ଞାନ ନେଇ ଠିକା ସଂସ୍ଥାମାନଙ୍କୁ ଧର୍ମକୁ ଆଖିଠାର ଭଳି ଚିଠି ଖଣ୍ଡିଏ କରି ଛାଡ଼ି ଦେଲେ। ନିଜ ପ୍ରତି ବିପତ୍ତି ଆସିବା ପୂର୍ବରୁ ମୁକୁଳିବା ପାଇଁ ଏବେ ପ୍ରୟାସ ଚାଲିଛି ବୋଲି ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।
ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କେସିରିବେଡା ନିକଟ କର୍କି ସଂରକ୍ଷିତ ଜଙ୍ଗଲରୁ ବିପୁଳ ପରିମାଣର ପଥର ଖନନ ଓ ପରିବହନ ଯୋଗୁ ରାଜସ୍ବ ବିଭାଗ କୋଟି କୋଟି ଟଙ୍କାର ରାଜସ୍ବ ହରାଇଛି। ରାୟପୁରରୁ ବିଶାଖାପାଟଣା ଭାରତମାଳା ରାସ୍ତା କାମ ଚାଲିଛି। ଏନେଇ ବିଭିନ୍ନ ଠିକାସଂସ୍ଥା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କେସିରିବେଡା ଗାଁର ରାଜୁ ପରଜା, କମଳ ପରଜା ଓ ସୋନୁ ପରଜାଙ୍କୁ ୨୦୧୧ରେ କର୍କୀ ଜଙ୍ଗଲରେ ଜଙ୍ଗଲ ଜମି ସ୍ବତ୍ୱାଧିକାର ନିୟମରେ ପଟ୍ଟା ପ୍ରଦାନ କରାଯାଇଥିଲା। ତେବେ ଏହି ଜମି ବିକ୍ରି କିମ୍ବା ହସ୍ତାନ୍ତରଯୋଗ୍ୟ ନୁହେଁ। କେବଳ ଚାଷ ଓ ଜୀବିକା ନିର୍ବାହ ପାଇଁ ଉପଯୋଗ କରିପାରିବେ ବୋଲି ନିୟମ ଥିଲା। ସେମାନଙ୍କ ଜମିରୁ ପିଆର୍‌ଏ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଭାରତମାଳା ରାସ୍ତା ପାଇଁ ବହୁ ପରିମାଣରେ ପଥର ଖନନ କରିଛି। ଯେଉଁ ଉଦ୍ଦେଶ୍ୟରେ ଜଙ୍ଗଲ ଜମି ପ୍ରଦାନ କରାଯାଇଥିଲା ତାହା ଉଲ୍ଲଂଘନ କରାଯାଇଛି। ଏ ନେଇ ଉମରକୋଟ ରେଞ୍ଜର ମେ ୧୮ରେ ଦିନ ଚିଠି ନମ୍ବର ୯୬୭ରେ ଜିଲାପାଳଙ୍କୁ ଓ ଚିଠି ନମ୍ବର ୯୬୮ରେ ଡିଏଫ୍‌ଓଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଜଙ୍ଗଲ ଜମି ସ୍ବତ୍ୱାଧିକାର ନିୟମ ଖିଲାପ କରି ୩ଜଣ ହିତାଧିକାରୀ ବେଆଇନ ପଥର ଖନନ କରାଉଥିବାରୁ ସେମାନଙ୍କ ପଟ୍ଟା ରଦ୍ଦ କରିବାକୁ ଉକ୍ତ ଚିଠିରେ ଉଲ୍ଲେଖ ଥିଲା। ଗ୍ରାମ ସଭା, ଜଙ୍ଗଲ ଜମିପଟ୍ଟା କମିଟି ଅନୁମୋଦନ ପରେ ପଟ୍ଟା ପ୍ରଦାନ କରାଯାଇଛି। ଉକ୍ତ ଜମିରେ ଚାଷ କରି ହିତାଧିକାରୀ ଜୀବିକା ନିର୍ବାହ କରିପାରିବେ। କିନ୍ତୁ ଉକ୍ତ ସ୍ଥାନରୁ ପଥର, ମାଟି, ମୋରମ ଭଳି ଖଣିଜ ସମ୍ପଦ ଖନନ କଲେ ରାଜସ୍ବ ଦେବାକୁ ପଡିବ। ଉକ୍ତ ହିତାଧିକାରୀଙ୍କ ଜମିରୁ ପଥର ଖନନ କରାଯାଇ ଥିଲେ ମଧ୍ୟ ତାହାର ରାଜସ୍ବ ପ୍ରଦାନ କରାଯାଇନାହିଁ। ଏବେ ଠିକା ସଂସ୍ଥା ବିପୁଳ ପରିମାଣର ପଥର ଖନନ କରି ନେଇ ଯାଇଥିବାବେଳେ ଡମ୍ପିଂ ଥିବା ୬୦ ହଜାର ସିଏମ୍‌ ପଥର ବାବଦକୁ ଟଙ୍କା ଦେବାକୁ ଚଳିତ ମାସରେ ଡିମାଣ୍ଡ ନୋଟିସ କରାଯାଇଛି। ଏହି ପଥର ଖନନ ଓ ପରିବହନରେ ତତ୍କାଳୀନ ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସିଧାସଳଖ ହସ୍ତକ୍ଷେପ ଥିବା ଅଭିଯୋଗ ରହିଥିଲା। କର୍ମଚାରୀ ଓ ବଡବଡିଆ ଅଧିକାରୀ ଏସବୁ ଜାଣି କିଭଳି ଚୁପ୍‌ ରହିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସମସ୍ତ ଘଟଣାକୁ ଆଧାରକଲେ ଜଣେ ଗରିବ ହିତାଧିକାରୀଙ୍କୁ ଢାଲ କରି ରାଜସ୍ବ ଟଙ୍କା କାହା ପକେଟକୁ କିଏ କେତେ ନେଇଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ଜରୁରୀ ବୋଲି ବୁଦ୍ଧିଜୀବୀ କହିଛନ୍ତି। ଏ ନେଇ ଡିଏଫ୍‌ଓ ପ୍ରସନ୍ନ କୁମାର ବେହେରାଙ୍କୁ ପଚାରିବାରୁ ପଟ୍ଟା ପ୍ରଦାନ କରିବା ପରେ ବନ ବିଭାଗ ହାତରେ କିଛି ନାହିଁ। ରାଜସ୍ବ ବିଭାଗ ରାଜସ୍ବ ଆଦାୟ କରିବା କଥା ବୋଲି ସେ କହିଛନ୍ତି। ରାଜସ୍ବ ବିଭାଗ ସୁପରଭାଇଜର ଅନୀଲ କୁମାର ଦାସଙ୍କୁ ପଚାରିବାରୁ ୬୦ ହଜାର ସିଏମ୍‌ ପଥର ସେଠାରେ ଖନନ ହୋଇ ରହିଥିବାରୁ ଠିକାସଂସ୍ଥାକୁ ନୋଟିସ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri